‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ ଓ ଅକ୍ଷୟ ଖାନ୍ନାଙ୍କ ଅଭିନୀତ ଏହି ଫିଲ୍ମଟି ଡିସେମ୍ବର ୫ରେ ମୁକ୍ତିଲାଭ କରିବା ପରେ ବର୍ତ୍ତମାନ ସୁଦ୍ଧା ବିଶ୍ୱସ୍ତରରେ ୧,୦୬୪ କୋଟି ଟଙ୍କା ସଂଗ୍ରହ କରି ଅନେକ ରେକର୍ଡ ଭାଙ୍ଗିଛି। ଏହି ସଫଳତା ସତ୍ତ୍ୱେ, ବର୍ଷର ସବୁଠାରୁ ବଡ଼ ଗ୍ଲୋବାଲ୍ ହିଟ୍ ତୁଳନାରେ ଏହା ବହୁ ପଛରେ ରହିଛି। ଚାଇନିଜ୍ ଆନିମେସନ୍ ଫିଲ୍ମ ‘ନେ ଜା-୨’ (Ne Zha 2) ଚଳିତ ବର୍ଷ ବକ୍ସ ଅଫିସ୍‌ରେ ଏକ ବିରାଟ ଝଡ଼ ସୃଷ୍ଟି କରି ପ୍ରାୟ ୧୮,୦୦୦ କୋଟି ଟଙ୍କା (୨.୨ ବିଲିୟନ ଡଲାର) ବ୍ୟବସାୟ କରି ସମସ୍ତଙ୍କୁ ଚକିତ କରିଦେଇଛି।

‘ନେ ଜା-୨’ ମାତ୍ର ୮୦ ମିଲିୟନ ଡଲାର ବଜେଟ୍‌ରେ ନିର୍ମିତ ହୋଇଥିଲେ ମଧ୍ୟ ଏହା ହଲିଉଡ୍‌ର ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇ ଦେଇଛି। ଏହି ଫିଲ୍ମଟି ‘ଇନସାଇଡ୍ ଆଉଟ୍-୨’ର ରେକର୍ଡ ଭାଙ୍ଗି ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଆନିମେଟେଡ୍ ଫିଲ୍ମର ମାନ୍ୟତା ପାଇଛି। ଏଥିସହ, ଅବତାର (୨୦୦୯) ଏବଂ ଆଭେଞ୍ଜର୍ସ: ଏଣ୍ଡଗେମ୍ ଭଳି ଚଳଚ୍ଚିତ୍ର ପରେ ଏହା ବିଶ୍ୱର ସର୍ବାଧିକ ରୋଜଗାରକାରୀ ଫିଲ୍ମ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଛି। ବିଶେଷ କଥା ହେଉଛି, ଏହି ଫିଲ୍ମର ରୋଜଗାରର ଶିଂହଭାଗ କେବଳ ଚାଇନାର ୮୦,୦୦୦ ସ୍କ୍ରିନ୍‌ରୁ ଆସିଛି।

ଏହା ଚାଇନିଜ୍ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏକ ଫାଣ୍ଟାସି ଆନିମେସନ୍ ଫ୍ରାଞ୍ଚାଇଜ୍। ଏଥିରେ ଏକ ଶକ୍ତିଶାଳୀ ତଥା ବିପଥଗାମୀ ବାଳକର କାହାଣୀ ପ୍ରଦର୍ଶିତ ହୋଇଛି, ଯିଏ ନିଜର ଭାଗ୍ୟକୁ ବଦଳାଇବା ପାଇଁ ସଂଘର୍ଷ କରେ। ଚଳିତ ବର୍ଷର ଶ୍ରେଷ୍ଠ ହିଟ୍ ତାଲିକାରେ ‘ନେ ଜା-୨’ ପଛକୁ ଜୁଟୋପିଆ-୨ ଏବଂ ଲିଲୋ ଏଣ୍ଡ ଷ୍ଟିଚ୍ ଭଳି ଆନିମେଟେଡ୍ ଫିଲ୍ମଗୁଡ଼ିକ ରହିଛି, ଯାହା ପ୍ରମାଣ କରୁଛି ଯେ ୨୦୨୫ରେ ଆନିମେସନ୍ ଶିଳ୍ପ ବକ୍ସ ଅଫିସ୍‌ରେ ନିଜର ଦବଦବା ବଜାୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri