ନବରଙ୍ଗପୁର ହଇଜା ଆତଙ୍କ: ୩ରେ ପହଁଚିଲା ମୃତ୍ୟୁ ସଂଖ୍ୟା, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ଝରିଗାଁ,୯।୯: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚେପ୍ଟିଆମ୍ବା ଗ୍ରାମରେ ଆତଙ୍କ ସୃଷ୍ଟି କରିଛି ହଇଜା। ଝରିଗାଁ ଏବଂ ନବରଙ୍ଗପୁରରୁ ଡାକ୍ତରୀ ଟିମ୍ ଚେପ୍ଟିଆମ୍ବା ପହଞ୍ଚିଛନ୍ତି। ଚେପ୍ଟିଆମ୍ବାରେ ଝାଡାବାନ୍ତି ବ୍ୟାପି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ପହଞ୍ଚିଛି। ଗତ ଶୁକ୍ରବାର ଗ୍ରାମର ଡାଲ ଜାନି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାପରେ ପରିବାର ଲୋକଙ୍କ ସହିତ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଡ଼ାବୁଗାଁ ମେଡିକାଲ ଏବଂ ପରେ ଅତି ଗୁରୁତର ହେବାପରେ ଡାଲଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ସାଙ୍ଗରେ ସାନପୁଅ ମଧୁ ଜାନି ଏବଂ ବଡପୁଅ ନୀଳ ଜାନି ମଧ୍ୟ ଯାଇଥିଲେ। ଡାଲଙ୍କୁ ଚିକିତ୍ସାଧିନ ଅବସ୍ଥାରେ ରକ୍ତର ଆବଶ୍ୟତା ପଡ଼ିଥିଲା। ରବିବାର ସାନ ପୁଅ ମଧୁ ରକ୍ତ ଦାନ କରିଥଲେ। ରକ୍ତଦାନ କରିବାର କିଛି ଘଣ୍ଟା ମଧ୍ୟରେ ମଧୁଙ୍କୁ ପ୍ରଥମେ ଦୁଇଥର ଝାଡ଼ା ହେବାପରେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ମଧୁଙ୍କୁ ମେଡିକାଲରେ ବଡ ଭାଇ ନୀଳ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ମଧୁଙ୍କୁ ପ୍ରାୟ ୧୬ଥର ଝାଡ଼ା ହୋଇଥିଲା ।

ତାଙ୍କୁ ରବିବାର ଦିନ ବେଳେ ଥରେ ମାତ୍ର ସଲାଇନ୍‌ ଦିଆ ଯାଇଥିଲା ଏବଂ ପରେ ତାଙ୍କ ନିକଟକୁ କେହି ମଧ୍ୟ ସ୍ବାସ୍ଥ୍ୟ ଯାଞ୍ଚ୍‌ ପାଇଁ ଆସିନଥିଲେ କି କୌଣସି ଚିକିତ୍ସା ମିଳିନଥିବା ଯୋଗୁଁ ସାନ ଭାଇର ମୃତ୍ୟୁ ହୋଇଥିବା ନେଇ ବଡ଼ଭାଇ ଅଭିଯୋଗ ଆଣିଛନ୍ତି । ମଧୁ ଜାନି ନିଜ ମାଆର ଚିକିତ୍ସା ପାଇଁ ଯାଇଥିଲେ। କିନ୍ତୁ ସେ ଶବ ହୋଇ ଗାଁ ଶ୍ମଶାନକୁ ଫେରିଥିଲେ। ମୃତ ମଧୁଙ୍କ ବଡ ଭାଇ ନବରଙ୍ଗପୁର ମେଡିକାଲରୁ ଫେରିବା ସମୟରେ ପ୍ରାୟ ୩ଥର ଝାଡ଼ା ହୋଇଥିଲା। ରାସ୍ତା କଡ଼ରେ ହିଁ ସେ ଗୁରୁତର ଅବସ୍ଥାରେ ବର୍ଷାରେ ଗଛ ତଳେ ପଡ଼ି ରହିଥିଲେ ।

ଖବର ପାଇ ଘଟଣାସ୍ଥଳେ ଆମ୍ବୁଲାନ୍ସ ପହଞ୍ଚି ନୀଳଙ୍କୁ ଚେପ୍ଟିଆମ୍ବା ସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ଅଣାଯାଇ ଚିକିତ୍ସା ପ୍ରଦାନ କରଯାଇଥିଲା । ସୋମବାର ସକାଳେ ଗ୍ରାମର ମୁଙ୍ଗାଇ ଜାନି (୬୫) ଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଣାଯାଇଥିଲା ସେଥିପ୍ରତି ଝାଡାରେ ଆକ୍ରାନ୍ତ ହୋଇଥିବା ମୁଙ୍ଗାଇ ଜାନିଙ୍କ ବଡପୁଅ ରାମଧର ଜାନି ଏବଂ ଗାଁର ଅନ୍ୟ ଏକ ମହିଳା ସନମତି ଜାନିଙ୍କୁ ଚେପ୍ଟିଆମ୍ବା ସ୍ଥିତ ଅସ୍ଥାୟୀ ଶିବିରରେ ପ୍ରଥମେ ପ୍ରାଥମିକ ଚିକିତ୍ସା ଦେବାପରେ ଝରିଗାଁ ମେଡ଼ିକାଲକୁ ଦୁହିଁଙ୍କୁ ସ୍ଥାନାନ୍ତର କରାଯାଇଥିବା କରାଯାଉଛି ।

ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରବିନ୍ଦ ପଣ୍ଡା, ଡ଼ାକ୍ତର ସନ୍ତୋଷ କୁମାର ପ୍ରଧାନ, ଏପିଡେମିକଲୋଜିଷ୍ଟ ଡାକ୍ତର ଇର୍ଷାତ ଖାନ୍‌, ମାଇକ୍ରୋ ବାୟୋଲୋଜିଷ୍ଟ ଗାୟତ୍ରୀ ସୁନ୍ଦରରାୟ, ଡ଼ାକ୍ତର ଅରୁଣା ଗାଇନ, ଡାକ୍ତର ଜିତେନ୍ଦ୍ର ନାୟକ, ବିପିଏମ୍‌ଓ ପ୍ରିୟଙ୍କା ସିଲ, ଭାରପ୍ରାପ୍ତ ପି ହେଚ ଓ ଗୋପାଳ କୃଷ୍ଣ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଡାଇରିଆ ସ୍ଥିତି ନିୟନ୍ତ୍ରଣ ଉପରେ ସଜାଗ ରହିଛନ୍ତି ।

ସୋମବାର ପର୍ଯ୍ୟନ୍ତ ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ସୋମବାର ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀ ଗାଁରେ ପହଞ୍ଚି ଉପସ୍ଥିତ ରହିଥିବା ଡାକ୍ତରଙ୍କ ସହ ସାକ୍ଷାତ କରି ହଇଜାରେ ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହାପରେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଡାଇରିଆରେ ମୃତ୍ୟୁ ହୋଇଥିବା ତିନି ପରିବାର ଲୋକଙ୍କୁ ଭେଟି ପ୍ରତ୍ୟେକ ପରିବାକୁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସ୍‌ୱାସ୍ଥ୍ୟ ବିଭାଗ ୨୪ ଘଣ୍ଟା ସଜାଗ ରହି ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବେଳେ ଉପ ସ୍‌ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ମହିଳା ସ୍‌ୱାସ୍ଥ୍ୟ କର୍ମୀ ନିଯୁକ୍ତି ହେବା ଦରକାର ବୋଲି ସାଂସଦ ବଳଭଦ୍ର ମାଝୀ କହିଛନ୍ତି।

ସେହିପରି ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରି କହିଥିଲେ ପ୍ରଶାସନ ଚେପଟିଆମ୍ବା ଗ୍ରାମକୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ପଠାଇ ଆକ୍ରାନ୍ତ ମାନଙ୍କ ଚିକିତ୍ସା କରିବା ପାଇଁ ଦାବି କରିବା ସହ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତିdସେହିପରି ଉପ ସ୍‌ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ମହିଳା ସ୍‌ୱାସ୍ଥ୍ୟ କର୍ମୀ ମାନକୁ ନିଯୁକ୍ତି କରିବା ପାଇଁ ଦାବି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri