ଧୁରୁଷିଆ-ରମ୍ପାବନ୍ଧରେ ୨୦ ଫୁଟର ଘାଇ, ଦେଢ଼ ହଜାର ହେକ୍ଟର ଚାଷଜମିରେ ପଶିଲା ବନ୍ୟାଜଳ

ଖୁଣ୍ଟୁଣୀ,୩ା୮(ସଚ୍ଚିଦାନନ୍ଦ ପଣ୍ଡା): ୩୬ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁ ସାପୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ କଟକ ଜିଲାର ଆଠଗଡ଼ର ଧୁରୁଷିଆଠାରେ ରମ୍ପାବନ୍ଧରେ ୨୦ ଫୁଟର ଘାଇ ହୋଇ ବନ୍ୟାଜଳ ମାଡିଯିବାରୁ ଧୁରୁଷିଆ,କଖଡ଼ି, ମଞ୍ଚେଶ୍ୱର, ଅନନ୍ତପୁର ଓ ଘଣ୍ଟିଖାଲ ପଞ୍ଚାୟତର ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଅପରପକ୍ଷେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ପଞ୍ଚାୟତ ନିଧିପୂରଗଡ଼ା ଓ ମହାକାଳବସ୍ତ ପଞ୍ଚାୟତର ଦହିସରା ରାସ୍ତାରେ ଢ଼ାଉରଙ୍ଗ ଗଡ଼ାଠାରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେବା ଫଳରେ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଆଠଗଡ଼ରୁ କଟକ ପର୍ଯ୍ୟନ୍ତ ଏକରକମ ଯାନବାହନ ଚଳାଚଳ କରୁ ନ ଥିବାର ଜଣାପଡିଛି। ଧୁରୁଷିଆର ପଞ୍ଚାୟତର ରମ୍ପାବନ୍ଧ ଘାଇ ଯୋଗୁ ଧୁରୁଷିଆର ଜେନାପୁର, ଗଜାଆମ୍ବ, କେଉଟପଡ଼ା, ଧୁରୁଷିଆ, ଘଣ୍ଟିଖାଲର ପଞ୍ଚାୟତର ନିଧିପୂର, ମଞ୍ଚେଶ୍ୱର ପଞ୍ଚାୟତର ନାରଙ୍ଗବାସ୍ତ, ବିଷ୍ଣୁପୁର, ଗୋପାଳପ୍ରସାଦ, ବ୍ରାହ୍ମଣବସ୍ତ, କଖଡ଼ି ପଞ୍ଚାୟତର ଗୋପୀନାଥପଡ଼ା ଓ ଅନନ୍ତପୁର ପଞ୍ଚାୟତର କେତେକ ଅଞ୍ଚଳର ପ୍ରାୟ ଦେଢ଼ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଧାନରୁଆ ଜମିରେ ବାଲିଚର ସାଙ୍ଗକୁ ପାଣି ବୁଡ଼ିରହିଛି। ରମ୍ପାବନ୍ଧ ଘାଇ ଏକ ମନୁଷ୍ୟକୃତ। କାରଣ ସ୍ବର୍ଗତଃ ରାଧାନାଥ ରଥଙ୍କ ଅମଳରୁ ଏହି ଘାଇ ପ୍ରତିବର୍ଷ ସୃଷ୍ଟି ହୋଇ ନଦୀକୂଳ ଅଞ୍ଚଳବାସୀଙ୍କର ବ୍ୟାପକ କ୍ଷୟକ୍ଷତି କରି ଆସୁଛି। ଗତବର୍ଷ ମଧ୍ୟ ଏଥିରେ ଘାଇ ହୋଇ ବ୍ୟାପକ ଧାନଜମି ନଷ୍ଟ ହୋଇଥିଲା। ହେଲେ ବିଭାଗୀୟ ଅଧିକାରୀ ଏହି ବନ୍ଧକୁ ମରାମତି ନ କରିବା ଫଳରେ ଚଳିତବର୍ଷ ଏହା ୧୦ରୁ ୨୦ ଫୁଟକୁ ବୃଦ୍ଧିପାଇଛି ବୋଲି ଧୁରୁଷିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀକର ଜେନା କହିଛନ୍ତି। ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଘଟଣାସ୍ଥଳରେ ଆଠଗଡ଼ ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇ ବନ୍ୟାଞ୍ଚଳକୁ ବୁଲି ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେବା ସହ ଆତଙ୍କିତ ନ ହେବାକୁ କହିଛନ୍ତି। ରିପୋର୍ଟ ଲେଖାହେବା ବେଳକୁ ମହାନଦୀର ମୁଣ୍ଡଳୀଠାରେ ଦିନ ୨ଟା ସୁଦ୍ଧା ସୁଦ୍ଧା ୯ ଲକ୍ଷ ୨୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ମୁଣ୍ଡଳୀ ବ୍ୟାରେଜ ଡିଭିଜନ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ଦାସ କହିଛନ୍ତି। ଯଦି ଆଗକୁ ଉପର ମୁଣ୍ଡରେ ବର୍ଷା ହୁଏ ଏବଂ ହୀରାକୁଦ ଗେଟ୍‌ ଖୋଲିଲେ ତେବେ ଆଠଗଡ଼ରେ ଦିନେ ଦୁଇଦିନ ମଧ୍ୟରେ ମଧ୍ୟମ ଧରଣର ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri