Posted inଫୁରସତ

କକା ସହ ଦାକ୍ଷିଣାତ୍ୟରୁ ଫେରିଲେ ଧର୍ମପଦ

ଗତ ସଂଖ୍ୟାରେ ଏକ ସ୍ମରଣୀୟ ପ୍ରସଙ୍ଗ ଆମେ ଉଲ୍ଲେଖ କରିଥିଲୁ। ‘ମଦୁରାଇ ଶିଳ୍ପୀଙ୍କୁ ସିବେଇ ସାମନ୍ତରା ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବାକୁ ମନା କରିଦେଇଥିଲେ।’ ସହଜ କଥା ନୁହେଁ ସେ କାଳଖଣ୍ଡରେ। ପ୍ରବଳ ପ୍ରତାପୀ ଲାଙ୍ଗୁଳା ନରସିଂହଙ୍କ ସାମ୍ରାଜ୍ୟ। ବଙ୍ଗ ନବାବ ଭୟରେ ଥରହର। ଅଥଚ ଗୋଟିଏ ମନ୍ଦିରର ସ୍ଥପତି ତାଙ୍କ ଶ୍ୱଶୁରାଳୟରୁ ଆସିଥିବା ଶିଳ୍ପୀଙ୍କୁ ମନା କରିଦେଇଛନ୍ତି କାମ କରିବାକୁ! ତୁଷ୍ଟୀକରଣର ପ୍ରଶ୍ନ ନାହିଁ। ଓଡ଼ିଶାର ଶିଳ୍ପକଳାର ପ୍ରଶ୍ନ। ଗଜପତିଙ୍କ ପାଖକୁ କଥା ଯାଉଛି। ସେ ‘ଆଦେଶ’ ଦେଉଛନ୍ତି, ନିର୍ଦ୍ଦେଶ ନୁହେଁ। ଆଦେଶର ମୋଟାମୋଟି ଅର୍ଥ-ଫେରାଅନି… ଛୋଟ ଛୋଟ କାମରେ ନିଯୁକ୍ତ କର….। ଏଇ ହେଉଛି ରାଜତନ୍ତ୍ରରେ ଗଣତନ୍ତ୍ରର ମୂଲ୍ୟବୋଧ।
କୋଣାର୍କଠାରେ ମନ୍ଦିର ନିର୍ମାଣ ସମୟରେ ଗଜପତି ଉଦାର ଥିଲେ। ସମସ୍ତ ଦିଗ ପ୍ରତି ଲକ୍ଷ୍ୟ ରଖୁଥିଲେ। ତାଙ୍କ ପ୍ରତିନିଧି ଭାବରେ ବଳଶ୍ରୀ ମଧ୍ୟ ସେହିପରି କାର୍ଯ୍ୟ କରୁଥିଲେ। ବଳଶ୍ରୀ ଥାଆନ୍ତି କୋଣାର୍କରେ। ମନ୍ଦିର ନିର୍ମାଣ ନଅବର୍ଷ ସମ୍ପୂର୍ଣ୍ଣ ହୋଇ ଦଶବର୍ଷ ଚାଲିଥାଏ। ମନ୍ଦିରର ମୁଖ୍ୟ ସୂତ୍ରଧର ସଦାଶିବ ସାମନ୍ତରାୟଙ୍କ ଶରୀର ଅସୁସ୍ଥ ହେବାରୁ ସେ ଶିବିର ଛାଡ଼ି ନିଜ ଗାଁକୁ ଚାଲିଯାଇଥିଲେ। ପୋଥିରେ ମିଳୁଛି ତାଙ୍କ ଗାଁ ନାମ ଡିହପାଟଣା ପଥୁରିଆପଡ଼ା। ଗାଁକୁ ଚିହ୍ନଟ କରିବା ପାଇଁ ଅନେକ ଚେଷ୍ଟା କରିଛୁ। ତିନୋଟି ‘ଡିହପାଟଣା’ ଗ୍ରାମ ମଧ୍ୟରୁ ତାଙ୍କ ଘରର ସନ୍ଧାନ ପାଇଲୁ ନାହିଁ। ଶୁଣିଲୁ ନଈବଢ଼ିରେ ମୂଳ ଡିହପାଟଣା ଧୋଇ ହୋଇଯାଇଛି। ଖୋଜିଲୁ ରାଜସ୍ବ କାଗଜାତରୁ କିଛି ସନ୍ଧାନ ମିଳିପାରେ। ନିରାଶ ହେଲୁ। ଆଶା ବାନ୍ଧିଥିଲୁ ଶ୍ରୀ ପଦ୍ମକେଶର ମନ୍ଦିରର ମୁଖ୍ୟ ସ୍ଥପତିଙ୍କ ଗାଁ ଚିହ୍ନଟ ହେଲେ ତାହା ହେବ ଓଡ଼ିଆ ଜାତିର ଐତିହ୍ୟର ତୀର୍ଥସ୍ଥଳ। ପୂର୍ବରୁ ଗଜପତି ଲାଙ୍ଗୁଳା ନରସିଂହଦେବ ଗଡ଼ରୂପାସଠାରେ ଅସ୍ଥାୟୀ ଭାବେ ରହିବା ପାଇଁ ଯେଉଁ ଘର ଯୋଗାଇ ଦେଇଥିଲେ ତା’ର ସୂଚନା ଦେଇଥିଲୁ। ଭଗ୍ନ ଭିଟାମାଟିରେ ନୁଆଁଣିଆ ଚାଞ୍ଚଘେରା ବଖୁରିଆ ଡିହଟିଏ ବାହୁନୁଥିବା ପରି ଲାଗିଥିଲା।
ବଳଶ୍ରୀ କୋଣାର୍କରେ ପଦାର୍ପଣ ପରେ ଖବର ପାଇଲେ ଶିବେଇ ସାମନ୍ତରା ଅସୁସ୍ଥ। ପାଲିଙ୍କିରେ ତାଙ୍କ ଗାଁକୁ ବାହାରିଲେ। ସାଙ୍ଗରେ ଯାଇଥିଲେ ନାରାୟଣ ମହାପାତ୍ର, ଗଙ୍ଗା ମହାପାତ୍ର ଓ ଗଦାଧର ମହାପାତ୍ର। ଏହି ତିନିଜଣ ହାତୀରେ ଯାଇଥିଲେ। ଡିହପାଟଣା ଘରେ ପହଞ୍ଚତ୍ବା ପରେ ଦେହ ପା’ କଥା ବୁଝୁଥିବାବେଳେ ତାଙ୍କ ପୁଅ ଧର୍ମପଦ ମହାପାତ୍ର (ପୋଥିରେ କେବଳ ଧର୍ମ ମହାପାତ୍ର ଉଲ୍ଲେଖ ରହିଛି) ଏବଂ ଶିବେଇ ସାମନ୍ତରାଙ୍କ ସାନଭାଇ ନିଧି ମହାପାତ୍ର ଆସି ପହଞ୍ଚତ୍ଥିଲେ। ସେମାନେ ଗଜପତିଙ୍କ ନିର୍ଦ୍ଦେଶକ୍ରମେ ଦାକ୍ଷିଣାତ୍ୟ ଯାଇଥିଲେ। ସେଠାରୁ ଫେରି ଶିବେଇ ସାମନ୍ତରାଙ୍କ ଉଦାସ ଭାବ ଦେଖି ବ୍ୟସ୍ତ ହୋଇପଡ଼ିଲେ।
ଶୁଣିଲେ ବାପା ଅସୁସ୍ଥ। ସେଣେ କୋଣାର୍କ ମନ୍ଦିରର ଶୀର୍ଷ କାର୍ଯ୍ୟ ବନ୍ଦ। ସମସ୍ତେ ବିଚାରବିମର୍ଶ କଲେ। ଗଙ୍ଗା ମହାପାତ୍ରେ କହିଲେ- ଅବିଶ୍ରାନ୍ତ ଭାବରେ ଦେଉଳ ମୁଣ୍ଡିମରା କାମରେ ବ୍ୟସ୍ତ ଥିଲେ। ତାହା ହୋଇପାରି ନାହିଁ….।
ସେଇ ଅସୁସ୍ଥ ଅବସ୍ଥାରେ ଧର୍ମପଦ ପଚାରିଲେ କସାଖପୁରି ନା ବସାଖପୁରି…। ସମସ୍ତେ ଧର୍ମପଦ ମୁହଁକୁ ଚାହିଁଲେ! ସତରେ କ’ଣ ଇଏ ମୁଣ୍ଡି ମାରିଦେବ! ଏପରି କଥା କ’ଣ ପଚାରୁଛି। ସେହି ସମୟରେ ଧର୍ମପଦ କହିଲେ- କେହି ବ୍ୟସ୍ତ ହେବା ଦରକାର ନାହିଁ। ମୁଁ ଖଞ୍ଜିଦେବି। କସା କି ବସା ଖପୁରି ଶିବେଇ ସାମନ୍ତରା କହିବା ପୋଥିରେ ଲେଖାନାହିଁ। ଏହି ଦୁଇଟି ଶବ୍ଦ ଶିଳ୍ପଶାସ୍ତ୍ର ଶବ୍ଦ। ଗଙ୍ଗା ମହାପାତ୍ର ଯାଇଥିବା ହାତୀରେ ଗଙ୍ଗାଙ୍କ ସହିତ ଧର୍ମପଦ ଗାଁରୁ କୋଣାର୍କ ଆସିଥିଲେ। କୋଣାର୍କରେ ସୂତ୍ରଧର ଶିବେଇ ସାମନ୍ତରାଙ୍କ ଶିବିରରେ ରହିଲେ। ଦୁଇଜଣ ସହଯୋଗୀଙ୍କୁ ବାଛି ନିଜ ପାଖରେ ରଖିଲେ। ପୋଥିରେ ସ୍ପଷ୍ଟ ଲେଖାଯାଇଛି ସୂତ୍ରଧର (ସଦାଶିବ ସାମନ୍ତରାୟ ଓରଫ ଶିବେଇ ସାନ୍ତରା)ଙ୍କ ପୁତ୍ର ଧର୍ମ ମହାପାତ୍ର ‘ଗୁଣାଗାର’କୁ ତନ୍ନ ତନ୍ନ କରି ଦେଖିଲେ। ଗୁଣାଗାର ଶବ୍ଦ ଶିଳ୍ପଶାସ୍ତ୍ରର ପାରିଭାଷିକ ଶବ୍ଦ। ତାହାର ଅର୍ଥ ‘ଯୋଜନା’। ମୁଣ୍ଡି ମାରିବାର ଯୋଜନା କେମିତି କେଉଁ ପ୍ରକାର ପ୍ରସ୍ତୁତି ହୋଇଛି। ତାହାକୁ ବିଶେଷ ଅଧ୍ୟୟନ କଲେ। ଆମେ ଏହି ପ୍ରସଙ୍ଗରେ ବିଚାର କରିବା କଥା ଯେ, ବିଶୁ ମହାରଣାଙ୍କ ପୁତ୍ର ଧର୍ମପଦ ନୁହନ୍ତି। ତାଙ୍କ ସାଙ୍ଗିଆ ମଧ୍ୟ ‘ମହାରଣା’ ନୁହେଁ। କିନ୍ତୁ ଓଡ଼ିଶାରେ କିପରି ଓ କିଏ ବିଶୁ ମହାରଣାଙ୍କ ପୁଅ ଧର୍ମ ମହାରଣା ବୋଲି ପ୍ରଚାର କଲା ତାହା ଅଜଣା। ସେଇ ଭୁଲ ପ୍ରସଙ୍ଗ ଲୋକଗୀତ, ଲୋକକଥା ଓ କିମ୍ବଦନ୍ତୀରେ ପ୍ରଚଳିତ ହୋଇଯାଇଛି। ସେହି ଭ୍ରମପୂର୍ଣ୍ଣ ପ୍ରସଙ୍ଗ ସାହିତ୍ୟରେ ବି ସ୍ଥାନ ପାଇଯାଇଛି।
ଧର୍ମପଦ ଦୁଇଜଣ ସହଯୋଗୀଙ୍କ ସହାୟତାରେ ବଡ଼ସିଂହ ଲାଗିଥିବା ସ୍ଥାନରୁ ସମ୍ପୂର୍ଣ୍ଣ ମନ୍ଦିରକୁ ମାପ କଲେ। ଏହି ମାପଚାରି ଦିଗରୁ ହୋଇଥିଲା। ମନ ମାନିଲାନି। ପୁଣି ଚାରିଜଣ ପଥୁରିଆଙ୍କୁ ଧରି ମାପ କଲେ। ତାଙ୍କୁ ଆଣିଥିବା ହାତୀ ଡିହପାଟଣାକୁ ଫେରିଯାଇଥିଲା। ବଳଶ୍ରୀ ଓ ଅନ୍ୟମାନେ ଶିବେଇ ସାମନ୍ତରାଙ୍କ ଘରେ ପାଞ୍ଚଦିନ ରହିଲେ। ହାତୀ, ହାତୀଆଳ, ପାଲିଙ୍କି, କାନ୍ଧେଇବାବାଲା ପାଞ୍ଚଦିନ ରହିବା ସ୍ବାଭାବିକ। ପାଞ୍ଚଦିନ ପରେ ସୂତ୍ରଧରଙ୍କୁ ସାଙ୍ଗରେ ଧରି କୋଣାର୍କ ଫେରି ଦେଖିଲେ- ସୂତ୍ରଧରଙ୍କ ଶିବିରରେ ଧର୍ମପଦ ରହିଛନ୍ତି।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri