ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…

ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ ପିଆଇ ମାରିଦେବା ଅଭିଯୋଗ କରି ପରିବାର ଲୋକେ ଦର୍ପନାରାୟଣପୁର ଫାଣ୍ଡିକୁ ଅଭିଯୋଗ କରିବାକୁ ଗୁରୁବାର ଆସିଥିଲେ। ତେବେ ପୋଲିସ ଏତଲା ନ ରଖିବାରୁ ମହିଳାମାନେ ଉତ୍ତେଜିତ ହୋଇ ଫାଣ୍ଡି ସମ୍ମୁଖରେ ଧାରଣା ଦେଇଥିଲେ। ପରେ ରଣପୁର ଥାନା ଆଇଆଇସି ଆସି ଏତଲା ଗ୍ରହଣ କରିଥିଲେ। ତେବେ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଧାରଣା ଚାଲୁ ରହିଛି।

ପ୍ରକାଶଯେ, ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଖତିଆ ଗଁାର ବିପିନ ନୟାଗଡ଼ ସଦର ଥାନା ଜୟମଙ୍ଗଳପ୍ରସାଦ ଆଟିକାପୋଡି ଗଁାର ବର୍ଷା(୨୧)ଙ୍କୁ ୯ ମାସ ତଳେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ବର୍ଷା ଛୋଟ ଛୋଟ କଥାକୁ ନେଇ ଗଣ୍ଡଗୋଳ କରୁଥିଲେ। ଏନେଇ ଝଗଡ଼ା ଲାଗି ରହିଥିଲା। ପରେ ବର୍ଷା ତାଙ୍କ ବାପଘରକୁ ଚାଲିଯାଇଥିଲେ। ଗତ ୩୦ ତାରିଖରେ ବିପିନ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବିପିନଙ୍କୁ ଶ୍ୱଶୁର ଘର ଲୋକେ ଜବରଦସ୍ତ ବିଷ ପିଆଇ ଦେଇଥିଲେ। ସେ ଗୁରୁତର ହୋଇପଡିବାରୁ ତାଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ବର୍ଷାଙ୍କ ପରିବାର ଲୋକେ ବିପିନଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କ ପରିବାର ଲୋକେ ଚିକିତ୍ସାଳୟକୁ ଆସିବା ପରେ ଶ୍ୱଶୁର ଘର ଲୋକ ସେଠାରୁ ଫେରାର ହୋଇଯାଇଥିଲେ। ବିପିନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି।

ଚିକିତ୍ସିତ ହେଉଥିବା ବେଳେ ବିପିନଙ୍କୁ କିପରି ଶ୍ୱଶୁର ଘର ଲୋକମାନେ ବିଷ ପିଆଇ ମାରିବାକୁ ଉଦ୍ୟମ କରିଛନ୍ତି, ତାର ଭିଡିଓ ଭାଇରାଲ ହୋଇଛି। ମୃତ୍ୟୁ ପୂର୍ବରୁ ବିପିନ ୧ ମିନିଟ୍‌ ୪୮ ସେକେଣ୍ଡର ଭିଡିଓରେ କହୁଛନ୍ତି, ମୋ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକ ୮ ଦିନ ହେଲା ମୋ ସହ କଥା ହେଉ ନ ଥିଲେ। କଥା ହେବା ପାଇଁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ମୋତେ ମାଗିଥିଲେ। ମୁଁ ୫୦ ହଜାର ଟଙ୍କା ନେଇ ଶ୍ୱଶୁର ଘରକୁ ଯାଇଥିଲି। ଶ୍ୱଶୁର, ଧରମ ଶ୍ୱଶୁର ଓ ଅନ୍ୟ ଜଣେ ମୋତେ ମାରପିଟ୍‌ ପରେ ଥଣ୍ଡାରେ ବିଷ ମିଶାଇ ପିଆଇଲେ। ପରେ ମୋ ବାପାଙ୍କୁ ଫୋନକରି ତୁମ ପୁଅ ବିଷ ପିଇଛି ବୋଲି କହିଥିଲେ ବୋଲି ଏକ ଭିଡିଓ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…

ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

ମୁଁ କହିଥିଲି ମୁଁ ଗଲେ ମୋ ପୁଅକୁ ତଳକୁ ଓହ୍ଲାଇବ: ଏମିତି କହିଥିଲେ …

ଭୁବନେଶ୍ୱର,୨୧।୨: କିସ୍‌ ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବିକଲେ ଉକ୍ତ ଛାତ୍ରଙ୍କ ବାପା। ପୁଅର ମତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ବାପା। ସେ କହିଛନ୍ତି, ୩…

ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri