ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଏହି ଦୁଇ ଜିଲା ପାଇଁ କଲେ ବଡ ଦାବି

ଭୁବନେଶ୍ୱର,୮ା୧: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦୁଇ ଜିଲା ପାଇଁ ବଡ ଦାବି ଜଣାଇଛନ୍ତି। ଅନୁଗୋଳ ଏବଂ ତାଳଚେର ଶିଳ୍ପାଞ୍ଚଳରେ ଦିନକୁ ଦିନ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନେଇ କେନ୍ଦ୍ର ଧର୍ମେନ୍ଦ୍ର ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କୁ ପୃଥକ ପୃଥକ ଚିଠି ଲେଖିଛନ୍ତି।

ଧର୍ମେନ୍ଦ୍ର ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଅନୁଗୁଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ବିପଦଜନକ ସ୍ତରରେ ପହଞ୍ଚିଛି। ଏହା କେବଳ ଏକ ପରିବେଶ ସମସ୍ୟା ନୁହେଁ, ବରଂ ଏକ ‘ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି’। କୋଇଲା ଖଣି, ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ବିଭିନ୍ନ ଶିଳ୍ପ ସଂସ୍ଥାରୁ ନିର୍ଗତ ଧୂଆଁ ଯୋଗୁଁ ତାଳଚେର ଭାରତର ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ସ୍ଥାନ ପାଇଛି।

ଧର୍ମେନ୍ଦ୍ର ତାଙ୍କର ଚିଠିରେ ୫ଟି ମୁଖ୍ୟ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛନ୍ତି। ସେଗୁଡିକ ହେଉଛି, କଠୋର ନିୟମ ଓ ମନିଟରିଂ: ଶିଳ୍ପ ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିବା ସହ ରିଅଲ-ଟାଇମ୍ ମନିଟରିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା। ଯାନ୍ତ୍ରିକ କୋଇଲା ପରିବହନ: ଧୂଳି ଓ ପ୍ରଦୂଷଣ କମାଇବା ପାଇଁ କୋଇଲା ପରିବହନରେ ଯାନ୍ତ୍ରିକ ପଦ୍ଧତି ଆପଣାଇବା। ସବୁଜ ବଳୟ ସୃଷ୍ଟି: ଶିଳ୍ପାଞ୍ଚଳ ଓ ଖଣି ବେଲ୍ଟ ଚାରିପାଖରେ ବ୍ୟାପକ ବୃକ୍ଷରୋପଣ କରି ‘ଗ୍ରୀନ୍ ବଫର୍’ ତିଆରି କରିବା। ନ୍ୟାସନାଲ୍ କ୍ଲିନ୍ ଏୟାର ପ୍ରୋଗ୍ରାମ (NCAP) ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକୁ ଦୀର୍ଘକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲା ପ୍ରଶାସନ ଏବଂ ଶିଳ୍ପ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ସ୍ଥାୟୀ ସମାଧାନ ବାହାର କରିବା।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ ଏବଂ ହଜାର ହଜାର ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ସେ ଜୋର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକୋ, ଜାତୀୟ ରାଜପଥରେ ମୃତଦେହ ରଖି…

ବଲାଙ୍ଗୀର,୯ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଶାନ୍ତିପଡ଼ାର ନିଖୋଜ ପ୍ରବୀଣ ମହାଲିଙ୍ଗ (ମୁଟୁ)ଙ୍କ ମୃତଦେହ ଶୁକ୍ରବାର ସଦରଥାନା ପଥରଚେପା ପୋଖରୀରୁ ୫ ଦିନ ପରେ ଉଦ୍ଧାର...

PUCCକୁ ନେଇ ହାଇକୋର୍ଟଙ୍କ ବଡ଼ ନୋଟିସ

କଟକ,୯।୧: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ। ପରିବହନ ସଚିବ ଏବଂ STAକୁ ଜବାବ ତଲବ ମାଗିଲେ ହାଇକୋର୍ଟ। ଏମ୍‌ଭି ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ମାମଲାରେ...

ପୋଲିସ ଗାଡ଼ିରେ ନାହିଁ ପିୟୁସି

କାକଟପୁର/ଅସ୍ତରଙ୍ଗ,୮ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପ୍ରଦୂଷଣ ସାର୍ଟିଫିକେଟ ପାଇଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଧାଡ଼ିରେ ଛିଡା ହୋଇ ସମୟ ବରବାଦ କରୁଛନ୍ତି। ଏପରିକି ଗାଡ଼ି...

ଟ୍ରମ୍ପଙ୍କୁ ଖୋଲା ଚେତାବନୀ ଦେଲେ ଖାମିନେଇ: ଆମେ ଛାଡ଼ିବୁନି…

ତେହେରାନ,୯।୧: ଇରାନରେ ବିରୋଧ ପ୍ରଦର୍ଶନ ମଧ୍ୟରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମିନେଇ ଆମେରିକା ଏବଂ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତି। ଖାମିନେଇ କହିଛନ୍ତି, ଆମେ...

ପ୍ରତୀକଙ୍କ ଫୋନ୍‌ ନିଜ ପାଖରେ ରଖିଲେ ମମତା, ଇଡି ଅଧିକାରୀଙ୍କୁ ଧମକାଇ ଡିଜିପି କହିଲେ…

କୋଲକାତା,୯ା୧: I-PAC ପରିସରରେ ଗୁରୁବାର ED ଚଢ଼ାଉ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁସାରେ ସେ I-PAC...

କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଲୋକଙ୍କୁ ମିଳୁନି ପାଣି

କର୍ଲାମୁଣ୍ଡା,୯ା୧(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇବା ନିମନ୍ତେ ବିଭନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ...

ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଝାରସୁଗୁଡ଼ା,୯ା୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ପ୍ରବଳ ଶୀତ ଲହରି ଜାରି ରହିଥିବା ବେଳେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ୪. ୬ ଡିଗ୍ରୀକୁ ଖସି...

ଚିନ୍ତା ବଢ଼ାଉଛି କୁକୁରଙ୍କ ଦୌରାତ୍ମ୍ୟ, ଏଥିରୁ ରକ୍ଷା ପାଇବା ପାଇଁ…

ଦାରିଙ୍ଗବାଡ଼ି,୯ା୧(ଅରୁଣ ସାହୁ): ଘରେ ଘରେ କୁକୁର ପାଳନ ପାଇଁ ଆଗ୍ରହ ରହିଥାଏ। କୁହାଯାଏ, କୁକୁର ମଣିଷର ପ୍ରକୃତ ବିଶ୍ୱସ୍ତ ବନ୍ଧୁ। ପାଳିତ କୁକୁର କିମ୍ବା ବୁଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri