ବିନାଶ ରାସ୍ତାରେ ବିକାଶ

କାଶ ଏବେ ଏକ ବହୁଳ ଉଚ୍ଚାରିତ ଓ ବହୁଳ ଅତ୍ୟାଚାରିତ ଶବ୍ଦ। ସାରା ଭାରତରେ (ଅବଶ୍ୟ ଦକ୍ଷିଣ ଭାରତରେ ଏହାର ପ୍ରତିଶବ୍ଦ ଥିବ) ଏହା ଏତେ ଗୁଞ୍ଜରିତ ଯେ ହୁଏତ ଅନେକେ ଭାବୁଥିବେ ଜୀବନର ମୋକ୍ଷ ପାଇଁ ଉଚ୍ଚାରିତ ମନ୍ତ୍ରର ଏହା ପ୍ରଥମ ଶବ୍ଦ!
ଏମିତି ଦେଖିଲେ ବିକାଶ ଚିନ୍ତା କିଛି ଖରାପ କଥା ନୁହେଁ, କିନ୍ତୁ ତାହା ଧାରଣକ୍ଷମ ହେବା ଉଚିତ। ବିକାଶ ତାହାର ଆନୁଷଙ୍ଗିକ ଶାଖା ପ୍ରଶାଖା ମେଲି ଏତେ ବିଶାଳ ରୂପ ନିଏ ଯେ ଏକ ସମୟରେ ସେ ତା’ ନିଜ ବୋଝରେ ଭାଙ୍ଗିପଡ଼େ। ବିଶ୍ୱର ଅନେକ ପ୍ରମୁଖ ସଭ୍ୟତା ସେତେବେଳର ମାନଦଣ୍ଡରେ ବେଶ୍‌ ବିକଶିତ ରୂପ ନେଇ କିଛିଟା ପ୍ରାକୃତିକ, କିଛିଟା ବିକାଶଗତ କାରଣରୁ ଲୋପପାଇଯାଇଛନ୍ତି। ଓଡ଼ିଶା ବା ତାହାର କେତେକ ସ୍ଥାନ କିଛିବର୍ଷ ପରେ ସେହି ଅବସ୍ଥା ଆଡ଼କୁ ଚାଲିଯିବ। ବାଲେଶ୍ୱର କଥା ଦେଖାଯାଉ। ଏବେ ବାଲେଶ୍ୱର ଲୋକେ ଘର ତିଆରି ପାଇଁ ଚଣ୍ଡିଖୋଲରୁ ପଥର, ଚିପ୍ସ ଓ ଆନନ୍ଦପୁରରୁ ବାଲି ଆଣୁଛନ୍ତି। ବାଲେଶ୍ୱର ଆଖପାଖ ଅଞ୍ଚଳରୁ ଏହି ଦୁଇ ସ୍ଥାନର ଦୂରତ୍ୱ ପାଖାପାଖି ୨୦୦ କି.ମି. ଲେଖାଏ। ଆଗରୁ ବାଲେଶ୍ୱରଠୁ ୧୦ କି.ମି. ଦୂର ଫୁଲାଡ଼ି ପାଖରୁ ବାଲି ଓ ବାଲେଶ୍ୱରଠୁ ୨୦ କି.ମି. ମିତ୍ରପୁର ପାଖରୁ ଲୋକେ ପଥର ଚିପ୍ସ ଆଣୁଥିଲେ। ସେ ସ୍ଥାନରେ ୨୦୦ କି.ମି. ଦୂରରୁ ନିର୍ମାଣ ସାମଗ୍ରୀ ଆଣି ସାଧାରଣ ମଣିଷ କ’ଣ ଘର କରିବ? ଭଦ୍ରକ-ବାଲେଶ୍ୱର-ବାରିପଦା-ଜଳେଶ୍ୱର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ପାଇଁ ନୀଳଗିରି ପାହାଡ଼ର ପଥର ଓ ବାଲେଶ୍ୱରର ନଦନଦୀର ବାଲିର ବହୁଳ ବ୍ୟବହାର ଯୋଗୁ ଆଜି ଏହି ବ୍ୟବସ୍ଥା। ଅର୍ଥାତ୍‌ ରାଷ୍ଟ୍ରର ବୃହତ୍ତର ବିକାଶର ବେଦୀରେ ସାଧାରଣ ମଣିଷର ମାମୁଲି ବିକାଶ ବଳିପଡୁଛି।
ବିକାଶର ମୂଳମନ୍ତ୍ର ହେଉଛି ଆବଶ୍ୟକତାର ମୂଲ୍ୟାୟନ (ନିଡ୍‌ ଆସେସ୍‌ମେଣ୍ଟ)। ବେଳେବେଳେ ରାଜନୈତିକ କାରଣରୁ ବା ଦେଖାଇହେବା ପାଇଁ ବିଶାଳ ଉଚ୍ଚାକାଂକ୍ଷୀ ପ୍ରକଳ୍ପ ସବୁ ହାତକୁ ନିଆଯାଏ ବା ପ୍ରସ୍ତାବିତ ହୁଏ ଯାହା ତୃଣମୂଳ ସ୍ତରରେ ବିକାଶକୁ ବାଧା ଜନ୍ମାଏ ବା ତା’ର ଗୁଣବତ୍ତା ହ୍ରାସକରେ, ମହଙ୍ଗା ମାଡ଼ର ପ୍ରଭାବରେ। ସେମିତି କିଛି ପ୍ରସ୍ତାବିତ ପ୍ରକଳ୍ପ ଯଥା ଓଡ଼ିଶା ଚାରିପଟେ ରିଂରୋଡ୍‌, ଓଡ଼ିଶାର ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣ ମଧ୍ୟରେ ରାଜ୍ୟ ରାଜପଥ ନିର୍ମାଣ, ଭୁବନେଶ୍ୱରରେ ସବୁ ଜିଲା ପାଇଁ ଅତିଥିଶାଳା ନିର୍ମାଣ, ଦିଲ୍ଲୀର ଭାରତ ମଣ୍ଡପମ୍‌ ଢାଞ୍ଚାରେ ଭୁବନେଶ୍ୱରରେ ବିଶାଳ ପ୍ରେକ୍ଷାଳୟ ନିର୍ମାଣ ଇତ୍ୟାଦି ପ୍ରକଳ୍ପର ଜରୁରୀ ଆବଶ୍ୟକତା, ଏହାର ଗ୍ରାମାଞ୍ଚଳ ନିର୍ମାଣ ସମ୍ବନ୍ଧୀୟ କଞ୍ଚାମାଲ ଉପରେ ପ୍ରଭାବ- ଏସବୁକୁ ଅତି ଗମ୍ଭୀରତାର ସହ ଆକଳନକରି ପଦକ୍ଷେପ ନେବାକୁ ପଡ଼ିବ। ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଯେ ବାଲେଶ୍ୱର-ଭଦ୍ରକ ନିର୍ମାଣାଧୀନ ଜାତୀୟ ରାଜପଥ ଧାର୍ଯ୍ୟ ସମୟଠୁ ବର୍ଷ ବର୍ଷ ଗଡ଼ିଯିବାର ମୁଖ୍ୟ କାରଣ ହିସାବରେ ନିର୍ମାଣକାରୀ ସଂସ୍ଥା କହି ଚାଲିଛି, ଏଠାରେ ନିର୍ମାଣ ସମ୍ବନ୍ଧୀୟ କଞ୍ଚାମାଲର ଘୋର ଅଭାବ। ବିକାଶକୁ ସାର୍ବଜନୀନ ତଥା ସୁଲଭକରିବା ପାଇଁ ଅତି ଆବଶ୍ୟକ ନ ଥିବା ବୃହତ୍‌ ପ୍ରକଳ୍ପକୁ କିଛି ବର୍ଷ ଘୁଞ୍ଚାଇଦେଲେ ଜୀବନରେ ଥରେ ଘର କରୁଥିବା ମଣିଷମାନେ ନିଜ ସମ୍ବଳ ଭିତରେ ପକ୍କାଘରଟି କରିପାରିବେ, ଆପାତତଃ ଅପେକ୍ଷାକୃତ କମ୍‌ ଖର୍ଚ୍ଚରେ।
ଏବେ ନିର୍ମାଣ ସ୍ଥାପତ୍ୟ ଓ କାରିଗରି ବହୁ ବିକଶିତ ହେଲାଣି। ଇଟା, ବାଲି, ସିମେଣ୍ଟ, ପଥର, ଚିପ୍ସ ଭଳି ପ୍ରାକୃତିକ ସମ୍ବଳ କମ୍‌ ବ୍ୟବହାରକରି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଓ ଅନ୍ୟାନ୍ୟ କାରଖାନା ଉପତ୍ାଦ ମାଧ୍ୟମରେ ଗୃହନିର୍ମାଣ ଉପରେ ଗୁରୁତ୍ୱ ଆରୋପ କରାଯିବା ଉଚିତ। ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ, ଗୋପୀଚନ୍ଦ ଫାଉଣ୍ଡେଶନ ଆନୁକୂଲ୍ୟରେ ଭୁବନେଶ୍ୱରରେ ନିର୍ମିତ ବ୍ୟାଡ୍‌ମିଣ୍ଟନ ଷ୍ଟାଡିୟମକୁ ପୂରାପୂରି କଂକ୍ରିଟରେ ନିର୍ମାଣ ନ କରି ଅନ୍ୟ ଭାବରେ, ଆଧୁନିକ ଢଙ୍ଗରେ ସୁନ୍ଦର ଶୈଳୀରେ ନିର୍ମାଣ କରିହୁଅନ୍ତା। ବେଳେବେଳେ ଲାଗେ ଏଥିର ବ୍ୟବହୃତ ପାରମ୍ପରିକ ଗୃହ ନିର୍ମାଣ ସାମଗ୍ରୀ ଦ୍ୱାରା ହୁଏତ ଓଡି଼ଶାର ଗୋଟିଏ ଜିଲାରେ ନିର୍ମାଣାଧୀନ ସମସ୍ତ ପାଣିଟାଙ୍କିି ନିର୍ମାଣ ହୋଇପାରିଥାନ୍ତା!!
ଭାରତବର୍ଷରେ ଉଚ୍ଚାରିତ ‘ବିକାଶ’ ଶବ୍ଦର ହୃତ୍‌ପିଣ୍ଡ ହେଉଛି କଂକ୍ରିଟ। ବିକାଶ କହିଲେ କଂକ୍ରିଟକୈନ୍ଦ୍ରିକ ବିକାଶ କଥା କୁହାଯାଏ। ସେହି କ୍ରମରେ ରାସ୍ତା ବା କୋଠାବାଡ଼ି ନିର୍ମାଣବେଳେ ବହୁ ବୃକ୍ଷକୁ ଆତ୍ମାହୁତି ଦେବାକୁ ପଡ଼େ ଏବଂ ପୂର୍ବ ବ୍ୟବହୃତ ପିଚୁମଖା ଅବା ସିମେଣ୍ଟ ଜାବୁଡ଼ା ପଥର ଚିପ୍ସଗୁଡ଼ିକୁ ରାସ୍ତାକଡ଼କୁ ଫିଙ୍ଗିଦିଆଯାଏ। ଦୁଃଖର କଥା ଏକଥା କରାଯାଏ ଯେତେବେଳେ ବୃହତ୍‌ ବୃହତ୍‌ ବୃକ୍ଷର ପୁନଃ ରୋପଣ ଓ ବ୍ୟବହୃତ ପଥର ଚିପ୍ସର ପୁନର୍ବ୍ୟବହାର କାରିଗରି ଉପଲବ୍ଧ। ଘଟଣାକ୍ରମେ ଥରେ କଲିକତା ଯିବା ବାଟରେ ଖଡ଼ଗପୁର ପାଖାପାଖି ଜାତୀୟ ରାଜପଥର ଏକ ଅଂଶକୁ ଏହି ବିଧିରେ ମରାମତି କରାଯାଉଥାଏ -ଅର୍ଥାତ୍‌ ରାସ୍ତା ଫାଟି ଢିଲା ହୋଇଯାଇଥିବା ପିଚୁଫଡ଼ାକୁ ଉଠାଇ ଏକ ମେଶିନରେ ପୂରାଇ ତାକୁ ପିଚୁମୁକ୍ତ ତଟକା ପଥର ଚିପ୍ସରେ ପରିଣତ କରି ଆଉ ଏକ ମେଶିନରେ ପିଚୁ ସହ ଗୋଳେଇ ପୁଣି ରାସ୍ତା ଉପରେ ବିଛାଇ ଦିଆଯାଉଥାଏ। ଓଡି଼ଶାରେ ବୃକ୍ଷଚ୍ଛେଦନ ଓ ପଥରମୁଣ୍ଡାକୁ ଆବର୍ଜନା ଭାବି ଫିଙ୍ଗିଦେବାକୁ ଗୁରୁତ୍ୱ ଦିଆଯାଏ!!
ଆମେରିକା ଓ ଚାଇନା ତାଙ୍କର ପ୍ରାକୃତିକ ସମ୍ବଳମାନ ସାଇତି ରଖି ଅନ୍ୟ ଦେଶରୁ ତାହା ଆମଦାନୀ କରୁଥିଲାବେଳେ ଆମେ ଅବିଚାରିତ ଭାବରେ ଫିଙ୍ଗାଫୋପଡ଼ା ଦରରେ ରପ୍ତାନିକରୁ ବା ସେହି ଢଙ୍ଗରେ ବ୍ୟବହାର କରୁଛୁ। ଦିନ ଆସିବ ପଥର କୋଇଲା ଆମଦାନୀ କଲା ଭଳି ପଥର ଚିପ୍ସ ଓ ବାଲିକୁ ମଧ୍ୟ ଅଷ୍ଟ୍ରେଲିଆରୁ ଆମଦାନୀ କରିବାକୁ ପଡ଼ିବ, କାରଣ ନିର୍ମାଣ ସାମଗ୍ରୀର ସୁସଂହତ ବ୍ୟବହାର ଉପରେ ଏଠି ଗୁରୁତ୍ୱ ଦିଆଯାଏ ନାହିଁ ଅବା ତା’ର ବିକଳ୍ପ ଉପାଦାନ ଖୋଜାଯାଏ ନାହିଁ। ଭୂପୃଷ୍ଠ ପରିବହନ କ୍ଷେତ୍ରରେ ଲେନ୍‌ ଡ୍ରାଇଭିଂର ପ୍ରଚଳନ ଏତେ ନାହିଁ। କଟକ, ଭୁବନେଶ୍ୱର ମଧ୍ୟରେ ଏହା ହବହବ କହି ହୋଇପାରିଲା ନାହିଁ। ଏଣେ ଲେନ୍‌ ସଂଖ୍ୟା ବଢ଼ାଅ, କାରଣ ଆମେ ଓଭରଟେକ୍‌ କରିବୁ ସାମ୍ନା ଗାଡ଼ିକୁ! ଆମକୁ ଖେଳପଡ଼ିଆ ମାପର ରାସ୍ତା ଦରକାର! ଅଥଚ ଆଭ୍ୟନ୍ତରୀଣ ମୁମ୍ବାଇରେ ବେଶ୍‌ ‘ସରୁଲେନ୍‌’ରେ ଓଭରଟେକିଂର ଅନୁପସ୍ଥିତି ଯୋଗୁ ଗାଡ଼ିଘୋଡ଼ା ସୁରୁଖୁରରେ ଚାଲେ।
ବିକାଶ ରାସ୍ତାରେ ପ୍ରକୃତି ରୂପରେ ମୁଖ୍ୟତଃ ବଳି ପଡୁଛନ୍ତି ପାହାଡ଼, ନଦୀ, ମୃତ୍ତିକା ଓ ଜଙ୍ଗଲ। ପାହାଡ଼ ଖୋଳି ତା’ର ମୂଳ ତାଡ଼ି ସୃଷ୍ଟିକରାଯାଉଛି କୃତ୍ରିମ ହ୍ରଦ ଯାହା ବିଡ଼ମ୍ବନା କ୍ରମେ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେଉଛି, ଉଦାହରଣ ସ୍ବରୂପ ବାଲେଶ୍ୱର ମିତ୍ରପୁର ସନ୍ନିକଟ ବ୍ଲୁ ଲେକ୍‌। ସହର ଆଖପାଖର ଗାଁର ଲୋକେ ସକାଳୁ ଉଠି ଦେଖୁଛନ୍ତି ନିଜ ଜମିରୁ ମାଟି ଉଭାନ୍‌ ଆଉ କାରଖାନା ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ ଓ ଗୃହ ସାମଗ୍ରୀ ନିର୍ମାଣ ପାଇଁ ବଳିପଡୁଛି ଜଙ୍ଗଲ। ପାହାଡ଼- ନଦୀ-ମାଟି-ଜଙ୍ଗଲ ରହିତ ବିକାଶର ସଂଜ୍ଞା କ’ଣ? ଏହା କ’ଣ ବିନାଶ ନୁହେଁ?

ଡ. ସୁବାସ ଚନ୍ଦ୍ର ପାତ୍ର
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର ମୋ: ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri