ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ହୀରକ ଜୟନ୍ତୀ

ପଞ୍ଚଲିଙ୍ଗେଶ୍ୱର,୨୮ା୧୨(ଲେନିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡ଼ିଆ ଅଞ୍ଚଳବାସୀ ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ ସକାଳ ୮ରେ ତୃତୀୟ ଶ୍ରୀକ୍ଷେତ୍ରରେ ପୂଜାର୍ଚ୍ଚନା କରି ଅଜ୍ଞାମାଳ ଆଣି ଏକ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ନୀଳଗିରି ବସ୍‌ଷ୍ଟାଣ୍ଡ୍‌ରୁ ଈଶ୍ବରପୁର ବଉଳଗଡ଼ିଆ ପରିକ୍ରମା କରି ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ପହଞ୍ଚି ପୂର୍ବତନ ଜିଲା ଉପସ୍ବାସ୍ଥ୍ୟଅଧିକାରୀ ମୃତ୍ୟୁଞ୍ଜୟ ମିଶ୍ର ଫିତା କାଟି ହୀରକ ଜୟନ୍ତୀକୁ ଅନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଥିଲେ। ଏକ ବିଶାଳ ରକ୍ତଦାନ ଶିବିରରେ ୯୭ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବାବେଳେ ୭ଜଣରୁ ଊର୍ଦ୍ଧ୍ୱ ଡାକ୍ତରର ସହାୟତାରେ ଏକ ବିଶାଳ ସ୍ବାସ୍ଥ୍ୟ ଶିବିରରୁ ସାହସ୍ରାଧିକ ଅଞ୍ଚଳବାସୀ ମାଗଣା ଔଷଧ ସହିତ ସ୍ବାସ୍ଥ୍ୟସେବା ପାଇଥିଲେ। ସନ୍ଧ୍ୟାରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତ୍ରିଦିବସୀୟ ହୀରକ ଜୟନ୍ତୀ ସମାରୋହର ପ୍ରଥମ ସନ୍ଧ୍ୟାର ସଭାରେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଡକ୍ଟର ଅକ୍ଷୟ କୁମାର ପାଣିଗ୍ରାହୀ। ମୁଖ୍ୟ ଅତିଥି ଭାବେ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତି୍ୟକ ଶରତ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଚନ୍ଦ୍ରବିନ୍ଦୁ ଦାସ, ସମ୍ମାନିତ ବକ୍ତା ଏଫ୍‌ଏମ୍‌ ୟୁନିଭର୍ସିଟି ପିଜି କାଉନସିଲ୍‌ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ବେହେରା ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଅତିଥି ଅଭୟ କୁମାର ମିଶ୍ର, ସମ୍ମାନିତ ବକ୍ତା ଭାସ୍କର ଚନ୍ଦ୍ର ବେହେରା ମହୋଦୟ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିବାବେଳେ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନେ ହେଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାକୃଷ୍ଣ ଦାସ, ପ୍ରାଣବନ୍ଧୁ ଜେନା, ରବିନାରାୟଣ ପାଣିଗ୍ରାହୀ, ଉମାକାନ୍ତ ମଲିକ, ମନୋରଞ୍ଜନ ରାଉତ, ନରହରି ବିଶ୍ୱାଳ, ନରେନ୍ଦ୍ର କୁମାର ପଣ୍ଡା, ରାମଚନ୍ଦ୍ର ମହାପାତ୍ର, ସ୍କୁଲ କର୍ମଚାରୀ ଭାସ୍କର ଚନ୍ଦ୍ର ସ୍ବାଇଁ, ମହେନ୍ଦ୍ର ମଲିକ ଏବଂ ପ୍ରତିଷ୍ଠାତା ସଦସ୍ୟ ମହେଶ୍ୱର ସେନାପତି ସମ୍ବର୍ଦ୍ଧିତ ହୋଇଥିଲେ। ସଭା ସାଙ୍ଗ ପରେ ଯାତ୍ରା କଳାକାର ପିୟୁଷ ଏବଂ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କ ମଧୁର ସଙ୍ଗୀତ ମୂର୍ଚ୍ଛନାରେ ମତୁଆଲା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...

ଭାଇରାଲ ହେଉଛି ସେଜଲଙ୍କ ମା’ଙ୍କ ହାତଲେଖା ଚିଠି, ଏଥିରେ ଲେଖିଛନ୍ତି ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ…

ବାଲେଶ୍ୱର,୧ା୧୨: ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ଏଥିରେ ସେ ଲେଖିଛନ୍ତି, ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି।...

ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା

ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା...

ଜାଲ୍‌ ଟିପ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ, ଧରିଲେ ଏମପି ପ୍ରତାପ ଷଡ଼ଙ୍ଗୀ, ତା’ପରେ…

ବାଲେଶର, ୨୭।୧୧( ବାଞ୍ଛାନିଧି ଦେ): ଜାଲ୍‌ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ। ଅଭିଯୋଗ ପାଇ ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ...

ମୃତ୍ୟୁ ଉପତ୍ୟକା ହାତୀ କରିଡର

ବାଲେଶ୍ୱର ଜିଲା ଦେଇ ଯାଇଛି ଶିମିଳିପାଳ-କୁଲଡ଼ିହା-ହଦଗଡ଼ ହାତୀ କରିଡର। ଝାଡ଼ଖଣ୍ଡ ଅଭୟାରଣ୍ୟରୁ ଭାୟା ତପୋବନ (ପଶ୍ଚିମବଙ୍ଗ) ଦେଇ ହାତୀପଲ କୁଲଡ଼ିହା ଅଭୟାରଣ୍ୟକୁ ଆସନ୍ତି। ସାଧାରଣତଃ ନଭେମ୍ବରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri