ବୈବାହିକ ସମ୍ପର୍କରେ ତିକ୍ତତା

ବାହାଘରର କିଛି ମାସ ପରେ ଆମେ ଶୁଣୁଛୁ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡା ହେଉଛି ଓ ସେମାନେ ଡିଭୋର୍ସ ଫାଇଲ କରିଛନ୍ତି। ଏଭଳି ପରିସ୍ଥିତି ଉଭୟ ଲଭ ମ୍ୟାରେଜ ଓ ଆରେଞ୍ଜ ମ୍ୟାରେଜରେ ଦେଖାଦେଉଛି। ଆଗରୁ ଆରେଞ୍ଜ ମ୍ୟାରେଜରେ ସ୍ବାମୀ-ସ୍ତ୍ରୀ ଭିତରେ ପଡୁ ନ ଥିଲା ଓ ବିବାହ ବିଚ୍ଛେଦ ହେଉଥିଲା। କିନ୍ତୁ ଏବେ ଲଭ ମ୍ୟାରେଜରେ ପତି- ପତ୍ନୀ ମଧ୍ୟରେ ଝଗଡା ଓ ଛାଡପତ୍ର ବଢିବାରେ ଲାଗିଲାଣି। ସ୍ବାମୀ-ସ୍ତ୍ରୀ ସମ୍ପର୍କ ପୂର୍ବ ଅପେକ୍ଷା ବହୁତ କ୍ଷଣସ୍ଥାୟୀ ହୋଇଗଲାଣି। ତେବେ କାହିଁକି ବଢୁଛି ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ତିକ୍ତତା? ପୂର୍ବରୁ ମଧ୍ୟ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡା ଓ ମନୋମାଳିନ୍ୟ ହେଉଥିଲା। ଝଗଡା ଏତେ ବଢୁ ନ ଥିଲା କିମ୍ବା ଛାଡପତ୍ର ଏତେ ସଂଖ୍ୟାରେ ହେଉ ନ ଥିଲା। ତା’ର ପ୍ରମୁଖ କାରଣ ହେଲା କିଛି ବର୍ଷ ପୂର୍ବରୁ ସ୍ତ୍ରୀମାନେ ସାଧାରଣତଃ ସ୍ବାମୀମାନଙ୍କ ଅପେକ୍ଷା କମ୍‌ ଶିକ୍ଷିତ ଥିଲେ, ଚାକିରି କମ୍‌ କରୁଥିଲେ। ସେମାନେ ସ୍ବାମୀଙ୍କ ଉପରେ ଆର୍ଥିକ ଓ ସାମାଜିକ ରୂପରେ ନିର୍ଭରଶୀଳ ରହୁଥିଲେ। ସ୍ତ୍ରୀ ସ୍ବାମୀଙ୍କ ଦ୍ୱାରା ଯେତେ ଅବହେଳିତ, ନିର୍ଯାତିତ ହେଲେ ମଧ୍ୟ ଦବିକି ରହୁଥିଲେ ଓ ସବୁ ଖରାପ ପରିସ୍ଥିତି ସହିବାକୁ ବାଧ୍ୟ ହେଉଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଗଲାଣି। ମହିଳାମାନେ ଆଗ ଅପେକ୍ଷା ଅଧିକ ଶିକ୍ଷିତ ହେଲେଣି, ଚାକିରି କଲେଣି ଓ ଆତ୍ମନିର୍ଭର ହେଲେଣି। ଏହା ଆମ ସମାଜ ପାଇଁ ଏକ ଭଲ କଥା। ଏହାଫଳରେ ଯେଉଁ ଖରାପ ପରିସ୍ଥିତିକୁ ସ୍ତ୍ରୀମାନେ ସହିକି ବଞ୍ଚିବାକୁ ବାଧ୍ୟ ହେଉଥିଲେ,ଏବେ ସେହି ପରିସ୍ଥିତି ଆସିଲେ ସ୍ତ୍ରୀମାନେ ନିଜ କଥାକୁ ଖୋଲାଖୋଲି କହିପାରୁଛନ୍ତି। ଯାହାଫଳରେ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଅନେକ ସମୟରେ ଝଗଡା ହେଉଛି ଓ ତିକ୍ତତା ବଢୁଛି।

ସ୍ବାମୀ-ସ୍ତ୍ରୀ ଭିତରେ ଝଗଡା, ମନୋମାଳିନ୍ୟ ଓ ମତାନ୍ତର ହେବା ଏକ ସାଧାରଣ କଥା। କିନ୍ତୁ ଏବେକା ସମାଜରେ କେହି କାହା ସହିତ ବୁଝାମଣା କରିବାକୁ ସହଜରେ ରାଜି ହେଉ ନାହାନ୍ତି। ଲୋକଙ୍କ ଭିତରେ ପରସ୍ପର ପ୍ରତି ସହନଶକ୍ତି କମିଛି।
ବେଳେବେଳେ ସ୍ବାମୀ କିମ୍ବା ସ୍ତ୍ରୀ ପାଖରେ କିଛି ନିର୍ଦ୍ଦିଷ୍ଟ ସମସ୍ୟା ଦେଖାଦେଉଛି, ଯାହା ଦ୍ୱାରା ବୈବାହିକ ସମ୍ପର୍କ ଖରାପ ହେଉଛି। ଯେମିତି କି କେତେକ ସ୍ବାମୀ ସବୁବେଳେ ନିଜ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥାନ୍ତି, ସ୍ତ୍ରୀ ଯଦି ସ୍ବାମୀ ଉପରେ ନିର୍ଭରଶୀଳ ଥାଏ। ତେବେ କେତେକ କ୍ଷେତ୍ରରେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଅବହେଳା କରୁଛନ୍ତି। ଆଜିକାଲିର ସୋସିଆଲ ମିଡିଆ ଯୁଗରେ ପରକୀୟା ପ୍ରୀତି ବହୁ ମାତ୍ରାରେ ବୃଦ୍ଧିପାଇଛି, ଯାହାଦ୍ୱାରା ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି। କେତେକେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି, ସ୍ତ୍ରୀ ହିସାବରେ ପରିବାରର ଯେତିକି ଦାୟିତ୍ୱ ଓ ଯତ୍ନ ନେବା କଥା ସେତିକି ନେଉନାହାନ୍ତି। କେତେକ ସ୍ତ୍ରୀ ନିଜର ଶାଶୁ ଶ୍ୱଶୁରଙ୍କ ଉପଯୁକ୍ତ ଯତ୍ନ ନେଉନାହାନ୍ତି ଓ ସ୍ବାମୀକୁ ନିଜ ମା’ବାପାଙ୍କଠାରୁ ଅଲଗା ରହିବାକୁ ବାଧ୍ୟ କରୁଛନ୍ତି । ବେଳେବେଳେ ଅନେକ ସ୍ତ୍ରୀ ସ୍ବାମୀଙ୍କ ଉପରେ ମିଛ ଅଭିଯୋଗ ଲଗାଇ କିମ୍ବା ଛାଡପତ୍ରର ଡର ଦେଖାଇ ଟଙ୍କା ପଇସା ଆଦାୟ କରୁଛନ୍ତି ଓ ହଇରାଣ ହରକତ କରୁଛନ୍ତି। ଏଭଳି ବହୁତ ଉଦାହରଣ ଆମେ ଗତ କିଛି ମାସରେ ଦେଖୁଛୁ, ଯାହାଦ୍ୱାରା ଦାମ୍ପତ୍ୟ ଜୀବନ ଖରାପ ହେଉଛି ।

ତେଣୁ କେମିତି ସ୍ବାମୀ-ସ୍ତ୍ରୀ ସମ୍ପର୍କ ଭଲ କରିପାରିବା। ପ୍ରଥମତଃ ଭାବିଚିନ୍ତି ବିବାହ ନିଷ୍ପତ୍ତି ନିଅନ୍ତୁ। ଯେହେତୁ ଆଜିକାଲି ଉଭୟ ଲଭ ମ୍ୟାରେଜ ଓ ଆରେଞ୍ଜ ମ୍ୟାରେଜରେ ଅସୁବିଧା ଆସୁଛି, ତେଣୁ ବାହାଘର ପୂର୍ବରୁ ଆପଣ ପରସ୍ପରକୁ ଭଲ ଭାବେ ଜାଣନ୍ତୁ। ନିଜ ପାର୍ଟନରଙ୍କ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ନିଅନ୍ତୁ। ତାଙ୍କ ଚରିତ୍ର ବା ପ୍ରକୃତି ଜାଣନ୍ତୁ। ପାର୍ଟନରଙ୍କ ପରିବାରର ସଦସ୍ୟମାନେ ଆପଣଙ୍କଠାରୁ କ’ଣ ଆଶା କରୁଛନ୍ତି, ସେ ବିଷୟରେ ମଧ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ। କେବଳ ପରସ୍ପରର ଚେହେରା ଦେଖିକି ବା ପରିବାର ଆଭିଜାତ୍ୟ, ଧନଦୌଲତ ଦେଖି ବିବାହ କରନ୍ତୁ ନାହିଁ। ବରଂ ପରସ୍ପର ମଧ୍ୟରେ ଠିକ୍‌ ବୁଝାମଣା ଓ ତାଳମେଳ ହୋଇପାରିବ କି ନାହିଁ ସେ ବିଷୟ ତର୍ଜମା କରନ୍ତୁ।

କିଛି ମହିଳା ବାହାଘର ପରେ ପାଠ ପଢିବାକୁ କିମ୍ବା ଚାକିରି କରିବାକୁ ଯଦି ଚାହୁଁଛନ୍ତି, ତେବେ ସେ ବିଷୟରେ ଆଗରୁ ନିଜ ସ୍ବାମୀ ଓ ପରିବାରର ଅନ୍ୟମାନଙ୍କୁ ସ୍ପଷ୍ଟ ଭାବରେ ଜଣାଇ ଦିଅନ୍ତୁ। ସେହିଭଳି କିଛି ସ୍ବାମୀ ଚାହାନ୍ତି ନିଜ ସ୍ତ୍ରୀ ବାହାଘର ପରେ ଚାକିରି ଛାଡି ନିଜ ଶାଶୁ-ଶ୍ୱଶୁରଙ୍କ ସହ ରହୁ। ତେଣୁ ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଆଗରୁ ସ୍ପଷ୍ଟ ଭାବରେ ଆଲୋଚନା କରନ୍ତୁ ଓ ପରସ୍ପରର ସହମତିରେ ନିଷ୍ପତ୍ତି ନିଅନ୍ତୁ। ଜଣକୁ ଆର ଜଣକର କେଉଁ ବ୍ୟବହାର ଭଲ ଲାଗୁ ନାହିଁ, ସେ ବିଷୟରେ ମଧ୍ୟ ଆପଣ ଖୋଲି କରି କଥା ହୁଅନ୍ତୁ। ନିଜ ଜୀବନସାଥୀଙ୍କୁ ଯଥେଷ୍ଟ ସମୟ, ସମ୍ମାନ ଓ ଗୁରୁତ୍ୱ ଦିଅନ୍ତୁ।

ବିବାହ ପରେ ବୈବାହିକ ସମ୍ପର୍କରେ ଅସୁବିଧା ଆସିଲେ ପ୍ରଥମେ ଜଣକୁ ଗୋଟେ ପାଦ ଆଗକୁ ବଢାଇ କଥାହେବାକୁ ପଡିବ। ଦୁଇଜଣଙ୍କ ମଧ୍ୟରେ ଥିବା ମତାନ୍ତରର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଏହାର ଅର୍ଥ ନୁହେଁ ଯେ ଜଣେ ହିଁ ସବୁବେଳେ ଆଲୋଚନା ପାଇଁ ପ୍ରଥମେ ଚେଷ୍ଟା କରିବେ ବା ସବୁବେଳେ ଜଣେ ହିଁ ସାଲିସ କରିବେ। ତେଣୁ ବୈବାହିକ ସମ୍ପର୍କରେ ଅସୁବିଧା ଆସିଲେ ଉଭୟ ସ୍ବାମୀ ଓ ସ୍ତ୍ରୀ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା ଜରୁରୀ।

ଯଦି କେତେବେଳେ ଝଗଡା ହେଉଛି, ତେବେ ଏହି ସମୟରେ ପୁରୁଣା ଝଗଡାର ବିଷୟବସ୍ତୁ, ଆପଣ ଦୁଇ ଜଣଙ୍କ ଛଡା ଅନ୍ୟ କେହି ତୃତୀୟ ବ୍ୟକ୍ତି ବା ପରିବାରର ସଦସ୍ୟଙ୍କ କଥାକୁ ମଝିରେ ଆଣନ୍ତୁ ନାହିଁ। ଏହାଦ୍ୱାରା ଝଗଡା ଆହୁରି ବଢିଥାଏ। ଏଥି ସହିତ ଝଗଡା ସମୟରେ ବଡ ପାଟିରେ କଥା ହୁଅନ୍ତୁ ନାହିଁ କିମ୍ବା ଖରାପ ଭାଷା କେବେ ବି ବ୍ୟବହାର କରନ୍ତୁ ନାହିଁ। ଚିଡିଚିଡା ହୋଇକି ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ।

ଯଦି ଆପଣଙ୍କ ଜୀବନସାଥୀଙ୍କ ସହିତ ବାରମ୍ବାର ଝଗଡା ହେଉଛି, ନିଜର ବୈବାହିକ ଜୀବନ ପୂରା ଖରାପ ହୋଇ ଆସିଲାଣି, ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ସମାଧାନ ବାହାରି ପାରୁନାହିଁ, ସେତେବେଳେ ଆପଣ ଆଉ ବେଶି ସାଲିସ କରନ୍ତୁ ନାହିଁ କିମ୍ବା କୌଣସି ବଡ ପଦକ୍ଷେପ ଯେମିତି କି ଅନ୍ୟ ପରିବାରର ସଦସ୍ୟଙ୍କୁ ଏ ବିଷୟରେ ଜଣାନ୍ତୁ ନାହିଁ, ଛାଡପତ୍ର ଦେବା ପାଇଁ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ନାହିଁ। ତା’ ପୂର୍ବରୁ ନିଜ ପାର୍ଟନରଙ୍କୁ ସ୍ପଷ୍ଟ ଭାବରେ ଚେତାବନୀ ଦିଅନ୍ତୁ ଯେ ତାଙ୍କର ଏଭଳି ବ୍ୟବହାର ଆପଣ ଆଉ ସହ୍ୟ କରିପାରିବେ ନାହିଁ। ଯଦି ଏହିଭଳି ସମସ୍ୟା ଲାଗି ରହେ ତେବେ ଆପଣ ବିବାହ ବିଚ୍ଛେଦ କରିବାକୁ ବାଧ୍ୟ ହେବେ। ହୁଏତ ଆପଣଙ୍କ ଏହି ଚେତାବନୀ ଦ୍ୱାରା ଆପଣଙ୍କ ପାର୍ଟନର କିଛି ମାତ୍ରାରେ ସୁଧୁରି ଯାଇ ପାରନ୍ତି। ତା’ପରେ ମଧ୍ୟ ଯଦି କିଛି ସମାଧାନ ବାହାରି ପାରୁ ନାହିଁ ଏବଂ ଦୁଇଜଣଙ୍କ ଭିତରେ ସମସ୍ୟା ଏମିତି ଲାଗି ରହୁଛି, ତେବେ ଉଭୟ ପକ୍ଷ ପରିବାର ସଦସ୍ୟଙ୍କ ସହ କଥା ହୁଅନ୍ତୁ। ହୋଇପାରେ ପରିବାରର ସଦସ୍ୟଙ୍କ ମଧ୍ୟସ୍ଥ ଦ୍ୱାରା ଦାମ୍ପତ୍ୟ ଜୀବନରେ କିଛି ମାତ୍ରରେ ସୁଧାର ଆସିପାରେ।

ଯେହେତୁ ଆଜିକାଲି ବୈବାହିକ ସମ୍ପର୍କରେ ବହୁତ ସମସ୍ୟା ଆସୁଛି, ସେଥିପାଇଁ ବିବାହ ପୂର୍ବରୁ ପୁଅ ଝିଅଙ୍କର ଦରକାର ପଡିଲେ ପ୍ରି- ମାରାଇଟାଲ କାଉନସେଲିଂ କରାଯାଉଛି। ବିବାହ ପରେ ସମ୍ପର୍କରେ ଅସୁବିଧା ଆସିଲେ, ନିୟମିତ କାଉନସେଲିଂ ଦ୍ୱାରା ବହୁତ ମାତ୍ରାରେ ସମସ୍ୟାର ସମାଧାନ କରାଯାଇ ପାରୁଛି।

ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ: ୮୪୫୬୯୧୫୫୦୬


Enter your email to get our daily news in your inbox.

All Right Reserved By Dharitri.Com

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

କାମ ସାରି ଫେରୁଥିବାବେଳେ ଦଳିଦେଲା ହାତୀ: ୧୨ ଘଣ୍ଟାରେ ୩ ଜଣଙ୍କ ଗଲା ଜୀବନ

ଜି.ଉଦୟଗିରି/ରାଇକିଆ,୧୪/୩(ଚିନ୍ମୟ କୁମାର ସେଠୀ/ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କ ଦେଖା ଦେଇଛି । ଗତ କାଲି ସନ୍ଧ୍ୟାରୁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସାହସ ଆଗରେ ହାର ମାନିଛି ଭିନ୍ନକ୍ଷମ: ସାଉଁଟୁଛନ୍ତି ପ୍ରଶଂସା

ଭବାନୀପାଟଣା,୧୪ା୩(ଉତ୍ତମ କୁମାର ଦାଶ):ଜନ୍ମରୁ ଭିନ୍ନକ୍ଷମ ହୋଇ ବି ସକ୍ଷମ ଭାବରେ ଜୀବନଯାପନ କରୁଛନ୍ତି। ଜୀବନ ଯୁଦ୍ଧରେ କେବେ ହାର ନ ମାନି ସୃଷ୍ଟି କରିପାରିଛନ୍ତି ନିଜର ସ୍ବତନ୍ତ୍ର…

ବିପଦସଙ୍କୁଳ ଅବସ୍ଥାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଛାତରୁ ଗଳୁଛି ପାଣି

ଲାଞ୍ଜିଗଡ଼,୧୪ା୩(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୮୯୧ ମସିହାରେ ସ୍ଥାପିତ ହୋଇଥିବା ବିଦ୍ୟାଳୟକୁ…

ସମର୍ଥନ ମିଳୁଛି, ସମାଧାନ ହେଉନି: ଚେତାବନୀ ଦେଲେ ଚାଷୀ

ବରଗଡ଼,୧୪।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ସେମାନଙ୍କ ଧାନକ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri