Posted inଜାତୀୟ

କରି ନାହିଁ କିଛି ଭୁଲ: ଫଡନାଭିସ…

ମୁମ୍ବାଇ,୧୫।୪ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶନିବାର ଏଠାରେ ଏକ କୋର୍ଟରେ ହାଜର ହୋଇଥିଲେ। ତାଙ୍କ ବିରୋଧରେ  ଅଭିଯୋଗ ହୋଇଥିଲା ସେ ତାଙ୍କ ୨୦୧୪ ନିର୍ବାଚନ ସତ୍ୟପାଠରେ ଅପରାଧିକ ମାମଲା ସମ୍ପର୍କରେ ପ୍ରକାଶ କରିନାହାଁନ୍ତି। ଫଡନାଭିସ କୋର୍ଟରେ ଏହି ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ଅପରାଧ ପ୍ରକ୍ରିୟା ସିଆପିସିର ଧାରା ୩୧୩ ଅନୁଯାୟୀ ଫଡନାଭିସଙ୍କ ବିବୃତ୍ତି ଲିଖିତ ଆକାରରେ ରେକର୍ଡ କରାଯାଇଛି। ସେ କହିଛନ୍ତି ମୁଁ କିଛି ଭୁଲ କରି ନାହିଁ। ଏହି ବ୍ୟବସ୍ଥା ଅନୁଯାୟୀ କୋର୍ଟ ଏହି ମାମଲାରେ ଅଭିଯୋଗକାରୀଙ୍କ ଆଧାରରେ ପ୍ରମାଣ ଉପରେ ପ୍ରଶ୍ନ କରିଛନ୍ତି। ଫଡନାଭିସ ତାଙ୍କ ଓକିଲଙ୍କ ସହ ମଧ୍ୟାହ୍ନ ୧୨ଟାରେ ସିଭିଲ ଜଜ ଭିଏ ଦେଶମୁଖଙ୍କ ସମ୍ମୁଖରେ ହାଜର ହୋଇଥିଲେ। ୧୧୦ପ୍ରଶ୍ନ ସହିତ ତାଙ୍କୁ ୩୫ ପୃଷ୍ଠା କାଗଜ ଦିଆଯାଇଥିଲା ।

ଫଡନାଭିସ ତାଙ୍କ ଓକିଲମାନଙ୍କ ସହିତ ପରାମର୍ଶ କରିବା ପରେ ପ୍ରତ୍ୟେକ ପ୍ରଶ୍ନର ନିଜର ଉତ୍ତର ଲେଖିଥିଲେ। ପରେ ତାଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି ଭାଜପା ନେତା ଅଭିଯୋଗରେ ଆସିଥିବା ସମସ୍ତ ବିବାଦ ଏବଂ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେ କୌଣସି ଅପରାଧ କିମ୍ବା ଭୁଲ କରିନାହାଁନ୍ତି ବୋଲି କହିଛନ୍ତି। ଫଡନାଭିସ ଦେଢ଼ ଘଣ୍ଟା ପରେ କୋର୍ଟ ପରିସର ଛାଡିଥିଲେ।

ଏହି ମାମଲାର ଅନ୍ତିମ ଶୁଣାଣି ପାଇଁ କୋର୍ଟ ମେ ୬କୁ ତାରିଖ ସ୍ଥିର କରିଥିଲେ। ୧୯୯୬ ଏବଂ ୧୯୯୮ ମସିହାରେ ଭାଜପା ନେତାଙ୍କ ବିରୋଧରେ ଠକେଇ ଓ ଜାଲିଆତି ମାମଲା ରୁଜୁ ହୋଇଥିବା ଅଭିଯୋଗ କରି ଆଡଭୋକେଟ ସତୀଶ ଉକେ ଏକ ଆବେଦନ କରିଥିଲେ। ସୂଚନାଯୋଗ୍ୟ,ଅର୍ଥ ହେରଫେର ଅଭିଯୋଗରେ ଉକେଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ସେ ବର୍ତ୍ତମାନ ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri