ଓଡ଼ିଆ ସିନେ ପରଦାରେ ଢେଙ୍କାନାଳ ମାଟିର ମହକ

ଢେଙ୍କାନାଳ କଳା ସଂସ୍କୃତିର ଜିଲା ଭାବେ କେବଳ ରାଜ୍ୟ କାହିଁକି ଜାତୀୟସ୍ତରରେ ମଧ୍ୟ ନିଜର ସ୍ବତନ୍ତ୍ରତା ବଜାୟ ରଖିଛି। ଢେଙ୍କାନାଳର ପ୍ରତିଭାବାନ କଳାକାରମାନେ କେବଳ ଶାସ୍ତ୍ରୀୟ ନୃତ୍ୟ କାହିଁକି, ମଞ୍ଚ ଅଭିନୟ ଏବଂ ଚଳଚ୍ଚିତ୍ର ଅଭିନୟରେ ନିଜର ପାରଦର୍ଶିତା ଦେଖାଇ ଓଡ଼ିଶାରେ ଢେଙ୍କାନାଳ ପାଇଁ ସାଜିଛନ୍ତି ଗର୍ବ ଓ ଗୌରବର ପ୍ରତୀକ। ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ମାଟିର ମହକ ଭାବେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ ଗୁରୁ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନାରାଣୀ ମିଶ୍ର, ରାଲି ନନ୍ଦ ଓ ସ୍ବପ୍ନା ପ୍ରିୟଦର୍ଶିନୀ ଅନ୍ୟତମ। ଏହି ୩ଜଣଙ୍କୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା

ଢେଙ୍କାନାଳର ବରିଷ୍ଠ ସାଂସ୍କୃତିକ ସଂଗଠକ କୃଷ୍ଣ କୁମାର ମିଶ୍ରଙ୍କ ସ୍ତ୍ରୀ ୍ଯଯୋତ୍ସ୍ନାରାଣୀ ମିଶ୍ର। ସେ ୧୯୮୧ରେ ଓଡ଼ିଆ ଚଳଚ୍ଚିତ୍ର ‘କାଚଘର’ରେ ପ୍ରମୁଖ ନାୟିକା ଭାବେ ଅଭିନୟ କରି ଦିଲ୍ଲୀଠାରେ ସେହି ସମୟରେ କ୍ରିଟିକ୍‌ କାଉନସିଲ ଇଣ୍ଡିଆ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ। ‘କାଚଘର’ ବ୍ୟତୀତ ସେ ‘ଦେବଯାନୀ’ ଓ ‘ଉଲ୍‌କା’ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ‘ଦେବଯାନୀ’ ଚଳଚ୍ଚିତ୍ରରେ ଅଜିତ ଦାସଙ୍କ ସହିତ ଅଭିନୟ କରିଥିଲେ। ଚଳଚ୍ଚିତ୍ର ଅଭିନୟ ଛାଡ଼ିବା ପରେ ସେ ଓଡ଼ିଶୀ ଓ ଅନ୍ୟ ଶାସ୍ତ୍ରୀୟ ନୃତ୍ୟକୁ ଆପଣାଇ ତାଙ୍କର ନିଜସ୍ବ ଅନୁଷ୍ଠାନ ନଟରାଜ ସଙ୍ଗୀତ ମହାବିଦ୍ୟାଳୟରେ କଳାକାରମାନଙ୍କୁ ଓଡିଶୀ ଓ ଶାସ୍ତ୍ରୀୟ ନୃତ୍ୟ ପ୍ରଶିକ୍ଷଣ ଜାରି ରଖିଛନ୍ତି। ସେ ନୃତ୍ୟ ବିଶାରଦ ପାସ୍‌ କରିବା ସହିତ ଦୂରଦର୍ଶନରେ ଜଣେ ପଞ୍ଜିକୃତ ବି-ଗ୍ରେଡ୍‌ କଳାକାର ବୋଲି ଜଣାପଡିଛି। ଜିଲା ପ୍ରଶାସନ ଓ ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଢେଙ୍କାନାଳ ମହୋତ୍ସବରେ ତାଙ୍କୁ ପ୍ରସିଦ୍ଧ ରାଜ୍ୟସ୍ତରୀୟ ମହିମା ସମ୍ମାନ ପ୍ରଦାନ କରାଯିବା ସହ ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।
ସେହିପରି ଢେଙ୍କାନାଳ ମାଟିର ଅନ୍ୟତମ ମହକ ହେଲେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ରାଲି ନନ୍ଦ। ରାଲି ନିଜ ଛୋଟ ବେଳୁ ଓଡିଶୀ ନୃତ୍ୟକୁ ଆପଣାଇ ଜଣେ ପ୍ରତିଷ୍ଠିତ ଓଡିଶୀ ନୃତ୍ୟଶିଳ୍ପୀ ଭାବେ ସମଗ୍ର ରାଜ୍ୟରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ ନିଜର ପ୍ରଥମ ଓଡିଆ ଚଳଚ୍ଚିତ୍ର ‘କଳିଙ୍ଗପୁତ୍ର’ରେ ସଫଳ ଅଭିନୟ କରି ୨୦୦୮ରେ ରାଜ୍ୟ ସରକାରଙ୍କର ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଏହି ଚଳଚ୍ଚିତ୍ରରେ ସେ ଅଭିନେତା ଆକାଶ ଦାସନାୟକଙ୍କ ସହ ଅଭିନୟ କରିଥିଲେ। ଏହାପରେ ସେ ପଛକୁ ଫେରି ଚାହିଁ ନ ଥିଲେ। ପରେ ପରେ ସେ ‘ଆକାଶେ କି ରଙ୍ଗ ଲାଗିଲା’ ଅନୁଭବ ମହାନ୍ତିଙ୍କ ସହ, ‘ତୁ ଥିଲେ ମୋ ଡର କାହାକୁ’ରେ ବୁଦ୍ଧାଦିତ୍ୟ, ବିଜୟ ମହାନ୍ତି ଓ ମହାଶ୍ୱେତାଙ୍କ ସହ ଅଭିନୟ କରି ବେଶ ପ୍ରଶଂସିତ ହୋଇଥିଲେ। ସେହିପରି ‘ମା ଖୋଜେ ମମତା’ରେ ମିହିର ଦାସଙ୍କ ସହ ଅଭିନୟ କରିଥିଲେ। ଏତଦବ୍ୟତୀତ ସେ ‘ସୁପରଷ୍ଟାର’, ‘ଅଭିମାନୀ ପ୍ରିୟା ମୋର’, ‘ଟଙ୍କା ତୋତେ ସଲାମ’, ‘ପୁଣି ଦେଖାହେବ ଆର ଜନମରେ’, ‘ଓଁ ନମଃ ଶିବାୟ’, ‘ନଈ ସେପାରି କନକଗୋରୀ’ ସହିତ ଏକ ଛତିଶଗଡ଼ି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ରାଜ୍ୟ ସମେତ ଢେଙ୍କାନାଳ ଜିଲା ପ୍ରଶାସନ, ସଂସ୍କୃତି ପରିଷଦ ଓ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନିଜର ପ୍ରତିଭା ପାଇଁ ବହୁବାର ସମ୍ମାନିତ ହୋଇଛନ୍ତି। ସେ ଢେଙ୍କାନାଳର ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବରିଷ୍ଠ ପରିଚାଳକ ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ନିଜର ଜୀବନସାଥୀ କରିଛନ୍ତି।
ସେହିପରି ବର୍ତ୍ତମାନ ପିଢ଼ିର ଅଭିନେତ୍ରୀ ଭାବେ ସିନେ ପରଦାରେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଢେଙ୍କାନାଳ ମାଟିର ଝିଅ ସ୍ବପ୍ନା ପ୍ରିୟଦର୍ଶିନୀ। ସ୍ବପ୍ନା ୨୦୨୧ରେ ଏମ୍‌ ଟିଭି ସୁପର ମଡେଲ ଅଫ୍‌ ଦି ଇୟର ସିଜିନ-୨ରେ ପ୍ରଥମ ଓଡ଼ିଆ ଝିଅ ଭାବେ ଶ୍ରେଷ୍ଠ ୩ଜଣଙ୍କ ମଧ୍ୟରେ ରହିଥିଲେ। ଏହାପରେ ସେ ୨୦୨୧ରେ ପ୍ରଥମ ଓଡ଼ିଆ ସିନେମା ‘ଟୁ ଟକୋଲେଟ’ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ଅନୁଭବ ମହାନ୍ତିଙ୍କ ସହ ‘ଲଭ୍‌ ଇନ୍‌ ଲଣ୍ଡନ’ରେ ପ୍ରଭାବୀ ଅଭିନୟ କରି ଓଡିଆ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚିତ ହୋଇଥିଲେ। ତାଙ୍କର ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ଦୋ ଛକି’ ମୁକ୍ତିଲାଭ ଅପେକ୍ଷାରେ ରହିଛି। ନିକଟରେ ସେ ଏକ ହିନ୍ଦୀ ମ୍ୟୁଜିକ ଭିଡିଓରେ ହିନ୍ଦୀ ଓ ପଞ୍ଜାବୀ ଜଗତର ବରିଷ୍ଠ ଚଳଚ୍ଚିତ୍ର ଅଭିନେତା କନୱଲଜିତ୍‌ ଓ ପଞ୍ଜାବୀ ଗାୟକ ଗୁରନଜର ଛଟାଙ୍କ ସହ ଅଭିନୟ କରି ଚର୍ଚ୍ଚିତ ହୋଇଛନ୍ତି। ସେ ମଧ୍ୟ ବମ୍ବେଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ଏବଂ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିଜର ପ୍ରତିଭା ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି। ସେ ଢେଙ୍କାନାଳର କୁଞ୍ଜକାନ୍ତ ଅଞ୍ଚଳରେ ରହୁଥିବା ବିଶିଷ୍ଟ ବ୍ୟାଙ୍କ ଅଧିକାରୀ ବିଶ୍ୱଜିତ ରାଉତରାୟ ଓ ମଧୁମିତା ରାଉତରାୟଙ୍କ କନ୍ୟା ଅଟନ୍ତି।
ଢେଙ୍କାନାଳରେ ପ୍ରତିଭାବାନ କଳାକାରମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ରାଜ୍ୟ ଓ ଜାତୀୟସ୍ତରରେ ଢେଙ୍କାନାଳକୁ ଗର୍ବିତ କରିବା ସହ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଏହି ମାଟି ପାଇଁ ସେମାନେ ମହକ ବୋଲି କଳା ଓ ସଂସ୍କୃତି ପ୍ରେମୀମାନେ ମତବ୍ୟକ୍ତ କରନ୍ତି।
ପ୍ରସ୍ତୁତି- ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri