ଭାଜପାରେ ମିଶିବା ପରେ ବିସ୍ଫୋରକ ବୟାନ ଦେଲେ ଢୋଲକିଆ, ବିଜେଡିକୁ ନେଇ କହିଦେଲେ ଏତେ ବଡ କଥା…

ନୂଆପଡା,୧୪।୧୦(ମକାରୁ ବେମାଳ): ଜୟ ଢୋଲକିଆ ଭୁବନେଶ୍ୱର ଭାଜପା କାର୍ଯ୍ୟାଳୟରେ ଯୋଗଦେଇ ସାମିଲ ହୋଇ ଫେରିଲା ପରେ ଖରିଆର ରୋଡ ନିଜ ବାସ ଭବନ ଠାରେ ବିପୁଳ ସ୍ୱାଗତ କରାଯାଇଛି। ନୂଆପଡା ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଳକିଆଙ୍କ ବିୟୋଗ ପରେ ଉପ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୧୧ ରେ ନିର୍ବାଚନ ହେବ । ସ୍ବର୍ଗତ ଢୋଲକିଆଙ୍କ ବିୟୋଗ ପରେ ତାଙ୍କ ପୁତ୍ର ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବା ପାଇଁ ସ୍ପଷ୍ଟ ହୋଇ ଥିଲେ ମଧ୍ୟ ଜୟ ଭାଜପାରେ ଯୋଗଦାନ କରିଛନ୍ତି । ଭାଜପା ଜୟଙ୍କୁ ଗ୍ରୀନ ସିଙ୍ଗନାଲ ମଧ୍ୟ ଦେଇଛି। ଜୟ ଭାଜପା ଯୋଗଦାନ ପରେ ବିଜେଡି କୁ ଶକ୍ତ ଧକ୍କା ଲାଗିଛି । ଆସନ୍ତା ୧୬ ରେ ନୂଆପଡାରେ ମହା ସମାବେଶ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରାର୍ଥୀ ଘୋଷଣା କରିଲା ପରେ ପ୍ରାର୍ଥୀପତ୍ର ଦାଖଲ ହେବ । ବର୍ତମାନ କାହାକୁ ଭାଜପା ପ୍ରାର୍ଥୀ କରିବ ଘୋଷଣା କରାଯାଇ ନାହିଁ । ଜୟ ଭାଜପା ସାମିଲ ହେବା ଠାରୁ ଉଭୟ ଭାଜପା ଓ ବିଜେଡ଼ି ଦଳର ଅଶାନ୍ତି ଦେଖା ଯାଇଛି । ଢୋଲକିଆଙ୍କ ଅନୁସାରେ ଯେଉଁମାନେ କର୍ମକର୍ତ୍ତା ଭାବରେ ରହିଥିଲେ । ସେମାନେ ଜୟଙ୍କୁ ସମର୍ଥନ ଜଣାଇ ବିଜେଡି ଛାଡୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ସିଆଳଟି ସରପଂଚ କାଳିଆ ପ୍ରଧାନ ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ଦାୟିତ୍ଵ ନିର୍ବାହ କରୁଥିଲେ । ସେ ଜୟ ଘରକୁ ପ୍ରତ୍ୟାବର୍ତ୍ତନ ପରେ ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ର ବିଜେଡି ଜିଲା ସଭାପତି ଅବନୀ ରଞ୍ଜନ ଯୋଶୀଙ୍କୁ ପ୍ରଦାନ କରିଛନ୍ତି । ଯେଉଁମାନେ ପ୍ରକୃତ ବିଜେଡି ସେମାନେ ସଂଗଠନ ସଜାଡ଼ିବାରେ ଲାଗିଛନ୍ତି । ଆସନ୍ତା ୧୬ରେ ଜଣା ପଡ଼ିବ କିଏ ଢୋଲକିଆ କର୍ମୀ ଓ ବିଜେଡି କର୍ମୀ ।

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri