Posted inଖେଳ

ହିଟ୍‌ଲର୍‌ଙ୍କ ଅଫ୍‌ରକୁ ପ୍ରତ୍ୟାଖ୍ୟାନ କରିଥିଲେ ଧ୍ୟାନଚାନ୍ଦ: ଜାଣନ୍ତୁ କ’ଣ ଥିଲା ସେହି ଅଫର୍‌

ନୂଆଦିଲ୍ଲୀ,୨୫।୭: ଭାରତୀୟ ହକି କିମ୍ବଦନ୍ତୀ ତଥା ଯାଦୁଗର ମେଜର ଧ୍ୟାନଚାନ୍ଦ ଅଲିମ୍ପିକ୍ସରେ ଭାରତ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାରତୀୟ କ୍ରୀଡ଼ାରେ ଧ୍ୟାନଚାନ୍ଦଙ୍କର ବହୁତ ଅବଦାନ ରହିଛି।
ଧ୍ୟାନଚାନ୍ଦ ୧୬ ବର୍ଷ ବୟସରେ ଜଣେ ସୈନିକ ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଏହା ସହିତ ସେ ହକି ଖେଳିବା ଆରମ୍ଭ କଲେ। ସେ ରାତିରେ ହକି ଅଭ୍ୟାସ କରୁଥିଲେ। ଏହି କାରଣରୁ ତାଙ୍କୁ ଚାନ୍ଦ କୁହାଯାଉଥିଲା ଏବଂ ପରେ ତାଙ୍କ ନାମ ଧ୍ୟାନଚାନ୍ଦ ହୋଇଗଲା। ୧୯୨୨ ରୁ ୧୯୨୬ ପର୍ଯ୍ୟନ୍ତ ସେନାର ରେଜିମେଣ୍ଟାଲ ମ୍ୟାଚ ଖେଳିବାବେଳେ ଧ୍ୟାନଚାନ୍ଦ ସମସ୍ତଙ୍କ ଆକର୍ଷିତ କରିଥିଲେ।
ଏହି ପ୍ରଦର୍ଶନ ପରେ ଧ୍ୟାନଚାନ୍ଦ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ସେନା ଦଳରେ ମନୋନୀତ ହୋଇଥିଲେ। ନ୍ୟୁଜିଲାଣ୍ଡ ଗସ୍ତରେ ଦଳ ବହୁତ ଭଲ ପ୍ରଦର୍ଶନ କରିଥିଲା। ଭାରତର ସେନା ଦଳ ୧୮ଟି ମ୍ୟାଚ ଜିତିଥିଲା, ୨ ଡ୍ର ରହିଥିଲା ଏବଂ କେବଳ ଗୋଟିଏ ମ୍ୟାଚ ହାରିଥିଲା। ଏହି ଗସ୍ତ ପରେ ଧ୍ୟାନଚାନ୍ଦ ଅଧିକ ପରିଚୟ ପାଇଲେ। ଏହିପରି ଧୀରେ ଧୀରେ ତାଙ୍କର ଯାତ୍ରା ଆଗକୁ ବଢିବାକୁ ଲାଗିଲା
୧୯୩୬ ଅଲିମ୍ପିକ୍ସରେ ହକି ଫାଇନାଲରେ ଭାରତ ଜର୍ମାନୀକୁ ୮-୧ରେ ପରାସ୍ତ କରିଥିଲା। ଜର୍ମାନୀର ଏହି ପରାଜୟକୁ ହିଟଲର ସହ୍ୟ କରି ନ ଥିଲେ ଏବଂ ସେ ଷ୍ଟାଡିୟମ ଛାଡି ପଳାଇଥିଲେ। ମ୍ୟାଚରେ କେବଳ ଧ୍ୟାନଚାନ୍ଦ ୩ଟି ଗୋଲ ସ୍କୋର କରିଥିଲେ। ଧ୍ୟାନଚାନ୍ଦଙ୍କ ଚମତ୍କାର ପ୍ରଦର୍ଶନ ଦେଖି ହିଟଲର ମ୍ୟାଚ ପରେ ତାଙ୍କୁ ପଚାରିଥିଲେ ଯେ ହକି ବ୍ୟତୀତ ତୁମେ କ’ଣ କର? ଧ୍ୟାନଚାନ୍ଦ କହିଛନ୍ତି, ମୁଁ ଜଣେ ଭାରତୀୟ ସୈନିକ। ଏହା ପରେ ହିଟଲର ତାଙ୍କୁ ଜର୍ମାନ ସେନାରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ। ଧ୍ୟାନଚାନ୍ଦ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
ମେଜର ଧ୍ୟାନଚାନ୍ଦ ୧୯୨୮, ୧୯୩୨ ଏବଂ ୧୯୩୬ରେ ଭାରତ ପାଇଁ ଅଲିମ୍ପିକ୍ସ ଖେଳିଥିଲେ। ଏଥିରେ ଭାରତ ତିନିଥର ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲା। ଅଗଷ୍ଟ ୨୯ ମେଜର ଧାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀ ଭାରତରେ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ। ଏଥି ସହିତ କ୍ରୀଡା କ୍ଷେତ୍ରରେ ତାଙ୍କ ନାମରେ ଏକ ପୁରସ୍କାର ମଧ୍ୟ ଦିଆଯାଏ, ଯାହାକୁ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ କୁହାଯାଏ। ଏହାପୂର୍ବରୁ ଏହି ଖେଳ ରତ୍ନ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ ଭାବରେ ଜଣାଶୁଣା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ତାଣ୍ଡବ ରଚିଲା ଘୂର୍ଣ୍ଣି ଝଡ଼: ଆହତଙ୍କୁ ଭେଟିଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri