ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର, ମଥାରେ ବିନ୍ଦି, ହାତରେ ଚୁଡି ପିନ୍ଧିଥିବାର ନଜର ଆସିଛନ୍ତି। ହାଲୁକା ଗୋଲାପୀ ଶୁଟ ପିନ୍ଧି କଙ୍ଗନା ଏକ କୋଠାରୁ ବାହାରି ସିଧା ତାଙ୍କ କାର ଆଡକୁ ଯାଉଥିବାର ଦେଖାଯାଇଛି। ତାଙ୍କ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ଘେରି ରହିଛି। କଙ୍ଗନାଙ୍କ ନୂଆ ଲୁକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କିଏ କିଏ କହୁଛନ୍ତି ସେ ଲୁଚିଛପି ବିବାହ କରିସାରିଛନ୍ତି, ଆଉ କିଏ ଏହା ସମ୍ଭବତଃ ଏକ ଫିଲ୍ମ ଶୁଟିଂର ଅଂଶ ହୋଇପାରେ ବୋଲି ମତ ଦେଉଛନ୍ତି।
କୁହାଯାଉଛି ଯେ, ଏହି ବିଶେଷ ଲୁକ ତାଙ୍କର ଆଗାମୀ ସିନେମା ‘ତନୁ ୱେଡ୍ସ ମନୁ ୩’ ଶଟିଂର ଏକ ଅଂଶ। ଏହି ଫିଲ୍ମଟି ଆନନ୍ଦ ଏଲ. ରାୟଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ସିନେମାରେ ପୁଣିଥରେ କଙ୍ଗନା ଆର. ମାଧବନଙ୍କ ବିପକ୍ଷରେ ଅଭିନୟ କରିବେ। ଦର୍ଶକ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
କଙ୍ଗନା ଶେଷ ଥର ପାଇଁ ‘ଏମର୍ଜେନ୍ସି’ ଫିଲ୍ମରେ ନଜର ଆସିଥିଲେ। ଏଥିରେ ତାଙ୍କ ଅଭିନୟ ଚର୍ଚ୍ଚା ସାଉଁଟିଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ଏବେ କଙ୍ଗନା ଖୁବ୍‌ଶୀଘ୍ର ‘ଭାରତ ଭାଗ୍ୟ ବିଧାତା’ ଫିଲ୍ମରେ ନଜର ଆସିବେ। ଏହି ଫିଲଟି ଜୁନ ୧୨ରେ ସିନେମା ହଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

 

Dharitri – Odisha’s No.1 Odia Daily

 

Share