ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୫: ରେଜିଷ୍ଟ୍ରେଶନ୍‌ ଆରମ୍ଭ

ଭୁବନେଶ୍ୱର,୨୪।୧୧: ଭୁବନେଶ୍ୱରର ସ୍ବସ୍ତି ପ୍ରିମିୟମରେ ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ ଆରମ୍ଭ ହୋଇଯାଇଛି। ଏହିପାଇଁ ସୋମବାର ସକାଳୁ ରେଜିଷ୍ଟ୍ରେଶନ୍‌ କରାଯାଉଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବପିଢି ଯୋଗଦେଇ ରେଜିଷ୍ଟ୍ରେଶନ କରୁଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରି ଏହି ଅଭିଯାନରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ୍‌ କନ୍‌କ୍ଲେଭ୍‌ ବା ଯୁବ ସମ୍ମିଳନୀ’ ଅନୁଷ୍ଠିତ ହେଉଛି। ଚଳିତବର୍ଷ ଏହି କାର୍ଯ୍ୟକ୍ରମ ୫ମ ସଂସ୍କରଣରେ ପହଞ୍ଚତ୍ଥିବାବେଳେ ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ୍‌: ଫାଇଣ୍ଡିଂ ସଲ୍ୟୁଶନ୍ସ’। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

ସେହିପରି କାର୍ଯ୍ୟକ୍ରମରେ ଏକ୍ସପର୍ଟ ପ୍ୟାନେଲିଷ୍ଟ ଭାବେ ନୂଆଦିଲ୍ଲୀସ୍ଥିତ ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ (ସିଏସ୍‌ଇ)ର ମହାନିର୍ଦ୍ଦେଶକ ତଥା ‘ଡାଉନ୍‌ ଟୁ ଆର୍ଥ’ର ଏଡିଟର ପଦ୍ମଶ୍ରୀ ସୁନୀତା ନାରାୟଣ, ପରିବେଶବିତ୍‌ ପଦ୍ମଶ୍ରୀ ଚାମୀ ମୁର୍ମୁ, ବନ୍ୟପ୍ରାଣୀ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ, ବ୍ରିଟିଶ୍‌ ଡେପୁଟି ହାଇକମିଶନର ଡ. ଆଣ୍ଡ୍ର୍ୟୁ ଫ୍ଲେମିଙ୍ଗ୍‌, ସିଓ୍ବାଇସିଏନ୍‌ର ଭିସି. ପାର୍ଟନରଶିପ୍‌ସ ଆଣ୍ଡ୍‌ ଷ୍ଟେକ୍‌ ହୋଲ୍ଡର୍ସ ମିତ୍‌ ସିଜରିଆ, ଇକୋଲୋଜିଷ୍ଟ ତଥା ଦକ୍ଷିନ୍‌ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା କାର୍ତ୍ତିକ ଶଙ୍କର, ଅବସରପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ ତଥା ଓଡ଼ିଶା ଲୋକାୟୁକ୍ତର ପୂର୍ବତନ ସଦସ୍ୟ ଡ. ଦେବବ୍ରତ ସ୍ବାଇଁ ଏବଂ ପରିବେଶବିତ୍‌ ତଥା ଇଏଫ୍‌ଆଇ ପ୍ରତିଷ୍ଠାତା ଅରୁଣ କ୍ରିଷ୍ଣମୂର୍ତ୍ତି ଯୋଗଦେବେ। ଏହି ଅବସରରେ ପଦ୍ମଶ୍ରୀ ଚାମୀ ମୁର୍ମୁଙ୍କୁ ‘ଲାଇଭ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ’ ପୁରସ୍କାର ସହିତ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସଙ୍ଗଠନଗୁଡ଼ିକୁ ‘ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ’ ପ୍ରଦାନ କରାଯିବ। ଏଥିସହ ପ୍ରସିଦ୍ଧ ସଙ୍ଗୀତ କଳାକାର ରାହଗିରଙ୍କ ଦ୍ୱାରା ପରିବେଶ ଉପରେ ସଙ୍ଗୀତ ପରିବେଷଣ କରାଯିବ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri