ବିଜ୍ଞାନ ଜ୍ଞାନ ବଢ଼ାଉଛି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର

ଢେଙ୍କାନାଳ ଅଫିସ,୨୮ା୨ (ରତନ ନାୟାର): ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ପକ୍ଷରୁ ଗୋଟିଏ ଲେଖାଏ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଏବଂ ଜିଲା ବିଜ୍ଞାନ କେନ୍ଦ୍ର ମହାରାଷ୍ଟ୍ର ଓ ଓଡ଼ିଶାରେ ସ୍ଥାପନ କରାଯାଇଛି। ସେହିପରି ଗୋଟିଏ ଲେଖାଏଁ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ମଧ୍ୟପ୍ରଦେଶ ଏବଂ ଗୋଆରେ ପ୍ରତିଷ୍ଠା ହୋଇଛି। ଓଡ଼ିଶା କଥା ଦେଖିଲେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ବ୍ୟତୀତ ରାଜ୍ୟର କେବଳ ଢେଙ୍କାନାଳ ଜିଲାରେ ରହିଛି ଜିଲା ବିଜ୍ଞାନ କେନ୍ଦ୍ର। ବିଜ୍ଞାନ ସମ୍ପର୍କିତ ତଥ୍ୟ ଓ ଅନୁଭବ ହାସଲ ଆଶାରେ ବର୍ଷତମାମ ଏଠାରେ ଛାତ୍ରୀଛାତ୍ରଙ୍କ ଭିଡ଼ ଜମେ। କେବଳ ଢେଙ୍କାନାଳ ନୁହେଁ, ପଡୋଶୀ ଅନୁଗୋଳ, କଟକ ଜିଲା ସହ ରାଜ୍ୟର କୋଣ ଅନୁକୋଣରୁ ସ୍କୁଲ ଛାତ୍ରୀଛାତ୍ର ବିଜ୍ଞାନ ସମ୍ବନ୍ଧୀୟ ବାର୍ତ୍ତା ଓ ଜ୍ଞାନ କୌଶଳ ପାଇବା ଆଶାରେ ଏଠାକୁ ଆସିଥାନ୍ତି।
୧୯୯୫ ଜୁନ ୫ରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ଉଦ୍ୟମରେ ଢେଙ୍କାନାଳ ସହରରେ ପ୍ରତିଷ୍ଠା ହୋଇଥିବା ଜିଲା ବିଜ୍ଞାନ କେନ୍ଦ୍ରକୁ ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ମାଧବରାଓ ସିନ୍ଧିଆ ଉଦ୍‌ଘାଟନ କରିଥିଲେ। ଏଠାରେ ପ୍ରାୟ ୧୫୦ ପ୍ରକାରର ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଆହରଣ ପାଇଁ ପ୍ରକ୍ରିୟା ପ୍ରଦର୍ଶିତ ହେଉଛି। ସ୍କୁଲ ଛାତ୍ରୀଛାତ୍ରମାନଙ୍କୁ ଖେଳ ମାଧ୍ୟମରେ ବିଜ୍ଞାନ ଶିକ୍ଷା ଦିଆଯାଉଥିବାରୁ ଏହା ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇପାରୁଛି। ପିଲାଙ୍କ ପାଇଁ ଏଠାରେ ତାରାମଣ୍ଡଳ, ଥ୍ରୀଡି ଫିଲ୍ମ ଶୋ’ ଆଦି ରହିଛି। ଚନ୍ଦ୍ରଗ୍ରହଣ ସମୟରେ ଟେଲିସ୍କୋପ୍‌ ଜରିଆରେ ଚନ୍ଦ୍ରଗ୍ରହଣ ଦେଖିବାର ବ୍ୟବସ୍ଥା ହୋଇଛି। ସବୁଠାରୁ ବଡ଼ଗ୍ରହ ବୃହସ୍ପତିଙ୍କୁ ମଧ୍ୟ ଏଠାରୁ ଛାତ୍ରୀଛାତ୍ରମାନେ ଦେଖିଥାନ୍ତି। ବୃହସ୍ପତିଙ୍କ ଚତୁଃପାର୍ଶ୍ୱରେ ବୁଲୁଥିବା ୪ଟି ଚନ୍ଦ୍ରମା, ଯାହାକୁ ୧୬୦୯ ମସିହାରେ ପ୍ରଥମେ ଟେଲିସ୍କାପ ମାଧ୍ୟମରେ ଗାଲିଲିଓ ଆବିଷ୍କାର କରିଥିଲେ, ସେ ସମ୍ପର୍କରେ ମଧ୍ୟ ଛାତ୍ରୀଛାତ୍ରମାନେ ଏହି ବିଜ୍ଞାନ କେନ୍ଦ୍ରରୁ ଜାଣିପାରୁଛନ୍ତି। ଏହି ଚନ୍ଦ୍ରମା ଗୁଡିକୁ ଗାଲିଲିଆନ ସାଟେଲାଇଟ୍‌, ଆଇଓ, ଜ୍ଞାନାମିଟ୍‌, କାଲିନେଫ୍‌ ବୋଲି କୁହାଯାଉଛି। ଛାତ୍ରୀଛାତ୍ରମାନେ ବିଜ୍ଞାନ ସମ୍ପର୍କିତ ଖେଳଣା ମଧ୍ୟ ଏଠାରେ ପ୍ରଦର୍ଶିତ କରନ୍ତି। ଏ ସମ୍ପର୍କରେ ଏଠାରେ ପ୍ରଶିକ୍ଷଣ ବି ଦିଆଯାଇଥାଏ। ଏତଦ୍‌ବ୍ୟତୀତ ଏହି କେନ୍ଦ୍ରରେ ଥିବା ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ବସ୍‌ ଅଧିକାଂଶ ସମୟରେ ବିଭିନ୍ନ ଅଞ୍ଚଳର ଶିକ୍ଷାନୁଷ୍ଠାନକୁ ଯାଇ ପ୍ରଦର୍ଶନୀ ସହିତ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥାଏ। ସେହିପରି ଜିଲା ବିଜ୍ଞାନ କେନ୍ଦ୍ର ଅଧୀନରେ ଏହାର ଆଉ ଏକ ଅନୁଷ୍ଠାନ କପିଳାସ ପାଦଦେଶରେ ରହିଛି କପିଳାସ ବିଜ୍ଞାନ କେନ୍ଦ୍ର । ଏଥିରେ ୧୦୦ଟି ଆଇଟମର ପ୍ରଦର୍ଶନ ବ୍ୟବସ୍ଥା ରହିଛି।
ଚଳିତବର୍ଷ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଜିଲା ବିଜ୍ଞାନ କେନ୍ଦ୍ରର ଥିମ୍‌ ରହିଛି ‘ବିଶ୍ୱ ବିଜ୍ଞାନ ବିଶ୍ୱ ହିତ ପାଇଁ’। ତେବେ ଆଷ୍ଟ୍ରୋନୋମିକାଲ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ ଏହାର ପରିସରରେ ଏକ ପ୍ଲାନେଟାରିୟମ୍‌ର ଆବଶ୍ୟକତା ରହିଛି। ଏହାଦ୍ୱାରା ଏଠାକୁ ଆସୁଥିବା ଛାତ୍ରୀଛାତ୍ରମାନେ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିବେ। ଏଥିସହିତ ଏହାର ଭିତ୍ତିଭୂମିକୁ ଅଧିକ ବ୍ୟାପକ କରାଯାଇ ନୂତନ ଜ୍ଞାନ ଆହରଣର ବ୍ୟବସ୍ଥା କରାଯିବା ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ଜିଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତ କହିଛନ୍ତି, ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଆହରଣ ନିମନ୍ତେ ଜିଲା ବିଜ୍ଞାନ କେନ୍ଦ୍ର ଏକ ପ୍ରକୃଷ୍ଟ ମାଧ୍ୟମ। ବର୍ତ୍ତମାନ ଛାତ୍ରୀଛାତ୍ରମାନେ ଏହି କେନ୍ଦ୍ରରେ ସ୍କାଏ ଅବଜରଭେଶନ ସମ୍ପର୍କରେ ଟେଲିସ୍କୋପ ମାଧ୍ୟମରେ ଜ୍ଞାନ ଆହରଣ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri