Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧି ଜନିତ ବୈଷୟିକ ସୁଖ, ସମୃଦ୍ଧିରୁ ଖୁସିରହିବେ। ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି।
ବୃଷ
ବୃଷ
ପାରିବାରିକ କ୍ଷେତ୍ରର ଅସ୍ଥିରତା କର୍ମକ୍ଷେତ୍ର ଉପରେ କୁପ୍ରଭାବ ପକାଇ ପାରିବ ନାହିଁ। ଯାହା କଥା ଚିନ୍ତା କରୁଛନ୍ତି ସେହି ଲୋକଟି ଆଜି ହଠାତ୍‌ ଆପଣଙ୍କ ନିକଟକୁ ଆସିଯିବ। କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବାଲ୍ୟବନ୍ଧୁ ସାହାଯ୍ୟ କରିବେ। ମୃଗଶିରା ନକ୍ଷତ୍ର ଈର୍ଷାପରାୟଣ ବ୍ୟକ୍ତିମାନେ ଦେଖେଇ ଶିଖେଇ ବହୁତ କଥା କହିପାରନ୍ତି।
ମିଥୁନ
ମିଥୁନ
ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପାରୁ ସମ୍ଭାବ୍ୟ ଅସ୍ବାଭାବିକ ପରିସ୍ଥିତିକୁ ସଜାଡି ନେବାରେ ସମର୍ଥ ହେବେ। ଆରଦର୍‌ରା ନକ୍ଷତ୍ର ପ୍ରତୀକ୍ଷା କରିଥିବା ବନ୍ଧୁଟିକୁ ଖୋଜି ନ ପାଇବାରୁ ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ତ ସମସ୍ୟା ମୁକାବିଲା କରି ସଫଳତା ହାସଲ କରି ପାରିବେ। ରୋଗ, ଋଣ ଓ ଶତ୍ରୁତା ଦୁଶ୍ଚିନ୍ତାର ମୁଖ୍ୟ କାରଣ ହୋଇରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପତିଆରା ବୃଦ୍ଧି ହେତୁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିପାରନ୍ତି। ବିଭିନ୍ନ ପ୍ରତିବନ୍ଧକଜନିତ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଗୃହ ସଜ୍ଜାରେ ମନୋନିବେଶ କରିବେ। ପୁନର୍ବସୁ ନକ୍ଷତ୍ର ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସି˚ହ
ପ୍ରତ୍ୟେକ କାମକୁ ନିର୍ଦ୍ଦିଷ୍ଟ ସମୟରେ ଶେଷ କରିବାକୁ ପ୍ରଯନତ୍ କରି ସଫଳ ହେବେ। ଗୋପନୀୟ କାର୍ଯ୍ୟକଳାପ ବନ୍ଧୁଙ୍କ ଜରିଆରେ ବାହାରେ ଆଲୋଚନାକୁ ସରଗରମ କରିପାରେ। କାହାକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମଘା ନକ୍ଷତ୍ର ଯାତ୍ରା ସମୟରେ ଅସାବଧାନତା ବଶତଃ ଦ୍ରବ୍ୟନଷ୍ଟ ଘଟିପାରେ।
କନ୍ୟା
କାର୍ଯ୍ୟହାନି କାରଣରୁ ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଠିକ୍‌ ରହିବ। ଚିତ୍ରା ନକ୍ଷତ୍ର ସାହାଯ୍ୟ ସହଯୋଗ ଲାଭକରି କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବାଣିଜ୍ୟ କ୍ଷେତ୍ରରେ ଅନୁକୂଳ ପରିବେଶ ଅଭାବରୁ ଚିନ୍ତାପ୍ରକଟ କରିପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଉତ୍ସବ ଅନୁଷ୍ଠାନରେ ଯୋଗଦେଲେ ସମ୍ମାନିତ ହେବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଟେନ୍ସନ୍‌ ଲାଗିରହିବାରୁ ଛୋଟ ଛୋଟ କଥାରେ ବିରକ୍ତ ହେବେ। ସ୍ବାତୀ ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ମାନସିକ ଚାପ ବୃଦ୍ଧିଜନିତ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ। ବନ୍ଧୁଙ୍କ ବ୍ୟବହାର ମନକୁ ନ ପାଇବାରୁ ଅଶାନ୍ତ ମନ ନେଇ ଚଳିବାକୁ ହେବ। କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିପାରେ।
ବିଛା
ବିଛା
 ପ୍ରତ୍ୟେକ କାମରେ ସମସ୍ୟା ବୃଦ୍ଧି ପାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ନିଜର ଅସଫଳତାର କାରଣ ଖୋଜିବାକୁ ଯାଇ ଭାବପ୍ରବଣତାରେ ନିଜକୁ ହଜାଇ ଦେବେ। ସବୁ ଆଡକୁ ନଜର ନ ଦେଇ କାମକଲେ ଅସୁବିଧାରେ ପଡିବେ। ଅନୁରାଧା ନକ୍ଷତ୍ର ପାରିବାରିକ ଜୀବନରେ ଉଚିତ ବୁଝାମଣା ଯୋଗୁ ଖୁସି ଅନୁଭବ କରିପାରନ୍ତି।
ଧନୁ
ଧନୁ
ପୂର୍ବଷାଢ଼ା ନକ୍ଷତ୍ରର ପଡ଼ୋଶୀଙ୍କ ସହ ମିତ୍ରତା ବୃଦ୍ଧି ପାଇବା କାରଣରୁ ମନ ଖୁସି ରହିବ। କାର୍ଯ୍ୟ ସାଧନ ପରିପ୍ରେକ୍ଷୀରେ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ଅନ୍ୟମନସ୍କତା କାରଣରୁ ଧନହାନି ଘଟିବାର ପୂର୍ଣ୍ଣ ସମ୍ଭାବନା ରହିଛି। ପାରିବାରିକ ଅସ୍ଥିରତା ବନ୍ଧୁମାନଙ୍କ ସାହାଯ୍ୟରୁ ଦୂରୀଭୂତ ହୋଇଯିବ।
ମକର
ମକର
ପାରିବାରିକ ଦୃଷ୍ଟିକୋଣରୁ ଖୁସିରେ ରହିଲେ ମଧ୍ୟ ମାନସିକ ସି୍ଥରତା ରହି ନ ପାରେ। ଶ୍ରବଣା ନକ୍ଷତ୍ର ପ୍ରିୟ ବନ୍ଧୁଙ୍କ ସମ୍ପର୍କରେ ଅଶୁଭ ଖବର ପାଇ ବିଚଳିତ ହେବେ। ଶିକ୍ଷା, ପରୀକ୍ଷା, ଆଲୋଚନା, ଗଠନମୂଳକ କାମ, ଗବେଷଣା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ। ନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେଇ ଖୁସି ମନାଇବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟାବସ୍ଥା ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ। କାର୍ଯ୍ୟରେ ଅସଫଳତା କାରଣରୁ ଗୃହ, ଭୂମି, ଗାଡ଼ି ସମ୍ପର୍କିତ ଦୁଶ୍ଚିନ୍ତା ଆସିବ। ଧନିଷ୍ଠା ନକ୍ଷତ୍ର ସକାଶେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ ଘଟିପାରେ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ନିଜର ମତ ପରିବର୍ତ୍ତନ କରିବା କଥା ଚିନ୍ତା କରିପାରନ୍ତି।
ମୀନମୀନ

କର୍ମକ୍ଷେତ୍ରରେ କଠିନ ପରିଶ୍ରମଜନିତ ସାମୟିକ ଦୁର୍ବଳତା ଅନୁଭବ କରିବେ। ବନ୍ଧୁମାନଙ୍କ ପ୍ରେରଣାରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳିବ। ରେବତୀ ନକ୍ଷତ୍ରର ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ସାୟାହ୍ନେ ଟେନସନ୍‌ ବଢିଯିବ। ସାମାଜିକ ସ୍ତରରେ ନିଜେ ଜଳି ଅନ୍ୟମାନଙ୍କ ହିତ ସାଧନ ଚିନ୍ତା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri