ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ହୀରକ ଜୟନ୍ତୀ

ପଞ୍ଚଲିଙ୍ଗେଶ୍ୱର,୨୮ା୧୨(ଲେନିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡ଼ିଆ ଅଞ୍ଚଳବାସୀ ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ ସକାଳ ୮ରେ ତୃତୀୟ ଶ୍ରୀକ୍ଷେତ୍ରରେ ପୂଜାର୍ଚ୍ଚନା କରି ଅଜ୍ଞାମାଳ ଆଣି ଏକ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ନୀଳଗିରି ବସ୍‌ଷ୍ଟାଣ୍ଡ୍‌ରୁ ଈଶ୍ବରପୁର ବଉଳଗଡ଼ିଆ ପରିକ୍ରମା କରି ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ପହଞ୍ଚି ପୂର୍ବତନ ଜିଲା ଉପସ୍ବାସ୍ଥ୍ୟଅଧିକାରୀ ମୃତ୍ୟୁଞ୍ଜୟ ମିଶ୍ର ଫିତା କାଟି ହୀରକ ଜୟନ୍ତୀକୁ ଅନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଥିଲେ। ଏକ ବିଶାଳ ରକ୍ତଦାନ ଶିବିରରେ ୯୭ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବାବେଳେ ୭ଜଣରୁ ଊର୍ଦ୍ଧ୍ୱ ଡାକ୍ତରର ସହାୟତାରେ ଏକ ବିଶାଳ ସ୍ବାସ୍ଥ୍ୟ ଶିବିରରୁ ସାହସ୍ରାଧିକ ଅଞ୍ଚଳବାସୀ ମାଗଣା ଔଷଧ ସହିତ ସ୍ବାସ୍ଥ୍ୟସେବା ପାଇଥିଲେ। ସନ୍ଧ୍ୟାରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତ୍ରିଦିବସୀୟ ହୀରକ ଜୟନ୍ତୀ ସମାରୋହର ପ୍ରଥମ ସନ୍ଧ୍ୟାର ସଭାରେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଡକ୍ଟର ଅକ୍ଷୟ କୁମାର ପାଣିଗ୍ରାହୀ। ମୁଖ୍ୟ ଅତିଥି ଭାବେ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତି୍ୟକ ଶରତ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଚନ୍ଦ୍ରବିନ୍ଦୁ ଦାସ, ସମ୍ମାନିତ ବକ୍ତା ଏଫ୍‌ଏମ୍‌ ୟୁନିଭର୍ସିଟି ପିଜି କାଉନସିଲ୍‌ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ବେହେରା ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଅତିଥି ଅଭୟ କୁମାର ମିଶ୍ର, ସମ୍ମାନିତ ବକ୍ତା ଭାସ୍କର ଚନ୍ଦ୍ର ବେହେରା ମହୋଦୟ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିବାବେଳେ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନେ ହେଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାକୃଷ୍ଣ ଦାସ, ପ୍ରାଣବନ୍ଧୁ ଜେନା, ରବିନାରାୟଣ ପାଣିଗ୍ରାହୀ, ଉମାକାନ୍ତ ମଲିକ, ମନୋରଞ୍ଜନ ରାଉତ, ନରହରି ବିଶ୍ୱାଳ, ନରେନ୍ଦ୍ର କୁମାର ପଣ୍ଡା, ରାମଚନ୍ଦ୍ର ମହାପାତ୍ର, ସ୍କୁଲ କର୍ମଚାରୀ ଭାସ୍କର ଚନ୍ଦ୍ର ସ୍ବାଇଁ, ମହେନ୍ଦ୍ର ମଲିକ ଏବଂ ପ୍ରତିଷ୍ଠାତା ସଦସ୍ୟ ମହେଶ୍ୱର ସେନାପତି ସମ୍ବର୍ଦ୍ଧିତ ହୋଇଥିଲେ। ସଭା ସାଙ୍ଗ ପରେ ଯାତ୍ରା କଳାକାର ପିୟୁଷ ଏବଂ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କ ମଧୁର ସଙ୍ଗୀତ ମୂର୍ଚ୍ଛନାରେ ମତୁଆଲା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ବର୍ଷେ ହେଲା ପ୍ରେମିକାଙ୍କ ସହ ରଖୁଥିଲେ ଶାରିରୀକ ସମ୍ପର୍କ: ଗର୍ଭବତୀ ହେବାରୁ…

ନୀଳଗିରି,୨୧।୩(ପ୍ରଶାନ୍ତ ବିଶ୍ୱାଳ):ପ୍ରେମିକାଙ୍କୁ ଗର୍ଭବତୀ ପରେ ପ୍ରତାରଣା। ବିବାହର ମିଛ ପ୍ରତିଶ୍ରୁତି ଦେଇ ବର୍ଷେ ହେଲା ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପ୍ରେମିକା ଗର୍ଭବତୀ ହେବା ପରେ…

ଶାରିରୀକ ସମ୍ପର୍କ ରଖିବାକୁ ମନା କଲେ ଯମୁନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri