Categories: ଫୁରସତ

ଶୋଇଥିବା ବେଳେ ଏମିତି କିଛି କରିଦେଲେ, ଯିବାକୁ ପଡ଼ିଲା ହସ୍ପିଟାଲ

ଆମେରିକାର ଜଣେ ୩୮ ବର୍ଷିୟ ବ୍ୟକ୍ତି ବ୍ରାଡ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଭଳି ପରିସ୍ଥିତିରେ ସେ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିଲେ। ହସ୍ପିଟାଲରେ ଏକ୍ସ-ରେ କରାଇବା ପରେ ତାଙ୍କ ଛାତିରେ ଏୟାରପୋଡ ରହିଯାଇଥିବା ଜଣାପଡ଼ିଥିଲା। ଖାଦ୍ୟ ନଳୀରେ ଏକ ଏୟାରପୋଡ ଲାଗିଥିବା ଡାକ୍ତରମାନେ କହିଥିଲେ। ଏଣ୍ଡୋସ୍କୋପି ମାଧ୍ୟମରେ ଏହି ଏୟାରପୋଡକୁ କଢ଼ାଗଲା। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଖାଦ୍ୟନଳୀରେ ଏୟାରପୋଡଟି ନଷ୍ଟ ହୋଇ ନ ଥିଲା।
ବ୍ରାଡ କହିଛନ୍ତି, ଯେତେବେଳେ ସେ ସକାଳୁ ଉଠିଲେ, ଛାତିରେ ସାମାନ୍ୟ ଯନ୍ତ୍ରଣା ହେଉଥିଲା। ଏଭଳି ପରିସ୍ଥିତିରେ ସେ ପାଣିରେ ଗାର୍ଗଲିଂ କରିବାରେ ତାଙ୍କର କୌଣସି ଅସୁବିଧା ନ ଥିଲା। ପରେ ବ୍ରାଡଙ୍କୁ ସନ୍ଦେହ ହେଲା। ପରେ ସେ ଏୟାରପୋଡ ଖୋଜିବାକୁ ଆରମ୍ଭ କଲେ। ଏୟାରପୋଡ ନ ମିଳିବା ଏବଂ ହଠାତ୍‌ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେ ନିଦରେ ଏହାକୁ ଗିଳି ଦେଇଥବା କହିଛନ୍ତି।

Share