ସୁପର ଫର୍ମର ରହସ୍ୟ ଖୋଲିଲେ ଧାଓ୍ବନ

ଦୁବାଇ,୨୨।୧୦(ପି.ଟି.): ଦିଲ୍ଲୀ କ୍ୟାପିଟାଲ୍ସ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଜବରଦସ୍ତ ଫର୍ମରେ ରହିଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଆଇପିଏଲ୍‌ରେ କ୍ରମାଗତ ଦୁଇଟି ବିସ୍ଫୋରକ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଏହି ସୁପର ଫର୍ମର ପଛରେ ଥିବା ରହସ୍ୟ ନେଇ ସେ ମୁହଁ ଖୋଲିଛନ୍ତି। ଦ୍ରୁତଗତିରେ ଦୌଡ଼ିବା, ତାଜା ଅନୁଭବ କରିବା ଓ ଆଉଟ୍‌ ହେବାକୁ ନ ଡରିବା କାରଣରୁ ଏଥର ଭଲ ପ୍ରଦର୍ଶନ କରିଛି ବୋଲି ଧାଓ୍ବନ କହିଛନ୍ତି। ଧାଓ୍ବନ ମଧ୍ୟ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ସେ ୬୧ ବଲର ସମ୍ମୁଖୀନ ହୋଇ ୧୦୬ ରନର ଶତକୀୟ ପାଳି ଖେଳିଥିଲେ ମଧ୍ୟ ଦିଲ୍ଲୀ ୫ ଉଇକେଟରେ ପରାସ୍ତ ହୋଇଥିଲା।
ବ୍ୟାଟିଂ କରିବା ବେଳେ ସକାରାତ୍ମକ ମନୋଭାବ ପୋଷଣ କରିଥିଲି। ରନ୍‌ ସ୍କୋର କରିବା ପାଇଁ ପିଚ୍‌ର ଧର୍ମ କିଭଳି ରହିଛି ସେ ସମ୍ପର୍କରେ ଆଦୌ ଚିନ୍ତା କରି ନ ଥିଲି। ସାହସର ସହିତ ଖେଳିଥିଲି। ଆଉଟ୍‌ ହେବାକୁ ଆଦୌ ଡରି ନ ଥିଲି ବୋଲି ସେ କହିଛନ୍ତି। ଗତ ୧୭ ତାରିଖରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସେ ୧୦୧ ରନର ଅପରାଜିତ ଶତକୀୟ ପାଳି ଖେଳିଥିଲେ। ଅଧିକ ସମୟର ବିଶ୍ରାମ ପାଇଥିବାରୁ ଶାରୀରିକ ଓ ମାନସିକ ଭାବେ ବେଶ୍‌ ତାଜା ଥିଲି। ଟୁର୍ନାମେଣ୍ଟର ଆରମ୍ଭରେ ଅବଶ୍ୟ ତାଙ୍କ ପ୍ରଦର୍ଶନ ସେତେଟା ଭଲ ନ ଥିଲା। ବଡ଼ ସ୍କୋର ହାସଲ କରିପାରୁ ନ ଥିଲେ ମଧ୍ୟ ସେ ବଲ୍‌କୁ ପ୍ରହାର କରୁଥିଲେ। ଦିଲ୍ଲୀ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ତେବେ ଗତ ମ୍ୟାଚ୍‌ରେ ଅନ୍ୟମାନେ ଭଲ ଖେଳି ନ ଥିଲେ। ଫଳରେ ମୋତେ ସବୁ ଦାୟିତ୍ୱ ନେବାକୁ ହୋଇଥିଲା। ଏହି ସ୍ଥିର ପ୍ରଦର୍ଶନକୁ ଆଗାମୀ ମ୍ୟାଚ୍‌ରେ ଜାରି ରଖିବାକୁ ପ୍ରୟାସ କରିବି। ପଞ୍ଜାବ ବିପକ୍ଷ ପରାଜୟରୁ ଆମେ ଶିକ୍ଷା ଲାଭ କରିଛୁ। ଦଳର ପ୍ରଦର୍ଶନରେ ଉନ୍ନତି ପାଇଁ ଆଲୋଚନା କରିବୁ ବୋଲି ଧାଓ୍ବନ କହିଛନ୍ତି। ଦିଲ୍ଲୀ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ଆବୁଧାବିରେ ଶନିବାର ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri