Posted inUncategorized

ଯା’ ମନ ଯେପରି

ଏ ସଚରାଚର ବିଶ୍ୱରେ ଯାହା କିଛି ଘଟୁଛି, ତା’ ପଛରେ ରହିଛି ବିଶ୍ୱନିୟନ୍ତାଙ୍କ ମହତ୍‌ ଉଦ୍ଦେଶ୍ୟ। ସେ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଭଗବାନ ବେଳେ ବେଳେ ଲୋଡ଼ନ୍ତି ଜଣେ ଜଣେ ମହାନ୍‌ ଭକ୍ତଙ୍କ ସହଯୋଗ। ଭଗବାନଙ୍କ ଦୃଷ୍ଟିରେ ସେଭଳି ଜଣେ ଭକ୍ତ ଥିଲେ ଦାକ୍ଷିଣାତ୍ୟର ବେଦଜ୍ଞ ବ୍ରାହ୍ମଣ ଆଲବନ୍ଦରାଚାର୍ଯ୍ୟ। ଗୁରୁକୁଳ ଆଶ୍ରମ ପରମ୍ପରାର ଜଣେ ମହାନ୍‌ ଆଚାର୍ଯ୍ୟ। ପୁରୁଷୋତ୍ତମ କ୍ଷେତ୍ରବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଥିଲେ ତାଙ୍କର ଆରାଧ୍ୟ ଦେବତା। ପରିଣତ ବୟସରେ ପରମ ରହସ୍ୟମୟ ଅନନ୍ତ ସତ୍ତାକୁ ଉପଲବ୍ଧି କରିବା ନିମନ୍ତେ ପ୍ରାଣ ଯେତିକି ବ୍ୟାକୁଳ ହେଲା, ହୃଦୟକୁ ସେତିକି ଆତୁର କଲା ଦର୍ଶନ ପିପାସା। କାଳବିଳମ୍ବ ନ କରି ସେ ତ୍ରିଭେନ୍ଦ୍ରମ୍‌ରୁ ବାହାରିଲେ ପୁରୀ। ପଦବ୍ରଜରେ ବିତିଗଲା ଦିନ ପରେ ଦିନ। ଧୀରେ ଧୀରେ ପାଖେଇ ଆସିଲା ପୁରୀ। ଶ୍ରୀକ୍ଷେତ୍ରରେ ପହଞ୍ଚତ୍ବା କ୍ଷଣି ପ୍ରାଣରେ ଖେଳିଗଲା ଏକ ଅନିର୍ବଚନୀୟ ଆନନ୍ଦ। ବଡ଼ଦାଣ୍ଡ ଧୂଳିକୁ ମଥାରେ ବୋଳି ଆରମ୍ଭ କରିଦେଲେ ପ୍ରମତ୍ତ ନୃତ୍ୟ। ଦୁଇ ବାହୁ ଊର୍ଦ୍ଧ୍ୱକୁ ଟେକି ଚାଲିଲେ ସିଂହଦ୍ୱାର ଆଡ଼େ। ଆଗେ ଦର୍ଶନ, ତା’ ପରେ ଜଳ ଗ୍ରହଣ, ମନେମନେ ଏହି ସଂକଳ୍ପ ନେଇ ପ୍ରବେଶ କଲେ ଶ୍ରୀମନ୍ଦିର ବେଢ଼ାରେ। ମାତ୍ର ମନ୍ଦିର ବେଢ଼ାରେ ପହଞ୍ଚତ୍ ଜାଣିଲେ ଏବେ ଅନବସର କାଳ। ଠାକୁରେ ଗୁପ୍ତ ପୂଜାରେ ଥିବାରୁ ମିଳିବନି ଦର୍ଶନ। ଅଧୀର ହୋଇଉଠିଲା ଦର୍ଶନପିପାସୁ ଭକ୍ତର ପ୍ରାଣ। ଆନନ୍ଦାଶ୍ରୁ ବଦଳରେ ଆଖିରୁ ଝରିଗଲା ଧାରଧାର ବେଦନାର ଲୁହ। ଲୁହ ଆଉ କୋହରେ ଅସ୍ଥିର ହେଲା ପରେ ବି ତାଙ୍କ ହୃଦୟରେ ଜାଗ୍ରତ ଥିଲା ସେହି ଗୋଟିଏ ଭାବ- ଭଗବାନ କେବଳ ଭକ୍ତର। ଭକ୍ତର ଆକୁଳ ଡାକ ଶୁଣି ଆଜି ସେ ଅଣସର ପିଣ୍ଡିରୁ ଉଠି ନ ଆସିବେ କାହିଁକି? ମହାପ୍ରଭୁଙ୍କର ଏ ଅଧମ ପ୍ରତି ଯଦି ଏତିକି କରୁଣା ନ ହୁଏ ତେବେ ଏ ଜୀବନ ରଖି କି ଲାଭ? ପ୍ରାଣ ବିସର୍ଜନ ଦେବା ଅଧିକ ଶ୍ରେୟସ୍କର। ମନ ଭିତରେ ଏଭଳି ଏକ ସଂକଳ୍ପ ନେଇ ସେ ବସିରହିଲେ ମନ୍ଦିର ବେଢ଼ାରେ।
ଦିନ ଯାଇ ରାତି ହେଲା, କିନ୍ତୁ ମିଳିଲାନି ଦର୍ଶନ। ପ୍ରତିଜ୍ଞା ପାଳନ ପାଇଁ ଚେଇଁ ଉଠିଲା ସ୍ବାଭିମାନ। ଶେଷଥର ପାଇଁ ମନ୍ଦିର ଆଡ଼କୁ ଚାହିଁଦେଇ ସେ ବାହାରି ଆସିଲେ ବେଢ଼ା ବାହାରକୁ। ଗୁପ୍ତ ପୂଜାରେ ଥାଇ ଚିହିଁକି ଉଠିଲେ ମହାପ୍ରଭୁ। ଥରିଉଠିଲା ଅଣସର ପୀଠ। ସହସା ସନ୍ଦେଶ ପହଞ୍ଚତ୍ଲା ସ୍ବର୍ଗଦ୍ୱାର ରକ୍ଷକ ମଶାଣିଆ ହନୁମାନଙ୍କ ପାଖରେ। ଏପଟେ ସ୍ବାଭିମାନର ଦମ୍ଭିଲାପଣ ଯୋଗୁ ଅନ୍ଧାରକୁ ଖାତିର ନ କରି ସ୍ବର୍ଗଦ୍ୱାର ରାସ୍ତାରେ ଚାଲିଛନ୍ତି ଆଚାର୍ଯ୍ୟେ। ଅକସ୍ମାତ୍‌ ଭେଟ ହେଲା ଅନ୍ୟ ଜଣେ ବାଟୋଇଙ୍କ ସହ। ଆଳାପ ଛଳରେ ମହାପ୍ରଭୁଙ୍କ ଅଣସର ବିଧି ସମ୍ପର୍କରେ ଅନର୍ଗଳ ବଖାଣିଲେ ବାଟୋଇ ଜଣକ। ଶୁକ୍ଳପକ୍ଷ ଦ୍ୱିତୀୟା ଯାଏ ଅପେକ୍ଷା କରିବାକୁ ପରାମର୍ଶ ଦେଲେ ହିତାକାଂକ୍ଷୀ ମଣିଷଟେ ପରି। ମାତ୍ର ଆଚାର୍ଯ୍ୟଙ୍କର ସେହି ଏକା ଜିଦ୍‌ ନୀଳାଦ୍ରିନାଥଙ୍କ ଦର୍ଶନ, ନ ହେଲେ ପ୍ରାଣ ବିସର୍ଜନ। ଶେଷରେ ବାଟୋଇ ନିଜ ରୂପରେ ପ୍ରକଟିତ ହୋଇ ପ୍ରକାଶ କଲେ ମହାପ୍ରଭୁଙ୍କ ସନ୍ଦେଶ। ସମ୍ମୁଖରେ ଭକ୍ତ ହନୁମାନଙ୍କୁ ଦେଖି ପ୍ରଣିପାତ କଲେ ଆଚାର୍ଯ୍ୟ। ମାତ୍ର ଉପସ୍ଥିତ ଘଟଣାକୁ ନେଇ ଆହୁରି ଦୃଢ଼ ହେଲା ସ୍ବାଭିମାନୀ ଭକ୍ତର ସଂକଳ୍ପ। ଭାବିଲେ ଭକ୍ତ ଓ ଭଗବାନ ମଝିରେ ଭାବବିନିମୟ ପାଇଁ ତୃତୀୟ ପକ୍ଷର କି ଆବଶ୍ୟକ। ମାତ୍ର ତାଙ୍କ କ୍ଷେତ୍ରରେ ଏଭଳି ଘଟିଥିବାରୁ ଅଧିକ ଆଘାତପ୍ରାପ୍ତ ହେଲା ଭକ୍ତର ସ୍ବାଭିମାନ। କ୍ଷମା ପ୍ରାର୍ଥନାପୂର୍ବକ ଭକ୍ତ ହନୁମାନଙ୍କଠାରୁ ବିଦାୟ ନେଇ ଚାଲିଲେ ଆପଣା ଲକ୍ଷ୍ୟପଥରେ। ଗୋଟିଏ ପାର୍ଶ୍ୱରେ ସ୍ଥିର ସଂକଳ୍ପ, ଅନ୍ୟ ପାର୍ଶ୍ୱରେ ମହାପ୍ରଭୁଙ୍କ ଆଦେଶକୁ ଅବମାନନା କରିବାର ଅନୁଶୋଚନା- ଭାବନାରେ ଏହି ଚକ୍ରବୂ୍ୟହ ଭିତରେ ପଡ଼ି ସେ ଭୁଲିଗଲେ ବାଟ। ମହୋଦଧି ଅଭିମୁଖେ ଯିବା ପରିବର୍ତ୍ତେ ଚାଲିଲେ ତା’ର ବିପରୀତ ଦିଗରେ। ଉଦ୍ଦେଶ୍ୟ ଚରିତାର୍ଥ ହେବା ଜାଣି ଖୁସିରେ ଅନ୍ତର୍ଦ୍ଧାନ ହେଲେ ମଶାଣିଆ ମହାବୀର।
ରାତି ଯେତେ ଗଭୀର ହେଲା, ସେତେ ଦ୍ରୁତ ହେଲା ପାଦର ଗତି। ଅଥଚ ସରିଲାନି ରାସ୍ତା। ସତେଯେମିତି ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି ସମୁଦ୍ର। ଏମିତି ବାଟ ଚାଲୁ ଚାଲୁ ପାହିି ଆସିଲା ରାତି। ପୁରୀର ପଶ୍ଚିମକୁ ୧୪ ମାଇଲ ଦୂରରେ ଅବସ୍ଥିତ ବ୍ରହ୍ମଗିରିରେ ଥିବା ଏକ ପୋଖରୀ କୂଳରେ ଅଟକିଗଲେ ଆଚାର୍ଯ୍ୟେ। ଭାବିଲେ ସେହି ପୁଷ୍କରିଣୀ ଜଳରେ ବୁଡ଼ି ବିସର୍ଜନ କରିବେ ପ୍ରାଣ। ଏମିତି ଭାବିବା ମାତ୍ରେ ହଠାତ୍‌ ତାଙ୍କ ଆଖି ଆଗରେ ଉଦ୍ଭାସିତ ହେଲା ଏକ ଦିବ୍ୟ ଆଲୋକମଣ୍ଡଳ। ଆଖିମଳି ଚାହିଁଲେ ଆଗକୁ। ଶରୀରରେ ଖେଳିଗଲା ଶିହରଣ। ଆଖି ସାମ୍ନାରେ ସ୍ବୟଂ ଜଗତର ନାଥ ଜଗନ୍ନାଥ। ବିଶ୍ୱାସ କରିପାରିଲେନି ନିଜ ଆଖିକୁ। ଶୁଣିଥିଲେ ଶ୍ରୀଜଗନ୍ନାଥ ବିଶ୍ୱର ବିଚିତ୍ର। କେବଳ ଭକ୍ତ ତାଙ୍କ ପାଖକୁ ଯାଏନି, ସେ ନିଜେ ବି ଛୁଟିଆସନ୍ତି ଭକ୍ତ ପାଖକୁ। ଯାହା ଶୁଣିଥିଲେ, ତା’ର ଚାକ୍ଷୁସ ପ୍ରମାଣ ସେ ନିଜେ ଆଜି ଦେଖୁଛନ୍ତି ଆଖି ସାମ୍ନାରେ। ହେଲେ ପ୍ରଭୁଙ୍କର ଏ କି ବିପର୍ଯ୍ୟସ୍ତ ବେଶ! ଶ୍ରୀଅଙ୍ଗରୁ ଝରି ପଡ଼ୁଛି ବିନ୍ଦୁ ବିନ୍ଦୁ ସ୍ବେଦ। ଲିଭିଯାଇଛି ଊର୍ଦ୍ଧ୍ୱପୁଣ୍ଡ୍ର। କେଡ଼େ ବିମର୍ଶ ଦିଶୁଛି ସତେ ତାଙ୍କ ବାଧିକା ଚେହେରା! ନା ଏ ରୂପରେ ନୁହେଁ, ସେ ଦେଖିବାକୁ ଚାହିଁଥିଲେ ପ୍ରଭୁଙ୍କ ନବୀନ ନୀରଦ କାନ୍ତି। ତତ୍‌କ୍ଷଣାତ୍‌ ଭାବଗ୍ରାହୀ ଗ୍ରହଣ କଲେ ଭକ୍ତର ଭାବ। ଧାରଣ କଲେ ନବୀନ ନୀରଦ କାନ୍ତି। ଶ୍ରୀହସ୍ତରେ ଶୋଭା ପାଉଥିଲା ଶଙ୍ଖ, ଚକ୍ର, ଗଦା, ପଦ୍ମ। ଜୀବନର ସବୁଯାକ ଆନନ୍ଦ ଯେମିତି ଅଜାଡ଼ି ହୋଇପଡ଼ିଲା ଆଚାର୍ଯ୍ୟଙ୍କ ଉପରେ। ଆନନ୍ଦରେ କମ୍ପିଉଠିଲା ଦେହ। ଲୋଟିପଡ଼ିଲେ ପ୍ରଭୁଙ୍କ ଚରଣ କମଳ ତଳେ। ଭକ୍ତ ପ୍ରକୃତିସ୍ଥ ହେଲାବେଳକୁ ଅନ୍ତର୍ଦ୍ଧାନ ହୋଇ ସାରିଥିଲେ ଭଗବାନ। ହେଲେ ଭକ୍ତର ଇଚ୍ଛା ପୂର୍ଣ୍ଣ ହେବ ବୋଲି ଶୁଣେଇ ସାରିଥିଲେ ଶୂନ୍ୟବାଣୀ।
ଆଚାର୍ଯ୍ୟଙ୍କଠାରୁ ସବୁକଥା ଶୁଣିବା ପରେ ତାଙ୍କ ଆଦେଶରେ ସେଠାରେ ନିର୍ମାଣ ହେଲା ୫୦ଫୁଟ୍‌ ଉଚ୍ଚତାର ଏକ ଭବ୍ୟ ମନ୍ଦିର। ଭକ୍ତ ଯେଉଁ ରୂପରେ ମହାପ୍ରଭୁଙ୍କୁ ଦେଖିଲେ ଠିକ୍‌ ସେହି ରୂପରେ ପୂଜା ପାଇଲେ କଳା ମୁଗୁନି ପଥରରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମୂଳ ବିଗ୍ରହ। ଭକ୍ତ ଆଲବନ୍ଦାଚାର୍ଯ୍ୟଙ୍କ ନାମାନୁସାରେ ମହାପ୍ରଭୁ ଏଠାରେ ବହନ କଲେ ‘ଅଲାରନାଥ’ନାମ। ବ୍ରହ୍ମଗିରିରେ ବଢ଼ିଚାଲିଲା ଅଲାରନାଥଙ୍କ ମହିମା। ଶ୍ରୀଜଗନ୍ନାଥଙ୍କ ଅନବସର ସମୟରେ ଅଲାରନାଥଙ୍କ ଦର୍ଶନ ନିମନ୍ତେ ଛୁଟିଲା ଭକ୍ତଙ୍କ ସୁଅ।
ଅତୀତର ଭିତ୍ତିଭୂମି ଉପରେ ଠିଆହୋଇଛି ବର୍ତ୍ତମାନ। ଏହା ହୋଇପାରେ ଅତୀତଠାରୁ ଯଥେଷ୍ଟ ଉନ୍ନତ ଓ ପୁଷ୍କଳ। ମାତ୍ର ବିକାଶ ପଥରେ ଯେତେ ଆଗକୁ ଗଲେ ବି ଅତୀତକୁ ବିସ୍ମରିଯିବା ଅନୁଚିତ। ଜଗତକୁ ଏହି ସନ୍ଦେଶ ଦେବା ପାଇଁ ପୁରୀରୁ ବ୍ରହ୍ମଗିରି ଯାଏ ଭକ୍ତ ପଛେ ପଛେ ଧାଇଁଥିଲେ ଶ୍ରୀଜଗନ୍ନାଥ। ଶାସ୍ତ୍ର କହେ ଏହି ବ୍ରହ୍ମଗିରିରେ ସେ ପ୍ରଥମେ ପୂଜା ପାଉଥିଲେ ଶିଳାପଦ୍ମ ରୂପରେ। ଅତୀତର ସେହି ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଅଲାରନାଥ ରୂପରେ ପ୍ରତିଷ୍ଠା ପାଇବା ଥିଲା ତାଙ୍କର ଉଦ୍ଦେଶ୍ୟ। ତାହା ଚରିତାର୍ଥ ପାଇଁ ସେ ଲୋଡ଼ିଛନ୍ତି ଆଲବନ୍ଦରାଚାର୍ଯ୍ୟଙ୍କ ଭଳି ଜଣେ ମହାନ୍‌ ଭକ୍ତଙ୍କ ସହଯୋଗ। ବାସ୍ତବରେ ଏଭଳି ନିଷ୍କାମ ଭକ୍ତି କେବଳ ଜ୍ୱର ପୀଡ଼ିତ ଜଗନ୍ନାଥଙ୍କୁ ଘୋଷାରି ନେଇପାରେ ପୁରୀରୁ ବ୍ରହ୍ମଗିରି ପର୍ଯ୍ୟନ୍ତ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି- ଯା’ ମନ ଯେପରି, ତା’ ପାଇଁ ସେପରି ଫଳ ରଖିଥାଏ ବିଶ୍ୱ, ଉଚ୍ଚମନା ନିଜେ ଅମୃତ ଲଭଇ ନୀଚମନା ପାଏ ବିଷ।

ଡ. ପ୍ରଫୁଲ୍ଲ କୁମାର ସାହୁ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆରୁ ଆଉ ତେଲ କିଣିବନି ଭାରତ: ବଢିବ କି ପେଟ୍ରୋଲ- ଡିଜେଲ ଦାମ୍‌? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସୋମବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ଏବେ ରୁଷିଆ ବଦଳରେ ଆମେରିକାରୁ ତେଲ…

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri