ଦାରିଙ୍ଗବାଡ଼ି,୨୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାର ଉପରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଘଟଣାରେ ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ର ନେଇଛନ୍ତି ବଡ଼ ପଦକ୍ଷେପ। ଜଣେ ଅମାନିଆ ବ୍ୟବସାୟୀ ଜାତୀୟରାଜପଥର ଡ୍ରେନ୍ ଉପରେ ଦୀର୍ଘଦିନ ଧରି ଜବରଦଖଲ କରି ନିଜ ଉପର ଘରକୁ ଯାତାୟାତ ପାଇଁ ଲୁହାର ଶିଡ଼ି ପକାଇଥିଲେ। ଦାରିଙ୍ଗବାଡ଼ିର ପନିପରିବା ବ୍ୟବସାୟୀଙ୍କଠାରୁ ଅନ୍ୟ ବ୍ୟବସାୟୀମାନେ ଜବରଦଖଲ ଉଚ୍ଛେଦ କରିଥିଲେ ମଧ୍ୟ ଉକ୍ତ ନିଜକୁ ପ୍ରଭାବଶାଳୀ ବ୍ୟକ୍ତି ପରିଚୟ ଦେଇ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରୁଥିଲେ। ସେ କୁଆଡ଼େ ତହସିଲଦାରଙ୍କ କାର୍ଯ୍ୟାଳୟରେ ଭଡ଼ାସୂତ୍ରରେ ଗାଡ଼ି ଦେଇଥିବାରୁ ସେ ତା’ର ପ୍ରଭାବ ଲୋକଙ୍କୁ ଦେଖାଉଥିଲେ ଏନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ଚାପରେ ଚାପି ହୋଇ ଶିଡ଼ିକୁ ରବିବାର କାଟି ଉଚ୍ଛେଦ କରିଥିବା ଜଣାପଡ଼ିଛି। ମାତ୍ର ଶେଷରେ ହାର ମାନିଛନ୍ତି ଉକ୍ତ ପ୍ରଭାବଶାଳୀ ବ୍ୟକ୍ତି। ଆଜି ସେ ଶିଡ଼ିକୁ କାଟିଦେଇଛନ୍ତି।

