Posted inଖେଳ

ରାଗିଯାଇ ଅଜିଙ୍କ୍ୟ ରାହାଣେଙ୍କ କିଟ୍‌ ବ୍ୟାଗକୁ ଗୋଇଠା ମାରିଥିଲେ ଯଶସ୍ବୀ ଜୟସଓ୍ବାଲ? ଆସିଲା ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୪।୪: ଆଇପିଏଲ ୨୦୨୫ ମଧ୍ୟରେ, ଏକ ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଯେତେବେଳେ ଜଣାପଡିଲା ଯେ ଯଶସ୍ବୀ ଜୟସୱାଲ ମୁମ୍ବାଇ ଦଳ ଛାଡି ଘରୋଇ ଟୁର୍ଣ୍ଣାମେଣ୍ଟରେ ଗୋଆ ପାଇଁ ଖେଳିବାକୁ ଚାହୁଁଛନ୍ତି। ସେ ଏ ବିଷୟରେ ଏମସିଏ (ମୁମ୍ବାଇ କ୍ରିକେଟ ଆସୋସିଏସନ)କୁ ଏକ ଇମେଲ ମଧ୍ୟ ଲେଖିଥିଲେ ଏବଂ NOC ମାଗିଥିଲେ। ଏହା ପରେ, ଜୟସୱାଲ ଏହାକୁ ନିଶ୍ଚିତ କରିଥିଲେ ଏବଂ କହିଥିଲେ ଯେ ସେ ନୂଆ ସୁଯୋଗ ପାଇଁ ଗୋଆ ଦଳରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଗୋଆର ଅଧିନାୟକ ହେବେ। ଏବେ ଏକ ନୂଆ ରିପୋର୍ଟ ଆସିଛି, ଯେଉଁଥିରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି।
ରିପୋର୍ଟ ଅନୁଯାୟୀ, ରଣଜୀ ଟ୍ରଫିରେ ଜମ୍ମୁ-କଶ୍ମୀର ବିପକ୍ଷରେ ପରାଜୟ ପରେ ପ୍ରଶିକ୍ଷକ ଯଶସ୍ବୀ ଜୟସୱାଲଙ୍କୁ ଟାର୍ଗେଟ କରିଥିଲେ। ସୂଚନାଯୋଗ୍ୟ, ବିସିସିଆଇ ସମସ୍ତଙ୍କୁ ଜଣାଇ ଦେଇଥିଲା ଯେ ଯେଉଁ କ୍ରିକେଟରମାନେ ଅନ୍ତର୍ଜାତୀୟ କ୍ରିକେଟ ଖେଳୁନାହାଁନ୍ତି ସେମାନେ କୌଣସି କାରଣ ବିନା ଘରୋଇ କ୍ରିକେଟକୁ ମିସ କରିପାରିବେ ନାହିଁ। ଏହା ପରେ, ଜୟସୱାଲ ମୁମ୍ବାଇ ପାଇଁ ଖେଳିଥିଲେ, କିନ୍ତୁ ଜମ୍ମୁ ଏବଂ କଶ୍ମୀର ବିପକ୍ଷ ସେହି ମ୍ୟାଚ ରେ, ସେ ପ୍ରଥମ ଇନିଂସରେ କେବଳ ୪ରନ ଏବଂ ଦ୍ୱିତୀୟ ଇନିଂସରେ ୨୬ରନ କରିଥିଲେ। ମୁମ୍ବାଇ ଏହି ମ୍ୟାଚ ୫ ୱିକେଟରେ ହାରିଗଲା।
ରିପୋର୍ଟ ଅନୁଯାୟୀ, ଯଶସ୍ବୀ ଏବଂ ରାହାଣେଙ୍କ ମଧ୍ୟରେ ଫାଟ ୨୦୨୨ମସିହାରୁ ଆରମ୍ଭ ହୋଇଥିଲା ଯେତେବେଳେ ପଶ୍ଚିମ ଜୋନ ଅଧିନାୟକ ରାହାଣେ ଦକ୍ଷିଣ ଜୋନ ର ରବି ତେଜାଙ୍କ ସହିତ ଅତ୍ୟଧିକ ସ୍ଲେଜିଂ ପାଇଁ ଯଶସ୍ବୀ ଜୟସୱାଲଙ୍କୁ ପଡ଼ିଆରୁ ବାହାରକୁ ପଠାଇ ଦେଇଥିଲେ।
ରିପୋର୍ଟରେ କୁହାଯାଇଛି ଯେ ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ଉଭୟ ଇନିଂସରେ ବିଫଳ ହେବା ପରେ ମୁମ୍ବାଇ ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ପ୍ରଶିକ୍ଷକ ଓମକାର ସାଲଭି ଜୟସୱାଲଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଥିଲେ। ରିପୋର୍ଟ ଅନୁଯାୟୀ, ବାମହାତୀ ଖେଳାଳି ରାହାଣେଙ୍କ କିଟ ବ୍ୟାଗକୁ ରାଗିଯାଇ ଗୋଇଠା ମାରି ଦେଇଥିଲେ।
ଉଭୟ ଖେଳାଳି ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନରେ ଖେଳୁଛନ୍ତି। ଅଜିଙ୍କ୍ୟ ରାହାଣେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ, ତାଙ୍କ ଦଳ ଗୁରୁବାର ସିଜିନର ଦ୍ୱିତୀୟ ମ୍ୟାଚ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri