ନୂଆଦିଲ୍ଲୀ,୫ା୯: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ବେଆଇନ ବେଟିଂ ଆପ୍ ସହ ସମ୍ପୃକ୍ତ ଥିବା ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଗରେ ହାଜର ହୋଇଛନ୍ତି। ସେ ସେଣ୍ଟ୍ରାଲ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ହାଜର ହୋଇଥିଲେ। ବେଆଇନ ବେଟିଂ ଆପ୍ ୧Xବେଟ୍ ସହ ଜଡ଼ିତ ମାମଲାର ତଦନ୍ତ ପାଇଁ ପ୍ରିଭେନଶନ ଅଫ୍ ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯାଇଛି।
କିଛି ନିର୍ଦ୍ଦିଷ୍ଟ ବିଜ୍ଞାପନ ଜରିଆରେ ୩୯ ବର୍ଷୀୟ ପୂର୍ବତନ ଓପନର ଆପ୍ ସହିତ ଯୋଡ଼ି ହୋଇଥିଲେ। ଇଡି ତାଙ୍କ ସମ୍ପୃକ୍ତିକୁ ବୁଝିବା ପାଇଁ ଉଦ୍ୟମ ଜାରି ରାଖିଛି। ଗତ ମାସରେ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କୁ ପଚରାଉଚୁରା କରାଯାଇଥିଲା। କେନ୍ଦ୍ର ସରକାର ଏକ ନୂଆ ଆଇନ ଜରିଆରେ ରିୟଲ ମନି ଅନଲାଇନ୍ ଗେମିଂକୁ ବ୍ୟାନ କରିଛନ୍ତି।


