ସୁପର ଫର୍ମର ରହସ୍ୟ ଖୋଲିଲେ ଧାଓ୍ବନ

ଦୁବାଇ,୨୨।୧୦(ପି.ଟି.): ଦିଲ୍ଲୀ କ୍ୟାପିଟାଲ୍ସ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଜବରଦସ୍ତ ଫର୍ମରେ ରହିଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଆଇପିଏଲ୍‌ରେ କ୍ରମାଗତ ଦୁଇଟି ବିସ୍ଫୋରକ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଏହି ସୁପର ଫର୍ମର ପଛରେ ଥିବା ରହସ୍ୟ ନେଇ ସେ ମୁହଁ ଖୋଲିଛନ୍ତି। ଦ୍ରୁତଗତିରେ ଦୌଡ଼ିବା, ତାଜା ଅନୁଭବ କରିବା ଓ ଆଉଟ୍‌ ହେବାକୁ ନ ଡରିବା କାରଣରୁ ଏଥର ଭଲ ପ୍ରଦର୍ଶନ କରିଛି ବୋଲି ଧାଓ୍ବନ କହିଛନ୍ତି। ଧାଓ୍ବନ ମଧ୍ୟ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ସେ ୬୧ ବଲର ସମ୍ମୁଖୀନ ହୋଇ ୧୦୬ ରନର ଶତକୀୟ ପାଳି ଖେଳିଥିଲେ ମଧ୍ୟ ଦିଲ୍ଲୀ ୫ ଉଇକେଟରେ ପରାସ୍ତ ହୋଇଥିଲା।
ବ୍ୟାଟିଂ କରିବା ବେଳେ ସକାରାତ୍ମକ ମନୋଭାବ ପୋଷଣ କରିଥିଲି। ରନ୍‌ ସ୍କୋର କରିବା ପାଇଁ ପିଚ୍‌ର ଧର୍ମ କିଭଳି ରହିଛି ସେ ସମ୍ପର୍କରେ ଆଦୌ ଚିନ୍ତା କରି ନ ଥିଲି। ସାହସର ସହିତ ଖେଳିଥିଲି। ଆଉଟ୍‌ ହେବାକୁ ଆଦୌ ଡରି ନ ଥିଲି ବୋଲି ସେ କହିଛନ୍ତି। ଗତ ୧୭ ତାରିଖରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସେ ୧୦୧ ରନର ଅପରାଜିତ ଶତକୀୟ ପାଳି ଖେଳିଥିଲେ। ଅଧିକ ସମୟର ବିଶ୍ରାମ ପାଇଥିବାରୁ ଶାରୀରିକ ଓ ମାନସିକ ଭାବେ ବେଶ୍‌ ତାଜା ଥିଲି। ଟୁର୍ନାମେଣ୍ଟର ଆରମ୍ଭରେ ଅବଶ୍ୟ ତାଙ୍କ ପ୍ରଦର୍ଶନ ସେତେଟା ଭଲ ନ ଥିଲା। ବଡ଼ ସ୍କୋର ହାସଲ କରିପାରୁ ନ ଥିଲେ ମଧ୍ୟ ସେ ବଲ୍‌କୁ ପ୍ରହାର କରୁଥିଲେ। ଦିଲ୍ଲୀ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ତେବେ ଗତ ମ୍ୟାଚ୍‌ରେ ଅନ୍ୟମାନେ ଭଲ ଖେଳି ନ ଥିଲେ। ଫଳରେ ମୋତେ ସବୁ ଦାୟିତ୍ୱ ନେବାକୁ ହୋଇଥିଲା। ଏହି ସ୍ଥିର ପ୍ରଦର୍ଶନକୁ ଆଗାମୀ ମ୍ୟାଚ୍‌ରେ ଜାରି ରଖିବାକୁ ପ୍ରୟାସ କରିବି। ପଞ୍ଜାବ ବିପକ୍ଷ ପରାଜୟରୁ ଆମେ ଶିକ୍ଷା ଲାଭ କରିଛୁ। ଦଳର ପ୍ରଦର୍ଶନରେ ଉନ୍ନତି ପାଇଁ ଆଲୋଚନା କରିବୁ ବୋଲି ଧାଓ୍ବନ କହିଛନ୍ତି। ଦିଲ୍ଲୀ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ଆବୁଧାବିରେ ଶନିବାର ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ଆଜି ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ବର୍ଷା ବିଗାଡ଼ି ପାରେ ମ୍ୟାଚ୍‌

ଗୌହାଟି,୩୦।୩: ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ସୋମବାର IPL 2026ରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ଏହି ମୁକାବିଲା ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ଗର୍ଲଫ୍ରେଣ୍ଡ୍‌ଙ୍କୁ ମହଙ୍ଗା ଗାଡ଼ି ଉପହାର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦାମ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୩୦।୩: କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri