ନବରଙ୍ଗପୁର ହଇଜା ଆତଙ୍କ: ୩ରେ ପହଁଚିଲା ମୃତ୍ୟୁ ସଂଖ୍ୟା, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ଝରିଗାଁ,୯।୯: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚେପ୍ଟିଆମ୍ବା ଗ୍ରାମରେ ଆତଙ୍କ ସୃଷ୍ଟି କରିଛି ହଇଜା। ଝରିଗାଁ ଏବଂ ନବରଙ୍ଗପୁରରୁ ଡାକ୍ତରୀ ଟିମ୍ ଚେପ୍ଟିଆମ୍ବା ପହଞ୍ଚିଛନ୍ତି। ଚେପ୍ଟିଆମ୍ବାରେ ଝାଡାବାନ୍ତି ବ୍ୟାପି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ପହଞ୍ଚିଛି। ଗତ ଶୁକ୍ରବାର ଗ୍ରାମର ଡାଲ ଜାନି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାପରେ ପରିବାର ଲୋକଙ୍କ ସହିତ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଡ଼ାବୁଗାଁ ମେଡିକାଲ ଏବଂ ପରେ ଅତି ଗୁରୁତର ହେବାପରେ ଡାଲଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ସାଙ୍ଗରେ ସାନପୁଅ ମଧୁ ଜାନି ଏବଂ ବଡପୁଅ ନୀଳ ଜାନି ମଧ୍ୟ ଯାଇଥିଲେ। ଡାଲଙ୍କୁ ଚିକିତ୍ସାଧିନ ଅବସ୍ଥାରେ ରକ୍ତର ଆବଶ୍ୟତା ପଡ଼ିଥିଲା। ରବିବାର ସାନ ପୁଅ ମଧୁ ରକ୍ତ ଦାନ କରିଥଲେ। ରକ୍ତଦାନ କରିବାର କିଛି ଘଣ୍ଟା ମଧ୍ୟରେ ମଧୁଙ୍କୁ ପ୍ରଥମେ ଦୁଇଥର ଝାଡ଼ା ହେବାପରେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ମଧୁଙ୍କୁ ମେଡିକାଲରେ ବଡ ଭାଇ ନୀଳ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ମଧୁଙ୍କୁ ପ୍ରାୟ ୧୬ଥର ଝାଡ଼ା ହୋଇଥିଲା ।

ତାଙ୍କୁ ରବିବାର ଦିନ ବେଳେ ଥରେ ମାତ୍ର ସଲାଇନ୍‌ ଦିଆ ଯାଇଥିଲା ଏବଂ ପରେ ତାଙ୍କ ନିକଟକୁ କେହି ମଧ୍ୟ ସ୍ବାସ୍ଥ୍ୟ ଯାଞ୍ଚ୍‌ ପାଇଁ ଆସିନଥିଲେ କି କୌଣସି ଚିକିତ୍ସା ମିଳିନଥିବା ଯୋଗୁଁ ସାନ ଭାଇର ମୃତ୍ୟୁ ହୋଇଥିବା ନେଇ ବଡ଼ଭାଇ ଅଭିଯୋଗ ଆଣିଛନ୍ତି । ମଧୁ ଜାନି ନିଜ ମାଆର ଚିକିତ୍ସା ପାଇଁ ଯାଇଥିଲେ। କିନ୍ତୁ ସେ ଶବ ହୋଇ ଗାଁ ଶ୍ମଶାନକୁ ଫେରିଥିଲେ। ମୃତ ମଧୁଙ୍କ ବଡ ଭାଇ ନବରଙ୍ଗପୁର ମେଡିକାଲରୁ ଫେରିବା ସମୟରେ ପ୍ରାୟ ୩ଥର ଝାଡ଼ା ହୋଇଥିଲା। ରାସ୍ତା କଡ଼ରେ ହିଁ ସେ ଗୁରୁତର ଅବସ୍ଥାରେ ବର୍ଷାରେ ଗଛ ତଳେ ପଡ଼ି ରହିଥିଲେ ।

ଖବର ପାଇ ଘଟଣାସ୍ଥଳେ ଆମ୍ବୁଲାନ୍ସ ପହଞ୍ଚି ନୀଳଙ୍କୁ ଚେପ୍ଟିଆମ୍ବା ସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ଅଣାଯାଇ ଚିକିତ୍ସା ପ୍ରଦାନ କରଯାଇଥିଲା । ସୋମବାର ସକାଳେ ଗ୍ରାମର ମୁଙ୍ଗାଇ ଜାନି (୬୫) ଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଣାଯାଇଥିଲା ସେଥିପ୍ରତି ଝାଡାରେ ଆକ୍ରାନ୍ତ ହୋଇଥିବା ମୁଙ୍ଗାଇ ଜାନିଙ୍କ ବଡପୁଅ ରାମଧର ଜାନି ଏବଂ ଗାଁର ଅନ୍ୟ ଏକ ମହିଳା ସନମତି ଜାନିଙ୍କୁ ଚେପ୍ଟିଆମ୍ବା ସ୍ଥିତ ଅସ୍ଥାୟୀ ଶିବିରରେ ପ୍ରଥମେ ପ୍ରାଥମିକ ଚିକିତ୍ସା ଦେବାପରେ ଝରିଗାଁ ମେଡ଼ିକାଲକୁ ଦୁହିଁଙ୍କୁ ସ୍ଥାନାନ୍ତର କରାଯାଇଥିବା କରାଯାଉଛି ।

ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରବିନ୍ଦ ପଣ୍ଡା, ଡ଼ାକ୍ତର ସନ୍ତୋଷ କୁମାର ପ୍ରଧାନ, ଏପିଡେମିକଲୋଜିଷ୍ଟ ଡାକ୍ତର ଇର୍ଷାତ ଖାନ୍‌, ମାଇକ୍ରୋ ବାୟୋଲୋଜିଷ୍ଟ ଗାୟତ୍ରୀ ସୁନ୍ଦରରାୟ, ଡ଼ାକ୍ତର ଅରୁଣା ଗାଇନ, ଡାକ୍ତର ଜିତେନ୍ଦ୍ର ନାୟକ, ବିପିଏମ୍‌ଓ ପ୍ରିୟଙ୍କା ସିଲ, ଭାରପ୍ରାପ୍ତ ପି ହେଚ ଓ ଗୋପାଳ କୃଷ୍ଣ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଡାଇରିଆ ସ୍ଥିତି ନିୟନ୍ତ୍ରଣ ଉପରେ ସଜାଗ ରହିଛନ୍ତି ।

ସୋମବାର ପର୍ଯ୍ୟନ୍ତ ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ସୋମବାର ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀ ଗାଁରେ ପହଞ୍ଚି ଉପସ୍ଥିତ ରହିଥିବା ଡାକ୍ତରଙ୍କ ସହ ସାକ୍ଷାତ କରି ହଇଜାରେ ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହାପରେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଡାଇରିଆରେ ମୃତ୍ୟୁ ହୋଇଥିବା ତିନି ପରିବାର ଲୋକଙ୍କୁ ଭେଟି ପ୍ରତ୍ୟେକ ପରିବାକୁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସ୍‌ୱାସ୍ଥ୍ୟ ବିଭାଗ ୨୪ ଘଣ୍ଟା ସଜାଗ ରହି ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବେଳେ ଉପ ସ୍‌ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ମହିଳା ସ୍‌ୱାସ୍ଥ୍ୟ କର୍ମୀ ନିଯୁକ୍ତି ହେବା ଦରକାର ବୋଲି ସାଂସଦ ବଳଭଦ୍ର ମାଝୀ କହିଛନ୍ତି।

ସେହିପରି ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରି କହିଥିଲେ ପ୍ରଶାସନ ଚେପଟିଆମ୍ବା ଗ୍ରାମକୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ପଠାଇ ଆକ୍ରାନ୍ତ ମାନଙ୍କ ଚିକିତ୍ସା କରିବା ପାଇଁ ଦାବି କରିବା ସହ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତିdସେହିପରି ଉପ ସ୍‌ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ମହିଳା ସ୍‌ୱାସ୍ଥ୍ୟ କର୍ମୀ ମାନକୁ ନିଯୁକ୍ତି କରିବା ପାଇଁ ଦାବି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri