ବରଗଡ଼ରେ ବ୍ୟାପୁଛି ଝାଡ଼ାବାନ୍ତି, ୫୧ ଅସୁସ୍ଥ

ବରଗଡ଼,୨୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ନିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଧଉଁରାଖନ୍ଦା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଛି। ଏଥିରେ ଗ୍ରାମର ୫୧ ଜଣ ଅସୁସ୍ଥ ହୋଇଛନ୍ତି। ଝାଡ଼ାବାନ୍ତିକୁ ନେଇ ଗ୍ରାମରେ ଆତଙ୍କ ଖେଳିଯାଇଛି। ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଗ୍ରାମରେ କ୍ୟାମ୍ପ କରି ଅସୁସ୍ଥଙ୍କ ଚିକିତ୍ସା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଝାଡ଼ାବାନ୍ତି ବ୍ୟାପିବାର କାରଣ ଜଣାପଡ଼ିନାହିଁ। ଗ୍ରାମରେ ଗତ ୧୭ ତାରିଖ କୁମାର ପୂର୍ଣ୍ଣିମା ପାଳନ ଅବସରରେ ହୋଇଥିବା ପ୍ରସାଦ ସେବନରୁ ଝାଡ଼ାବାନ୍ତି ବ୍ୟାପିଥିବା ଆଶଙ୍କା କରାଯାଉଛି। ସେହିପରି ଗ୍ରାମରେ ଥିବା କୂଅ, ନଳକୂଅ ପାଣି ଯୋଗୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି। ବିଭାଗୀୟ କର୍ତ୍ତୃପକ୍ଷ କୂଅ, ନଳକୂଅ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ସେହିପରି ଗ୍ରାମର ସମସ୍ତ କୂଅ, ନଳକୂଅରେ ବିଶୋଧକ ପକାଯାଇଛି।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରୁ ଧଉଁରାଖନ୍ଦା ଗ୍ରାମରେ ଜଣେ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ରାତି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୧ରେ ପହଞ୍ଚିଥିଲା। ଗ୍ରାମବାସୀ ଏ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ରାତାରାତି ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସମ୍ପୃକ୍ତ ଗାଁରେ ପହଞ୍ଚତ୍ ଅସୁସ୍ଥଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ସେହିପରି ଗୁରୁତରମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ଏ ନେଇ ସ୍ଥାନୀୟ ସରପଞ୍ଚ ନିରଞ୍ଜନ ମଲ୍ଲିକ କହିଛନ୍ତି, ଦିନକରେ ୫୧ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଉକ୍ତ ଗ୍ରାମରେ ଆତଙ୍କ ଖେଳାଇ ଦେଇଥିଲା। ଖବର ପାଇ ଠିକ୍‌ ସମୟରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିବା ସେ କହିଛନ୍ତି। ତେବେ କେଉଁ କାରଣ ପାଇଁ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହେଲେ ତାହା ଜଣାପଡ଼ିନାହିଁ। କୁମାର ପୂର୍ଣ୍ଣିମାରେ ହୋଇଥିବା ସାମୂହିକ ପ୍ରସାଦ କିମ୍ବା ଦୂଷିତ ପାଣି ଯୋଗୁ ସେଭଳି ସ୍ଥିତି ଉପୁଜି ଥାଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେହିପରି ମେଡିକାଲ ଅଫିସର ଡା. ମଧୁସ୍ମିତା ସେଠ କହିଛନ୍ତି, ଝାଡ଼ାବାନ୍ତି ବ୍ୟାପିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଫୁଡ୍‌ ପଏଜନିଂ କିମ୍ବା ପାଣି ପାଇଁ ସେଭଳି ସ୍ଥିତି ଉପୁଜିଛି ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଗ୍ରାମରେ କ୍ୟାମ୍ପ କରି ସେଥିପ୍ରତି ନଜର ରଖିଥିବା ସେଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଜଙ୍ଗଲ ନିଆଁ ରୋକିବା ପାଇଁ ସାଇକେଲ ରାଲି: କଣ୍ଟେଇପଲ୍ଲୀ ଭିଏସଏସ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି

ଭଞ୍ଜନଗର,୧୯।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri