Posted inଖେଳ

ରାଗିଯାଇ ଅଜିଙ୍କ୍ୟ ରାହାଣେଙ୍କ କିଟ୍‌ ବ୍ୟାଗକୁ ଗୋଇଠା ମାରିଥିଲେ ଯଶସ୍ବୀ ଜୟସଓ୍ବାଲ? ଆସିଲା ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୪।୪: ଆଇପିଏଲ ୨୦୨୫ ମଧ୍ୟରେ, ଏକ ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଯେତେବେଳେ ଜଣାପଡିଲା ଯେ ଯଶସ୍ବୀ ଜୟସୱାଲ ମୁମ୍ବାଇ ଦଳ ଛାଡି ଘରୋଇ ଟୁର୍ଣ୍ଣାମେଣ୍ଟରେ ଗୋଆ ପାଇଁ ଖେଳିବାକୁ ଚାହୁଁଛନ୍ତି। ସେ ଏ ବିଷୟରେ ଏମସିଏ (ମୁମ୍ବାଇ କ୍ରିକେଟ ଆସୋସିଏସନ)କୁ ଏକ ଇମେଲ ମଧ୍ୟ ଲେଖିଥିଲେ ଏବଂ NOC ମାଗିଥିଲେ। ଏହା ପରେ, ଜୟସୱାଲ ଏହାକୁ ନିଶ୍ଚିତ କରିଥିଲେ ଏବଂ କହିଥିଲେ ଯେ ସେ ନୂଆ ସୁଯୋଗ ପାଇଁ ଗୋଆ ଦଳରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଗୋଆର ଅଧିନାୟକ ହେବେ। ଏବେ ଏକ ନୂଆ ରିପୋର୍ଟ ଆସିଛି, ଯେଉଁଥିରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି।
ରିପୋର୍ଟ ଅନୁଯାୟୀ, ରଣଜୀ ଟ୍ରଫିରେ ଜମ୍ମୁ-କଶ୍ମୀର ବିପକ୍ଷରେ ପରାଜୟ ପରେ ପ୍ରଶିକ୍ଷକ ଯଶସ୍ବୀ ଜୟସୱାଲଙ୍କୁ ଟାର୍ଗେଟ କରିଥିଲେ। ସୂଚନାଯୋଗ୍ୟ, ବିସିସିଆଇ ସମସ୍ତଙ୍କୁ ଜଣାଇ ଦେଇଥିଲା ଯେ ଯେଉଁ କ୍ରିକେଟରମାନେ ଅନ୍ତର୍ଜାତୀୟ କ୍ରିକେଟ ଖେଳୁନାହାଁନ୍ତି ସେମାନେ କୌଣସି କାରଣ ବିନା ଘରୋଇ କ୍ରିକେଟକୁ ମିସ କରିପାରିବେ ନାହିଁ। ଏହା ପରେ, ଜୟସୱାଲ ମୁମ୍ବାଇ ପାଇଁ ଖେଳିଥିଲେ, କିନ୍ତୁ ଜମ୍ମୁ ଏବଂ କଶ୍ମୀର ବିପକ୍ଷ ସେହି ମ୍ୟାଚ ରେ, ସେ ପ୍ରଥମ ଇନିଂସରେ କେବଳ ୪ରନ ଏବଂ ଦ୍ୱିତୀୟ ଇନିଂସରେ ୨୬ରନ କରିଥିଲେ। ମୁମ୍ବାଇ ଏହି ମ୍ୟାଚ ୫ ୱିକେଟରେ ହାରିଗଲା।
ରିପୋର୍ଟ ଅନୁଯାୟୀ, ଯଶସ୍ବୀ ଏବଂ ରାହାଣେଙ୍କ ମଧ୍ୟରେ ଫାଟ ୨୦୨୨ମସିହାରୁ ଆରମ୍ଭ ହୋଇଥିଲା ଯେତେବେଳେ ପଶ୍ଚିମ ଜୋନ ଅଧିନାୟକ ରାହାଣେ ଦକ୍ଷିଣ ଜୋନ ର ରବି ତେଜାଙ୍କ ସହିତ ଅତ୍ୟଧିକ ସ୍ଲେଜିଂ ପାଇଁ ଯଶସ୍ବୀ ଜୟସୱାଲଙ୍କୁ ପଡ଼ିଆରୁ ବାହାରକୁ ପଠାଇ ଦେଇଥିଲେ।
ରିପୋର୍ଟରେ କୁହାଯାଇଛି ଯେ ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ଉଭୟ ଇନିଂସରେ ବିଫଳ ହେବା ପରେ ମୁମ୍ବାଇ ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ପ୍ରଶିକ୍ଷକ ଓମକାର ସାଲଭି ଜୟସୱାଲଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଥିଲେ। ରିପୋର୍ଟ ଅନୁଯାୟୀ, ବାମହାତୀ ଖେଳାଳି ରାହାଣେଙ୍କ କିଟ ବ୍ୟାଗକୁ ରାଗିଯାଇ ଗୋଇଠା ମାରି ଦେଇଥିଲେ।
ଉଭୟ ଖେଳାଳି ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନରେ ଖେଳୁଛନ୍ତି। ଅଜିଙ୍କ୍ୟ ରାହାଣେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ, ତାଙ୍କ ଦଳ ଗୁରୁବାର ସିଜିନର ଦ୍ୱିତୀୟ ମ୍ୟାଚ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri