Posted inଖେଳ

ଧୋନୀ-କୋହଲି ମୋ କ୍ୟାରିୟର୍‌ ବରବାଦ କରିଦେଇଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୭।୭: ଭାରତର ଭେଟେରାନ ସ୍ପିନର ଅମିତ ମିଶ୍ର ମହେନ୍ଦ୍ର ସିଂ ଧୋନୀ ଏବଂ କୋହଲିଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ଲେଗ ସ୍ପିନର ଅମିତ ମିଶ୍ର କହିଛନ୍ତି, ଦଳ ଚୟନରେ କେବଳ ଖେଳିବା କ୍ଷମତା ନୁହେଁ ବରଂ ସମ୍ଭାବନାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଏ। କ୍ରିକେଟ ପିଚରେ କେବଳ ଭଲ ପ୍ରଦର୍ଶନ କରିବା ପର୍ଯ୍ୟାପ୍ତ ନୁହେଁ। ଅଧିନାୟକଙ୍କ ପସନ୍ଦ ଉପରେ ନିର୍ଭର କରେ। ଧୋନୀ ଏବଂ କୋହଲିଙକ୍କ ଯୋଗୁ ମୋ କ୍ୟାରିୟର ବରବାଦ ହୋଇଯାଇଛି ବୋଲି ସେ କହିଛନ୍ତି।
ଅମିତ କହିଛନ୍ତି, ଏମଏସ ଧୋନୀଙ୍କ ସହ ମୋର ଭଲ ସମ୍ପର୍କ ଥିଲା, କିନ୍ତୁ ଦଳରେ ମୋତେ ମନୋନୀତ କରାଯାଉ ନ ଥିଲା। ମୁଁ ଦୁଇଥର ପଚାରିଲି ମୋତେ କାହିଁକି ମନୋନୀତ କରାଯାଉ ନାହିଁ, ମୋତେ କୁହାଗଲା ଯେ ମୋତେ ବିଶ୍ରାମ ଦିଆଯିବ। ସେ ପର୍ଯ୍ୟନ୍ତ ମୁଁ ବିରତି ପାଇଁ ମଧ୍ୟ ଅନୁରୋଧ କରି ନ ଥିଲି। ତେଣୁ ମୁଁ ବିରତି ମାଗିବାର କୌଣସି କାରଣ ପାଇ ନ ଥିଲି। ସତ କହିବାକୁ ଗଲେ ମୁଁ ଧୋନିଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିବା ସ୍ଥିତିରେ ନ ଥିଲି। ମୁଁ କୋଚଙ୍କୁ ପଚାରିଥିଲି, ଯିଏ ମୋତେ ଧୋନୀଙ୍କ ସହ ସିଧାସଳଖ କଥା ହେବାକୁ କହିଥିଲେ, କିନ୍ତୁ ମୁଁ ଅନୁଭବ କଲି ଯେ ମୁଁ ଏହା କରିପାରିବି ନାହିଁ।
ଏହା ବ୍ୟତୀତ ଅମିତ ମିଶ୍ର ବିରାଟ କୋହଲିଙ୍କ ବିଷୟରେ ମଧ୍ୟ କହିଛନ୍ତି, ଆଇପିଏଲରେ ଆରସିବି ପକ୍ଷରୁ ଖେଳୁଥିବା ସମୟରେ ମୁଁ ମୋର କ୍ୟାରିୟର ଆଶା ବିଷୟରେ ଦଳ ପରିଚାଳନା ଠାରୁ ସ୍ପଷ୍ଟୀକରଣ ମାଗିଥିଲି। ସେମାନେ ଏହା ବିଚାର କରିବେ ଏବଂ ମୋତେ ବିରାଟ କୋହଲିଙ୍କୁ ପରାମର୍ଶ ନେବାକୁ କୁହାଯାଇଥିଲା। କୋହଲିଙ୍କୁ ଏନେଇ ମେସେଜ ମଧ୍ୟ କରିଥିଲି, କିନ୍ତୁ ସେ କେବଳ ମେସେଜ ପଢି କହିଥିଲେ ଯେ ସେ ମୋ ସହ ଯୋଗାଯୋଗ କରିବେ, ଯାହା ସେ କେବେ କରିନାହାଁନ୍ତି।
ଅମିତ ମିଶ୍ର ୨୨ଟି ଟେଷ୍ଟ ମ୍ୟାଚ ଖେଳି ମୋଟ ୭୬ ଉଇକେଟ ନେବାରେ ସଫଳ ହୋଇଛନ୍ତି। ଏଥି ସହିତ ମିଶ୍ର ୩୬ଟି ଦିନିକିଆ ମ୍ୟାଚରେ ୬୪ ଉଇିକେଟ ନେବାରେ ସଫଳ ହୋଇଛନ୍ତି। ଏଥି ସହ ଅମିତ ମିଶ୍ର ୧୦ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୬ଟି ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri