Posted inଜାତୀୟ

ସିଭିଲ ସର୍ଭିସ୍‌ରେ ଦିବ୍ୟାଙ୍ଗ: କେନ୍ଦ୍ର ସରକାରଙ୍କଠାରୁ ୮ ସପ୍ତାହ ମଧ୍ୟରେ ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୧୧ : ବିଭିନ୍ନ ବର୍ଗର ସିଭିଲ ସର୍ଭିସ୍‌ରେ ଦିବ୍ୟାଙ୍ଗଙ୍କୁ ସୁଯୋଗ ଦେବା ପ୍ରସଙ୍ଗରେ ଏହାର ଯାଞ୍ଚ୍‌ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଏକ ମାମଲାର ଶୁଣାଣି ବେଳେ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଦିବ୍ୟାଙ୍ଗମାନଙ୍କୁ ସିଭିଲ ସର୍ଭିସରେ ବିଭିନ୍ନ ବର୍ଗରେ କିପରି ସୁଯୋଗ ଦିଆଯାଇପାରିବ ତାହାର ଜବାବ ଦିଅନ୍ତୁ।

ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ବ୍ୟବହାରିକତା ମଧ୍ୟ ଦେଖାଯିବା ଉଚିତ। ଜଷ୍ଟିସ ଏସ ଏ ନଜିର ଏବଂ ଭି ରାମାସୁବ୍ରମଣ୍ୟମ୍ୟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଦିବ୍ୟାଙ୍ଗତା ପ୍ରତି ସହାନୁଭୂତି ଏକ କାରଣ ହୋଇଥିବାବେଳେ ନିଷ୍ପତ୍ତିର ବ୍ୟବହାରିକତାକୁ ମଧ୍ୟ ମନେ ରଖିବା ଜରୁରୀ ବୋଲି କହିଛନ୍ତି। ଅଦାଲତ କହିଛନ୍ତି ଯେ ଦିବ୍ୟାଙ୍ଗମାନେ ସମସ୍ତ ବର୍ଗରେ ଫିଟ ହୋଇପାରିବେ ନାହିଁ। ତେଣୁ ଏହାର ଯାଞ୍ଚ୍‌ କରାଯିବା ଉଚିତ। କାରଣ, ସହାନୁଭୂତି ହେଉଛି ଗୋଟିଏ ଦିଗ ଏବଂ ବ୍ୟବହାରିକତା ଅନ୍ୟ ଏକ ଭିନ୍ନ ଦିଗ।

ଏହି ସମୟରେ କୋର୍ଟ ଏକ ଘଟଣା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଚେନ୍ନାଇରେ ଶତ ପ୍ରତିଶତ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ଜୁନିଅର ଡିଭିଜନରେ ସିଭିଲ ଜଜ ଭାବେ ନିଯୁକ୍ତି ଦିଆଯାଇଥିଲା। ପରେ ସେ ତାମିଲ ପତ୍ରିକାର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।

କେନ୍ଦ୍ର ପକ୍ଷରୁ ଏହା କୁହାଯାଇଛି ଯେ ବିଭିନ୍ନ ବର୍ଗର ସିଭିଲ ସର୍ଭିସ୍‌ ଉପରେ ବିବ୍ୟାଙ୍ଗଙ୍କ ଭୂମିକା ଅନୁସନ୍ଧାନ କରାଯାଉଛି। ଏହି ସମୟରେ କେନ୍ଦ୍ର କୋର୍ଟରୁ ୮ ସପ୍ତାହ ସମୟ ମାଗିଥିଲେ। କୋର୍ଟ ଏହାକୁ ମଞ୍ଜୁରୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri