ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଶ୍ୱଶୁର ପାନ ସିଂହ ଧୋନୀଙ୍କ ଜନ୍ମଦିନ ଅବସରରେ ଧୋନୀଙ୍କ ପତ୍ନୀ ସାକ୍ଷୀ ଏକ ବାର୍ତ୍ତା ଲେଖିଛନ୍ତି, ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ସାକ୍ଷୀ ତାଙ୍କ ପୋଷ୍ଟରେ ପାନ ସିଂହ ଧୋନୀଙ୍କୁ ତାଙ୍କ ସ୍ବାମୀଙ୍କ ସଫଳତା ପଛରେ ସବୁଠାରୁ ବଡ଼ ଶକ୍ତି ବୋଲି ବର୍ଣ୍ଣନା କରିଛନ୍ତି।
ଇନଷ୍ଟାଗ୍ରାମରେ ଏକ ସ୍ବତନ୍ତ୍ର ଫଟୋ ଶେୟାର କରି ସାକ୍ଷୀ ଲେଖିଛନ୍ତି, ଜଣେ ବ୍ୟକ୍ତି ଯିଏ ଏକ ଛୋଟ ଗାଁରୁ ଏକା ସାହସର ସହିତ ବାହାରକୁ ବାହାରି ଆସିଥିଲେ। ସେ ଏକ ଐତିହ୍ୟ ଗଠନ କରିଛନ୍ତି,ଯାହା ସମଗ୍ର ଦେଶ ପାଇଁ ସମ୍ମାନର ବିଷୟ। ପାନ ସିଂହ ଧୋନୀ ହେଉଛନ୍ତି ଶକ୍ତିର ସ୍ତମ୍ଭ, ଯାହାଙ୍କ ବିନା ତାଙ୍କ ସ୍ବାମୀ, ଏମଏସ ଧୋନୀ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରି ନ ଥାନ୍ତେ।
ପ୍ରଶଂସକମାନେ ଏହି ପୋଷ୍ଟକୁ କେବଳ ଏକ ପାରିବାରିକ ଜନ୍ମଦିନର ଶୁଭେଚ୍ଛା ଭାବରେ ନୁହେଁ, ବରଂ ଧୋନୀ ପରିବାରର ସରଳତା ଏବଂ ଘନିଷ୍ଠ ବନ୍ଧନର ଏକ ଝଲକ ଭାବରେ ମଧ୍ୟ ଦେଖୁଛନ୍ତି। ଏହି ପୋଷ୍ଟରେ ଏକ ହୃଦୟସ୍ପର୍ଶୀ ଫଟୋ ମଧ୍ୟ ଥିଲା ଯେଉଁଥିରେ ପାନ ସିଂହ ଧୋନୀ ଏକ ଛୋଟ ପିଲାକୁ କେକ ଖୁଆଇବାର ଦେଖାଯାଉଛି।
Dharitri – Odisha’s No.1 Odia Daily

