କ୍ୟାପିଟାଲ୍ସ ସାମ୍ନାରେ ୧୮୦ ରନ ଟାର୍ଗେଟ୍‌ ଧାର୍ଯ୍ୟ କଲା ଧୋନୀଙ୍କ ସୁପର୍‌ କିଙ୍ଗ୍ସ

ଶାରଜା, ୧୭।୧୦: ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ସିଜନର ୩୪ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୭୯ ରନ୍‌ ସଂଗ୍ରହ କରିଛି। ଫଳରେ କ୍ୟାପିଟାଲ୍ସ ସାମ୍ନାରେ ବିଜୟ ପାଇଁ ୧୮୦ ରନ୍‌ ଧାର୍ଯ୍ୟ ହୋଇଛି। ସୁପର୍‌ କିଙ୍ଗ୍ସ ପକ୍ଷରୁ ଫ୍ଲାଫ୍‌ ଡୁ ପ୍ଲେସିସ ୫୮, ଶେନ୍‌ ଓ୍ବାଟସନ ୩୬, ଅମ୍ବାତି ରାୟୁଡୁ ୪୫*, ରବୀନ୍ଦ୍ର ଜାଡେଜା ୩୩* ରନ କରିଥିଲେ। ତେବେ ଓପନର୍‌ ସାମ୍‌ କୁରାନ (୦) ଓ ଧୋନୀ (୩) ନିରାଶ କରିଥିଲେ। ସଫଳ ବୋଲର ଭାବେ ଏନ୍‌ରିଚ ନର୍ଟେଜ ୨ଟି ଉଇକେଟ୍‌ ନେଇଥିଲେ।

Share