Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ୍‍ ୨ ତାରିଖ – Daily Horoscope

ମେଷ
ଆଜି ଗୁରୁ ସହ ଚନ୍ଦ୍ରଜନିତ ପାରିବାରିକ ସଦ୍‌ଭାବ, ବ୍ୟବସାୟିକ ସଫଳତା ଓ ଯାତ୍ରାରେ ଲକ୍ଷ୍ୟସାଧନ ଅବଶ୍ୟମ୍ଭାବୀ। ସାମାଜିକ ସମ୍ମାନ, ବନ୍ଧୁଙ୍କ ଆଦରଗୌରବ ସଙ୍ଗକୁ ମୂଲ୍ୟବାନ୍‌ ଧାତୁ, ଅଳଙ୍କାରାଦି ଖରିଦ କରିପାରନ୍ତି। ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ମନରେ ଦୁଃଖ ଆଣିବ।
ବୃଷ
ବୃଷ
ଲାଭଭାବରେ ରବି ଅନ୍ୟଗ୍ରହଙ୍କ ସହ ଉଚ୍ଚବର୍ଗର ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନରେ ସହାୟକ ହେବେ। ବୁଦ୍ଧିଦାତା ବୁଧ ଅର୍ଥପ୍ରାପ୍ତି ସହ ଶିକ୍ଷା, ସନ୍ତାନ, ସମ୍ପର୍କକୁ ମଜଭୁତ ରଖିବେ। ଜଣେ ପ୍ରିୟ ବ୍ୟକ୍ତି ସମ୍ମୁଖରେ ମିଠାକଥା କହି ପୂର୍ବରାଗ ଶୁଝାଇବାର ଉପକ୍ରମ କରିବେ। ଯାନବାହନ, ଦୋକାନବାଡ଼ି, ଚୁକ୍ତିପତ୍ର ଦିଗରୁ ଉପକୃତ ହେବେ।
ମିଥୁନ
ମିଥୁନ
ଏକାଧିକ ଗ୍ରହ ପ୍ରଭାବରେ ଉଚ୍ଚ ସମ୍ମାନ ପାଇବା ସହ ଶିକ୍ଷାରେ ଉନ୍ନତି ଏବଂ ଗବେଷଣାଦିରେ ସଫଳତା ମିଳିବ। ପୁସ୍ତକ ଉନ୍ମୋଚନ, ବନ୍ଧୁସମ୍ପର୍କ, ସାହିତ୍ୟାଦିରେ ପ୍ରଶଂସା ପାଇପାରନ୍ତି। ବ୍ୟବସାୟାରମ୍ଭ, ବାଣିଜ୍ୟରେ ପୁଞ୍ଜିଲଗାଣ, ବିଦେଶଯାତ୍ର୍ରା, ପୂର୍ବନିର୍ଦ୍ଧାରିତ କାର୍ଯ୍ୟରେ ଅଗ୍ରଗତି ଘଟିବ। ଷଷ୍ଠାଧିପ ରାଶିରେ ଥିବାରୁ ଆତ୍ମୀୟ ଦାଉ ସାଧିପାରନ୍ତି।
କର୍କଟ
କର୍କଟ
ଆଜିର ଯାତ୍ରା, ବାଣିଜ୍ୟ, ଆଲୋଚନା ଓ ସମ୍ପର୍କରେ ବାଧାଜନିତ ସଙ୍କଟଜନକ ସ୍ଥିତି ଉତ୍ପର୍ଣ୍ଣ ହୋଇପାରେ। କଚେରି ମାମଲାରେ ବିଜୟୀ ହେବା ସହ ବିବାଦର ଅବସାନ ଘଟିବ। କଠିନ ଶ୍ରମ ଓ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ସକାଶେ ଆହୂତ ହୋଇପାରନ୍ତି।
ସି˚ହ
ସି˚ହ
ଅଷ୍ଟମଭାବସ୍ଥ ରବି ପ୍ରଭୃତି ଗ୍ରହ ହେତୁ କୌଣସି କାମ ସହଜ ଓ ସୁବିଧାରେ ସମ୍ପନ୍ନ ନ ହୋଇପାରେ। ଅବଶ୍ୟ କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଆର୍ଥିକ ଅନଟନ କାମକୁ କେତେକାଂଶରେ ଝୁଲା ଅବସ୍ଥାରେ ରଖିବାର ସୂଚନା ରହିଛି।
କନ୍ୟା
ଗୁରୁଙ୍କ ପ୍ରଭାବରୁ ପାରିବାରିକ ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ। କଠିନ ଶ୍ରମ ଓ ପରିଶ୍ରମଜନିତ ସାମୟିକ କ୍ଲାନ୍ତିବୋଧ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆସ୍ଥାଭାଜନ ହୋଇ କାର୍ଯ୍ୟ ହାସଲ କରିବେ।
ତୁଳା
ତୁଳା
ଆଜି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବ। ସଭାସମିତି, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ବିଶେଷ କିଛି ଅପ୍ରୀତିକର ପରିସ୍ଥିତିର ସମ୍ଭାବନା ନାହିଁ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବାର ଆଶା ରହିଛି।
ବିଛା
ବିଛା
ଅନାବଶ୍ୟକ ଖର୍ଚ୍ଚ, ଅସାବଧାନତାଜନିତ ଧନହାନି, ମତମନ୍ତବ୍ୟକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମତାନ୍ତର ଘଟିପାରେ। ଯାନ ବାହନ, ଗୃହସୀମା, ଦୂର ବନ୍ଧୁ, ସଭାସମିତି, ଜମିଜମା, ସମ୍ପର୍କୀୟଙ୍କ ସ୍ଥିତି ମଧ୍ୟମ ପ୍ରକାରର ରହିବ। ପ୍ରକାଶନ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।
ଧନୁ
ଧନୁ
ଚତୁର୍ଥସ୍ଥ ଗ୍ରହ ସମ୍ପର୍କରୁ ଘରର ବରାଦ ଅନୁଯାୟୀ ମୂଲ୍ୟବାନ ଜିନିଷ କୟ କରିପାରନ୍ତି। କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟାର ସରଳ ସମାଧାନ କରିବେ।
ମକର
ମକର
ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଘର ଲୋକଙ୍କ ଅପେକ୍ଷା ବାହାର ଲୋକଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇବେ। ଉଚ୍ଚସ୍ଥ ଶୁକ୍ରଙ୍କ ପ୍ରଭାବରୁ ଶୁକ୍ର କଳା, ସାହିତ୍ୟ ଆସର, ପ୍ରବଚନ, ସଙ୍ଗୀତ ସାଧନା ପାଇଁ ଅନୁକୂଳ ରହିବ। କିନ୍ତୁ ଈର୍ଷାପରାୟଣ ଲୋକଙ୍କ ପାଖରୁ ଶୁଭ କାମନା ଆଶା କରିବା ବୃଥା। ସ୍ତ୍ରୀଙ୍କ ଅମନଯୋଗୀ ଓ ଚିଡା ସ୍ବଭାବ ପାଇଁ କ୍ଷୁବ୍ଧ ହେବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରକୁ ଗୁରୁଦୃଷ୍ଟି ସମସ୍ତ କାର୍ଯ୍ୟ ସାଧନ ଦିଗରେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ଅଭାବବୋଧରେ ଛଟପଟ ହେଉଥିବା ମନକୁ ବନ୍ଧୁ ସାନ୍ତ୍ୱନା ଦେଇପାରିବେ ନାହିଁ । ଆକସ୍ମିକ କେତେକ ସମସ୍ୟା ଦେଖାଦେବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ ନତୁବା ଅସୁବିଧାରେ ପଡ଼ିବାର ସୂଚନା ରହିଛି।
ମୀନମୀନ

କେତେକ ଅସୁବିଧା ରହିଥିଲେ ମଧ୍ୟ ଆଜିର କାମ ଉପରେ କୌଣସି ପ୍ରଭାବ ରହିବ ନାହିଁ। କାଳେ କିଛି ଦେବାକୁ ପଡ଼ିବ ଏହି ଚିନ୍ତାରେ ବନ୍ଧୁ ମୁହଁ ଫେରାଇ ନେବେ। ସାମାଜିକ ସ୍ତରରେ, ସଭାସମିତିରେ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ରାଶିରେ ଏକାଧିକ ଗ୍ରହ ସଂଯୋଗ ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri