ଦରମାରେ ଗ୍ରାମଦେବୀଙ୍କ ପାଖେ ମାର୍ଜନା ହୋଇଥିଲା

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମପଞ୍ଚାୟତର ତୁଳସୀପୁର ଗ୍ରାମରେ ଥିବା ଏକ ସାଧାରଣ କୃଷକ ପରିବାରରେ ମୋ ଜନ୍ମ। ପିଲାଟିବେଳୁ ପାଠପଢ଼ାରେ ଖୁବ୍‌ ଭଲ ଥିଲି। ପରିବାରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ମୋ ପଢ଼ାଖର୍ଚ୍ଚ ଉଠାଇବାକୁ କ୍ରମେ ପିଲାଙ୍କୁ ଟିଉସନ କରିବା ଆରମ୍ଭ କଲି। ମୋର ଏହି ଅଧ୍ୟବସାୟ ପାଇଁ ଆମ ଅଞ୍ଚଳବାସୀ ମୋତେ ଖୁବ୍‌ ସ୍ନେହ ଓ ଶ୍ରଦ୍ଧା କରୁଥିଲେ। ସମସ୍ତଙ୍କ ଆଶୀର୍ବାଦ ଯୋଗୁ କ୍ରମେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ଅର୍ଥନୀତି)ରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍‌ କରିବା ପରେ ୟୁଜିସି (ନେଟ୍‌) ପରୀକ୍ଷାରେ ବି କୃତକାର୍ଯ୍ୟ ହେଲି। ତା’ପରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ପ୍ରଥମେ ଭଦ୍ରକ ସରକାରୀ ମହାବିଦ୍ୟାଳୟର ଅର୍ଥନୀତି ବିଭାଗରେ ଫେବୃଆରୀ ୨୦୦୧ ମସିହାରେ ଅଧ୍ୟାପକ ଭାବେ ଯୋଗ ଦେଲି। ସେତେବେଳେ ଅଧ୍ୟକ୍ଷ ଥାନ୍ତି ପ୍ରଫେସର ବସନ୍ତ କୁମାର ଦାସ। ସେ ଜଣେ ଦରଦୀ ମଣିଷ ଥିଲେ। ତତ୍କାଳ ମୋ ରହିବା ପାଇଁ କଲେଜ କ୍ୟାମ୍ପସରେ ସରକାରୀ ବାସଭବନର ସୁବିଧା କରାଇ ଦେଇଥିଲେ। ମୋର ଏହି ଚାକିରି ପାଇଁ ମା’, ବାପା, ଭାଇଭଉଣୀ ଅନେକ ଦେବଦେବୀଙ୍କ ନିକଟରେ ମାନସିକ କରିଥିଲେ। ତେଣୁ ପ୍ରଥମ ମାସ ଦରମା ପାଇବା ପରେ ଅଳ୍ପ କିଛି ହାତଖର୍ଚ୍ଚ ପାଇଁ ରଖି ବାକିତକ ଟଙ୍କା ଗାଁକୁ ପଠାଇ ଦେଇଥିଲି। ମା’ବାପା ସେଥିରେ ଗ୍ରାମଦେବୀଙ୍କ ପାଖରେ ମାର୍ଜନା କରିବା ସହ ଗାଁର ପିଲାମାନଙ୍କୁ ମିଠା ବାଣ୍ଟିଥିଲେ। ତା’ସହିତ ଭାଇଭଉଣୀଙ୍କ ପାଇଁ ନୂଆ ଲୁଗାପଟା କିଣିଥିଲେ। ପ୍ରଥମ ମାସର ଦରମା ଏମିତି ଖର୍ଚ୍ଚ ହୋଇଥିଲା। ତା’ପରେ ମୁଁ ପଠାଉଥିବା ୨/୩ ମାସର ଦରମା ଟଙ୍କାକୁ ରଖି ମା’ବାପା ଏକ ଅଷ୍ଟପ୍ରହର ନାମଯଜ୍ଞ କରାଇଥିଲେ। ପରେ ଭଉଣୀମାନେ ବି ମୋ ପାଇଁ ମାନସିକ କରିଥିବା ଅଭିରାମ ମେଳା ଓ ଅନ୍ୟାନ୍ୟ ଦେବଦେବୀଙ୍କ ନିକଟରେ ମଧ୍ୟ ଭୋଗ କରାହୋଇଥିଲା। ଈଶ୍ୱରଙ୍କ ଇଚ୍ଛା ବିନା ଗଛରୁ ପତ୍ରଟିଏ ଝଡ଼େ ନାହିଁ। ମୋ ମା’ବାପା ବହୁତ ସରଳ, ପରୋପକାରୀ ଓ ଈଶ୍ୱର ବିଶ୍ୱାସୀ ଥିଲେ। ସେମାନଙ୍କ ଆଶୀର୍ବାଦ, ସମ୍ପର୍କୀୟ ଓ ଶୁଭେଚ୍ଛୁମାନଙ୍କ ପ୍ରେରଣା ତଥା ଈଶ୍ୱରଙ୍କ କୃପାରୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଧୁନା ପୁରୀରେ ବାଣିଜ୍ୟ କର ଏବଂ ଦ୍ରବ୍ୟ ସେବା କରର ଯୁଗ୍ମ କମିଶନର ଭାବେ କାର୍ଯ୍ୟ କରୁଅଛି। ବାପା, ମା’ ଆଉ ଇହଧାମରେ ନାହାନ୍ତି ସତ ହେଲେ ସେମାନେ ଯେଉଁଠି ଅଛନ୍ତି ଭଲରେ ଥାଆନ୍ତୁ; ଏତିକି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। ତେବେ ଯେତେବେଳେ ମୁଁ ଅଧ୍ୟାପନା କରୁଥିଲି, ସେତେବେଳେ ଅର୍ଥନୀତି ସମ୍ପର୍କିତ ଅନେକ ଆର୍ଟିକିଲ୍‌ ଲେଖୁଥିଲି; ଯାହା ବିଭିନ୍ନ ଖବରକାଗଜ ତଥା ଜର୍ନାଲ୍‌ଗୁଡ଼ିକରେ ପ୍ରକାଶିତ ହେଉଥିଲା। କିନ୍ତୁ ଏବେ କାର୍ଯ୍ୟବ୍ୟସ୍ତତା ଯୋଗୁ ଆଉ ଲେଖାଲେଖି କରିବାକୁ ସମୟ ମିଳୁନି। ହେଲେ ଖୁସିର ବିଷୟ ଏହା ଯେ, ଅଧ୍ୟାପନା କଲାବେଳେ ଯୁକ୍ତ ଦୁଇ ଅର୍ଥନୀତି ବିଭାଗର ପିଲାଙ୍କ ପାଇଁ ୪ଟି ପାଠ୍ୟ ପୁସ୍ତକ ରଚନା କରିଥିଲି; ଯାହାକୁ ପିଲାମାନେ ପଢୁଥିଲେ। ସେ କଥା ଭାବିଲେ ଏବେ ବି ମୋ ମନ ଖୁସି ଓ ଆନନ୍ଦରେ ଭରିଯାଏ। ଏଥିସହିତ ମୋର ଏକ ଗବେଷଣାତ୍ମକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ଏତଦ୍‌ବ୍ୟତୀତ କେତେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଓତପ୍ରୋତ ଭାବେ ଜଡିତ ରହି କିଛିଟା ସମାଜମଙ୍ଗଳ କାର୍ଯ୍ୟ କରିବାର ସୁଯୋଗ ପାଉଥିବାରୁ ଖୁସି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri