ନବୀନଙ୍କୁ ନେବା ପାଇଁ ମଞ୍ଚରୁ ଧାଇଁ ଆସିଲେ ଧର୍ମେନ୍ଦ୍ର, ଭିଡିଓ ଦେଖିଲେ…

ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ସବୁ ଦଳର ନେତା। ଏହି ଉପଲକ୍ଷେ ବଡ଼ଦାଣ୍ଡରେ ହୋଇଥିବା ଏକ ମଞ୍ଚରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ନେତୃବୃନ୍ଦ ମଞ୍ଚାସୀନ ଥିଲେ। ଏହି ସମୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଥିଲେ। ନବୀନ ପ୍ରଥମେ ମଞ୍ଚ ତଳେ ଥାଇ ସମସ୍ତଙ୍କୁ ହାତଯୋଡ଼ି ଅଭିନନ୍ଦନ ଜଣାଇଥିଲେ। ଏହି ସମୟରେ ମଞ୍ଚରେ ଥିବା ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଧାଇଁ ଆସିଥିଲେ ତଳକୁ ପାଛୋଟି ନେବା ପାଇଁ।

 

ଧର୍ମେନ୍ଦ୍ର ତଳକୁ ଆସିବା ପରେ ନବୀନଙ୍କ ସହ କିଛି କଥା ହୋଇଥିଲେ। ଏହା ପରେ ତାଙ୍କ ହାତ ଧରି ମଞ୍ଚ ଉପରକୁ ନେଇଯାଇଥିଲେ। ମଞ୍ଚରେ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ ଠିଆ ହୋଇ ନବୀନଙ୍କୁ ବସିବା ପାଇଁ ଇଙ୍ଗିତ କରିଥିଲେ। ସମସ୍ତଙ୍କ ମୁହଁରେ ବେଶ୍‌ ହସ ପରିଲକ୍ଷିତ ହୋଇଥିଲା। ନବୀନ ମଧ୍ୟ ବହୁତ ଖୁସି ଦେଖାଯାଉଛନ୍ତି ଭିଡିଓରେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri