ଅହମଦାବାଦ, ୮।୩: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ ଖେଳାଯିବା ପୂର୍ବରୁ ଭାରତର ଦୁଇ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍ ଟ୍ରଫି ସହ ପ୍ରଥମେ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ। ତାଙ୍କ ସହିତ ଏହି ଅବସରରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମୁଖ୍ୟ ଜୟ ଶାହା ଓ ଚଳିତ ବିଶ୍ୱକପ୍ର ମୁଖ୍ୟ ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ଭାଇସ୍ ଚେୟାରମ୍ୟାନ ଉଦୟ ଶଙ୍କର ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୦୭ରେ ଧୋନୀ ଓ ୨୦୨୪ରେ ରୋହିତଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ୍ ଜିତିଥିଲା।

