Posted inଜାତୀୟ

ଧୋଲାଭିରା ୟୁନେସ୍କୋ ଐତିହ୍ୟ ତାଲିକାରେ…

ନୂଆଦିଲ୍ଲୀ,୨୮।୭: ଗୁଜରାଟର କଚ୍ଛଠାରେ ଥିବା ହରପ୍ପାନ୍‌ ସଭ୍ୟତା ସମୟର ପୁରାତନ ସହର ଧୋଲାଭିରାକୁ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନୀତ କରାଯାଇଛି। ଏନେଇ ବୁଧବାର ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ଦ୍ୱାରା ଅନ୍ତର୍ଜାତୀୟସ୍ତରରେ ଭାରତର ଗୌରବ ବୃଦ୍ଧି ହୋଇଛି ବୋଲି କହିଛନ୍ତି। ତେଲେଙ୍ଗାନାର ୱାରଙ୍ଗାଲର ପାଲାମପେଟରେ ଥିବା ରାମପ୍ପା ମନ୍ଦିରକୁ ଚଳିତ ମାସରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପରେ ଏବେ ଧୋଲାଭିରା ଏହି ତାଲିକାରେ ସାମିଲ ହୋଇଛି। ସମ୍ପ୍ରତି ୟୁନେସ୍କୋର ଏହି ତାଲିକାରେ ଭାରତର ୪୦ ସ୍ଥାନ ରହିଛି। ହରପ୍ପାନ ସଭ୍ୟତାର ଏକ ଐତିହାସିକ ସହରାଞ୍ଚଳର ଭାବେ ଧୋଲାଭିରା ଏକ କ୍ଲାସିକ ଉଦାହରଣ ବୋଲି ସେକହିଛନ୍ତି। ଯାହା ସେହି ସମୟର ସ୍ଥାପତ୍ୟ, ଜଳ ପରିଚାଳନା ବ୍ୟବସ୍ଥା ଏବଂ ସାଂସ୍କୃତିକ-ସାମାଜିକ ବ୍ୟବସ୍ଥା ସମ୍ପର୍କରେ ବର୍ଣ୍ଣନା କରିଥାଏ। ସେ କହିଛନ୍ତି ଯେ ଖ୍ରୀଷ୍ଟପୂର୍ବ ୩୦୦୦ ତଥା ୨୦୦୦ ମଧ୍ୟରେ ଏଠାରେ ବାସ କରୁଥିବା ସଭ୍ୟ ଲୋକଙ୍କ ଜୀବନର ପ୍ରମାଣ ରହିଛି।
ସୂଚନାଯୋଗୃ, ଧୋଲାଭିରା ସଭ୍ୟତାର ଖନନ କାର୍ଯ୍ୟ ୧୦୦ ହେକ୍ଟରରୁ ଅଧିକ ଜମିରେ ଜାରି ରହିଛି। ସିନ୍ଧୁ ଉପତ୍ୟକା ସଭ୍ୟତାର ପାଞ୍ଚଟି ପ୍ରମୁଖ ସହର ମଧ୍ୟରୁ ଧୋଲାଭିରା ଭୁଜଠାରୁ ୨୫୦ କିଲୋମିଟର ଦୂରରେ ଅବସ୍ଥିତ। ଗୁଜୁରାଟର ଏହା ହେଉଛି ଚତୁର୍ଥ ସ୍ଥାନ ଯାହାକି ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ହୋଇଛି। ୧୯୬୮ରେ ପ୍ରତ୍ନତତ୍ତ୍ୱବିତ୍‌ ଜଗତ ପତି ଯୋଶୀଙ୍କ ଦ୍ୱାରା ଏହା ଆବିଷ୍କୃତ ହୋଇଥିଲା।
ପ୍ରତ୍ନତତ୍ତ୍ୱବିତ୍‌ ରବିନ୍ଦ୍ର ସିଂ ବିଷ୍ଟଙ୍କ ତତ୍ତ୍ୱାବଧାନରେ ୧୯୯୦ରୁ ୨୦୦୫ ମଧ୍ୟରେ ଏହି ସ୍ଥାନ ଖନନ କରାଯାଇଥିଲା। ଧୋଲାଭିରା ୩୦୦୦ ଖ୍ରୀଷ୍ଟପୂର୍ବରୁ ୧୮୦୦ ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହା ବାଣିଜ୍ୟ ଏବଂ ଉତ୍ପାଦନର ଏକ ହବ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri