ବିଜ୍ଞାନ ଜ୍ଞାନ ବଢ଼ାଉଛି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର

ଢେଙ୍କାନାଳ ଅଫିସ,୨୮ା୨ (ରତନ ନାୟାର): ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ପକ୍ଷରୁ ଗୋଟିଏ ଲେଖାଏ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଏବଂ ଜିଲା ବିଜ୍ଞାନ କେନ୍ଦ୍ର ମହାରାଷ୍ଟ୍ର ଓ ଓଡ଼ିଶାରେ ସ୍ଥାପନ କରାଯାଇଛି। ସେହିପରି ଗୋଟିଏ ଲେଖାଏଁ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ମଧ୍ୟପ୍ରଦେଶ ଏବଂ ଗୋଆରେ ପ୍ରତିଷ୍ଠା ହୋଇଛି। ଓଡ଼ିଶା କଥା ଦେଖିଲେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ବ୍ୟତୀତ ରାଜ୍ୟର କେବଳ ଢେଙ୍କାନାଳ ଜିଲାରେ ରହିଛି ଜିଲା ବିଜ୍ଞାନ କେନ୍ଦ୍ର। ବିଜ୍ଞାନ ସମ୍ପର୍କିତ ତଥ୍ୟ ଓ ଅନୁଭବ ହାସଲ ଆଶାରେ ବର୍ଷତମାମ ଏଠାରେ ଛାତ୍ରୀଛାତ୍ରଙ୍କ ଭିଡ଼ ଜମେ। କେବଳ ଢେଙ୍କାନାଳ ନୁହେଁ, ପଡୋଶୀ ଅନୁଗୋଳ, କଟକ ଜିଲା ସହ ରାଜ୍ୟର କୋଣ ଅନୁକୋଣରୁ ସ୍କୁଲ ଛାତ୍ରୀଛାତ୍ର ବିଜ୍ଞାନ ସମ୍ବନ୍ଧୀୟ ବାର୍ତ୍ତା ଓ ଜ୍ଞାନ କୌଶଳ ପାଇବା ଆଶାରେ ଏଠାକୁ ଆସିଥାନ୍ତି।
୧୯୯୫ ଜୁନ ୫ରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ଉଦ୍ୟମରେ ଢେଙ୍କାନାଳ ସହରରେ ପ୍ରତିଷ୍ଠା ହୋଇଥିବା ଜିଲା ବିଜ୍ଞାନ କେନ୍ଦ୍ରକୁ ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ମାଧବରାଓ ସିନ୍ଧିଆ ଉଦ୍‌ଘାଟନ କରିଥିଲେ। ଏଠାରେ ପ୍ରାୟ ୧୫୦ ପ୍ରକାରର ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଆହରଣ ପାଇଁ ପ୍ରକ୍ରିୟା ପ୍ରଦର୍ଶିତ ହେଉଛି। ସ୍କୁଲ ଛାତ୍ରୀଛାତ୍ରମାନଙ୍କୁ ଖେଳ ମାଧ୍ୟମରେ ବିଜ୍ଞାନ ଶିକ୍ଷା ଦିଆଯାଉଥିବାରୁ ଏହା ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇପାରୁଛି। ପିଲାଙ୍କ ପାଇଁ ଏଠାରେ ତାରାମଣ୍ଡଳ, ଥ୍ରୀଡି ଫିଲ୍ମ ଶୋ’ ଆଦି ରହିଛି। ଚନ୍ଦ୍ରଗ୍ରହଣ ସମୟରେ ଟେଲିସ୍କୋପ୍‌ ଜରିଆରେ ଚନ୍ଦ୍ରଗ୍ରହଣ ଦେଖିବାର ବ୍ୟବସ୍ଥା ହୋଇଛି। ସବୁଠାରୁ ବଡ଼ଗ୍ରହ ବୃହସ୍ପତିଙ୍କୁ ମଧ୍ୟ ଏଠାରୁ ଛାତ୍ରୀଛାତ୍ରମାନେ ଦେଖିଥାନ୍ତି। ବୃହସ୍ପତିଙ୍କ ଚତୁଃପାର୍ଶ୍ୱରେ ବୁଲୁଥିବା ୪ଟି ଚନ୍ଦ୍ରମା, ଯାହାକୁ ୧୬୦୯ ମସିହାରେ ପ୍ରଥମେ ଟେଲିସ୍କାପ ମାଧ୍ୟମରେ ଗାଲିଲିଓ ଆବିଷ୍କାର କରିଥିଲେ, ସେ ସମ୍ପର୍କରେ ମଧ୍ୟ ଛାତ୍ରୀଛାତ୍ରମାନେ ଏହି ବିଜ୍ଞାନ କେନ୍ଦ୍ରରୁ ଜାଣିପାରୁଛନ୍ତି। ଏହି ଚନ୍ଦ୍ରମା ଗୁଡିକୁ ଗାଲିଲିଆନ ସାଟେଲାଇଟ୍‌, ଆଇଓ, ଜ୍ଞାନାମିଟ୍‌, କାଲିନେଫ୍‌ ବୋଲି କୁହାଯାଉଛି। ଛାତ୍ରୀଛାତ୍ରମାନେ ବିଜ୍ଞାନ ସମ୍ପର୍କିତ ଖେଳଣା ମଧ୍ୟ ଏଠାରେ ପ୍ରଦର୍ଶିତ କରନ୍ତି। ଏ ସମ୍ପର୍କରେ ଏଠାରେ ପ୍ରଶିକ୍ଷଣ ବି ଦିଆଯାଇଥାଏ। ଏତଦ୍‌ବ୍ୟତୀତ ଏହି କେନ୍ଦ୍ରରେ ଥିବା ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ବସ୍‌ ଅଧିକାଂଶ ସମୟରେ ବିଭିନ୍ନ ଅଞ୍ଚଳର ଶିକ୍ଷାନୁଷ୍ଠାନକୁ ଯାଇ ପ୍ରଦର୍ଶନୀ ସହିତ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥାଏ। ସେହିପରି ଜିଲା ବିଜ୍ଞାନ କେନ୍ଦ୍ର ଅଧୀନରେ ଏହାର ଆଉ ଏକ ଅନୁଷ୍ଠାନ କପିଳାସ ପାଦଦେଶରେ ରହିଛି କପିଳାସ ବିଜ୍ଞାନ କେନ୍ଦ୍ର । ଏଥିରେ ୧୦୦ଟି ଆଇଟମର ପ୍ରଦର୍ଶନ ବ୍ୟବସ୍ଥା ରହିଛି।
ଚଳିତବର୍ଷ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଜିଲା ବିଜ୍ଞାନ କେନ୍ଦ୍ରର ଥିମ୍‌ ରହିଛି ‘ବିଶ୍ୱ ବିଜ୍ଞାନ ବିଶ୍ୱ ହିତ ପାଇଁ’। ତେବେ ଆଷ୍ଟ୍ରୋନୋମିକାଲ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ ଏହାର ପରିସରରେ ଏକ ପ୍ଲାନେଟାରିୟମ୍‌ର ଆବଶ୍ୟକତା ରହିଛି। ଏହାଦ୍ୱାରା ଏଠାକୁ ଆସୁଥିବା ଛାତ୍ରୀଛାତ୍ରମାନେ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିବେ। ଏଥିସହିତ ଏହାର ଭିତ୍ତିଭୂମିକୁ ଅଧିକ ବ୍ୟାପକ କରାଯାଇ ନୂତନ ଜ୍ଞାନ ଆହରଣର ବ୍ୟବସ୍ଥା କରାଯିବା ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ଜିଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତ କହିଛନ୍ତି, ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଆହରଣ ନିମନ୍ତେ ଜିଲା ବିଜ୍ଞାନ କେନ୍ଦ୍ର ଏକ ପ୍ରକୃଷ୍ଟ ମାଧ୍ୟମ। ବର୍ତ୍ତମାନ ଛାତ୍ରୀଛାତ୍ରମାନେ ଏହି କେନ୍ଦ୍ରରେ ସ୍କାଏ ଅବଜରଭେଶନ ସମ୍ପର୍କରେ ଟେଲିସ୍କୋପ ମାଧ୍ୟମରେ ଜ୍ଞାନ ଆହରଣ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri