ଦିବ୍ୟାଙ୍ଗ ହେଉଛନ୍ତି ଭଗବାନଙ୍କ ଅନ୍ୟରୂପ

କଣ୍ଟାପଡା,୧୫।୭(ଡି.ଏନ୍‌.ଏ.): ଦିବ୍ୟାଙ୍ଗ ହେଉଛନ୍ତି ଭଗବାନଙ୍କ ଅନ୍ୟରୂପ। କଟକ ଜିଲା କଣ୍ଟାପଡ଼ା ବ୍ଲକ ଓଲଟପୁରସ୍ଥିତ ଏସ୍‌ଭି ନିରତାର ଦିବ୍ୟାଙ୍ଗ ଚିକିତ୍ସା ଓ ଗବେଷଣା ଅନୁଷ୍ଠାନ ଛାତ୍ର ସଂସଦର ୨୪ତମ ବାର୍ଷିକୋତ୍ସବରେ ରାଜ୍ୟପାଳ ଡ. ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି କହିଥିଲେ। ଅନ୍ୟତମ ଅତିଥିଭାବେ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଡିନ୍‌ ଡା. ପ୍ରସନ୍ନଜିତ ମହାନ୍ତି ଯୋଗଦେଇ ପିଲାମାନଙ୍କ ମନୋବଳ ବଢ଼ାଇଲା ପରି କଥା କହିଥିଲେ, ନିରତାରରେ ଚାଲିଥିବା ଦିବ୍ୟାଙ୍ଗ ଚିକିତ୍ସା ଓ ଗବେଷଣା ସମ୍ପର୍କରେ ଏସ୍‌ଭିନିରତାରର ନିର୍ଦ୍ଦେଶକ ଡା. ପତିତପାବନ ମହାନ୍ତି ସୂଚନା ଦେଇଥିଲେ। ଛାତ୍ର ସଂସଦର ମୁଖପାତ୍ର ନିରନ୍ତରକୁ ମୁଖ୍ୟଅତିଥି ଉନ୍ମୋଚନ କରିବା ସହ ୩୧ ବ୍ୟାଚର ଟପ୍ପର ଶୋଭନ ମଣ୍ଡଳ, ଫରୀନ ଫୟାଜ, ରିୟା ମଣ୍ଡଳ ଓ କ୍ରୀଡାରେ ଟପ୍ପର ହୋଇଥିବା ଛାତ୍ର ନୀହାର ରଞ୍ଜନ ମଲିକ ଓ ଛାତ୍ରୀ ସଂଘମିତ୍ରା ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।