Posted inଖେଳ

ଧୀନିଧି, ଇଶାନଙ୍କ ଜାତୀୟ ରେକର୍ଡ

ଭୁବନେଶ୍ୱର,୧୮ା୮(ସରୋଜ ଜେନା):କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଇନ୍‌ଡୋର ଆକ୍ୱାଟିକ୍‌ ସେଣ୍ଟରରେ ବୁଧବାର ୩୯ତମ ସବ୍‌ଜୁନିୟର ଓ ୪୯ତମ ଜୁନିୟର ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ କର୍ନାଟକର ଧୀନିଧି ଦେଶିଙ୍ଘୁ ଓ ଇଶାନ ମେହେରା ୧୦୦ ମିଟର ଫ୍ରିଷ୍ଟାଇଲରେ ଜାତୀୟ ରେକର୍ଡ ନିଜ ନାମରେ କରିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ମିଳିତ ଭାବରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେଉଛି। କର୍ନାଟକର ୧୩ ବର୍ଷୀୟର ଧୀନିଧି ଦେଶିଙ୍ଘୁ ବାଳିକା ୧୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ୫୭.୬୭ ସେକେଣ୍ଡର ଟାଇମିଂ ସହିତ ଅଲିମ୍ପିଆନ ମାନା ପଟେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୧୪ ମସିହାରେ ମାନା ୫୯.୧୨ ସେକେଣ୍ଡର ସମୟ ନେଇଥିଲେ। ଅନ୍ୟ ସନ୍ତରଣକାରଙ୍କ ଅପେକ୍ଷା ୧୦ ମିଟର ଆଗରେ ରହିଥିଲେ ଧୀନିଧି। କର୍ନାଟକର ଶ୍ରୀ ଚରଣୀ ଟୁମୁ ୧:୦୨.୫୫ ସେକେଣ୍ଡର ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ।
୧୦୦ ମିଟର ଫ୍ରି ଷ୍ଟାଇଲ ବାଳକ ବର୍ଗରେ ଏକ ଜାତୀୟ ରେକର୍ଡ ନିଜ ନାମରେ କରିଛନ୍ତି କର୍ନାଟକର ଇଶାନ୍‌ ମେହେରା। ଗ୍ରୁପ୍‌-୨ରେ ରହିଥିବା ଇଶାନ୍‌ ୧:୦୦.୬୪ ସେକେଣ୍ଡର ସମୟ ନେଇ ଜାତୀୟ ରେକର୍ଡ ନିଜ ନାମରେ କରିଥିଲେ। ୨୦୨୨ରେ ସୁହାସ ପ୍ରେଥମଙ୍କ ରେକର୍ଡକୁ ୧:୦୧.୨୯ ସେକେଣ୍ଡକୁ ପଛରେ ପକାଇଥିଲେ। କର୍ନାଟକର ବେଦାନ୍ତ ମାଧିର ୧:୦୧.୯୮ ସେକେଣ୍ଡର ଟାଇମିଂ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ।
ପ୍ରଥମ ଦିନରେ ଜାତୀୟ ରେକର୍ଡ ନିଜ ନାମରେ କରିଥିବା ଆସାମର ଜନଞ୍ଜୟ ଜ୍ୟୋତି ହଜାରିକା ୫୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ହଜାରିକା ୨୫.୧୨ ସେକେଣ୍ଡର ଟାଇମିଂ ହାସଲ କରିଥିଲେ। ଅନ୍ୟପକ୍ଷରେ ୨୫.୯୪ ସେକେଣ୍ଡର ଟାଇମିଂ ସହ ମହାରାଷ୍ଟ୍ରର ସଲିଲ ପ୍ରଶାନ୍ତ ବାଘପତ ରୌପ୍ୟ ପଦକ ହାସଲ କରିଥିଲେ।
ବାଳକ ୧୫୦୦ ମିଟର ଫ୍ରି ଷ୍ଟାଇଲରେ ମହାରାଷ୍ଟ୍ରର ରୋନକ ନିତିନ ସାଓ୍ବନ୍ତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପ୍ରଥମ ୯୦୦ ମିଟର ଯାଏ ଆନ୍ଧ୍ର ପ୍ରଦେଶର ଗୋଟ୍ଟେଟି ସମ୍ପତ କୁମାର ପ୍ରଥମ ସ୍ଥାନରେ ରହିଥିଲେ ମଧ୍ୟ ପରେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। କର୍ନାଟକର ଏସ୍‌ ଦର୍ଶନ ରୌପ୍ୟ ପଦକ ହାସଲ କରିଥିଲେ। ଶେଷ ଲାପ୍‌ରେ ହିଁ ନିଜ ସ୍ପିଡ୍‌ ଜରିଆରେ ରୋନକ ସମସ୍ତଙ୍କୁ ପଛରେ ପକାଇଥିଲେ। ରୋନକ ୧୬:୨୭.୯୦ ସେକେଣ୍ଡର ସମୟ ନେଇଥିବା ବେଳେ ଦର୍ଶନ ୧୬:୨୮.୧୮ ଓ ସମ୍ପତ ୧୬:୩୧.୧୭ ସେକେଣ୍ଡର ସମୟ ନେଇଥିଲେ।
ବାଳକ ୪୦୦ ମିଟର ଫ୍ରିଷ୍ଟାଇଲରେ ରାଜସ୍ଥାନର ୟୁଗ ଚେଲାନି ୪:୩୬.୩୧ ସେକେଣ୍ଡର ସମୟ ନେଇ ପ୍ରଥମ ସ୍ଥାନରେ ଥିବା ବେଳେ ଆନ୍ଧ୍ର ପ୍ରଦେଶର ମୋଙ୍ଗାମ ଥିର୍ଡୁ ୪:୪୦.୬୫ ସେକେଣ୍ଡ ସହ ରୌପ୍ୟ ଓ ବେଙ୍ଗଲର ଶାଶ୍ୱତ ରୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri