ଦିନକୁ ୧୦ରୁ ୧୫ ପାନ ଖାଉ ଥିଲେ ଅମିର ଖାନ

ନୂଆଦିଲ୍ଲୀ,୨୨।୧୨: ନାଚ୍ୟୁରାଲ ଆକ୍ଟିଂ ପାଇଁ ଜଣାଶୁଣା ବଲିଉଡ୍‌ ଆକ୍ଟର ଅମିର ଖାନ ଦିନକୁ ୧୦ରୁ ୧୫ ଖଣ୍ଡ ପାନ ଖାଉଥିଲେ। ଏହା ଆପଣଙ୍କୁ ବିସ୍ମିତ କରୁଥିବ ନିଶ୍ଚିତ, ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ତେବେ ରାଜ କୁମାର ହିରାନିଙ୍କ ‘ପିକେ’ ଫିଲ୍ମରେ ନିଜ କ୍ୟାରେକ୍ଟରକୁ ଜଷ୍ଟିସ ଦେବା ପାଇଁ ଖାଉଥିଲେ ଏତେ ସଂଖ୍ୟାରେ ପାନ। ଏପରି କି ଶୁଟିଂ ଲୋକେଶନରେ ମଧ୍ୟ ଜଣେ ପାନବାଲାକୁ ରଖାଯାଉଥିଲା। ଯାହାଫଳରେ ନାଲି ପଡ଼ୁଥିଲା ଓଠ। ଫିଲ୍ମ ଶୁଟିଂ ଶେଷ ହେଲା ପରେ ମୋଟ କେତେ ଖଣ୍ଡ ପାନ ଖାଇଛନ୍ତି, ତାହା ଭୁଲି ଯାଇଥିଲେ ଅମିର। ଚ୍ୟାଲେଞ୍ଜିଂ ଭୂମିକା ନେବା ପାଇଁ କଦାପି ପଛଘୁଞ୍ଚା ଦେଉ ନ ଥିବା ଏହି ୫୫ ବର୍ଷୀୟ ଅଭିନେତା ପରବର୍ତ୍ତୀ ଫିଲ୍ମରେ କରିନା କାପୁର ଖାନଙ୍କ ସହ ନଜର ଆସିବେ।

Share