୧୧ ବର୍ଷର ଶାସନ ଅବଧି

ଫ୍ରାନ୍ସର ସମ୍ରାଟ ନେପୋଲିଅନ ଡିସେମ୍ବର ୧୮୦୪ରେ ସିଂହାସନ ଆରୋହଣ କରିଥିଲେ। ଏହାର ୧୧ ବର୍ଷ ପରେ ଅର୍ଥାତ୍‌ ୧୮୧୫ରେ ଓ୍ବାଟରଲୁ ଯୁଦ୍ଧରେ ପରାସ୍ତ ହୋଇଥିଲେ। ଏହି ୧୧ ବର୍ଷ ଭିତରେ ସେ ୟୁରୋପକୁ ଏକାଠି କରିପାରିଥିଲେ। ନେପୋଲିଅନ ପ୍ରୁସିଆ ଓ ଅଷ୍ଟ୍ରିଆ ଭଳି ବିରାଟ ସେନା ବିରୋଧରେ ଯୁଦ୍ଧ ଜୟକରି ଏହା ହାସଲ କରିଥିଲେ। ଡେଙ୍ଗ୍‌ ଜିଆଓପିଙ୍ଗ୍‌ ୭୪ ବର୍ଷ ବୟସରେ ୧୯୭୮ରେ ଚାଇନାର ଦାୟିତ୍ୱ ନେଲେ। ଏହାର ୧୧ ବର୍ଷ ପରେ ୧୯୮୯ରେ ତାଙ୍କୁ ପଦାବନତି କରିଦିଆଗଲା, ଯେଉଁ ବର୍ଷ ତିଆନାନ୍‌ମେନ ସ୍କୋୟାରର ନୃସଂଶ ଗଣହତ୍ୟା ଘଟିଥିଲା। ସିଙ୍ଗାପୁରର ନେତା ଲି କୁଆନ୍‌ ୟୁଙ୍କ ସମେତ ଅନେକ ବ୍ୟକ୍ତି ତାଙ୍କୁ ଜଣେ ମହାନ୍‌ ବ୍ୟକ୍ତି ଭାବେ ବିଚାର କରୁଥିଲେ। କାରଣ ଡେଙ୍ଗ୍‌ ତାଙ୍କ ଶାସନର ୧୧ ବର୍ଷ ଭିତରେ ଯାହା ହାସଲ କରିବାକୁ ଚାହଁୁଥିଲେ ସେଥିରେ ସଫଳ ହୋଇଥିଲେ। ଡେଙ୍ଗ୍‌ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅନୁସରଣକରି ଆସିଥିବା ମାର୍କ୍ସବାଦ ଦୃଷ୍ଟିକୋଣକୁ ଛାଡ଼ିଦେଇ ଚାଇନାର ପୁନର୍ଗଠନ ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ଯେଉଁ ପଥ ଦେଖାଇଥିଲେ ସେଥିରେ ଏବେ ଚାଇନା ଚାଲିଛି। ଜଣେ ନେତାଙ୍କ ପାଇଁ ୧୧ ବର୍ଷ ଶାସନ ହେଉଛି ତାଙ୍କ ପ୍ରଭାବ ପ୍ରତିପାଦନର ଏକ ଲମ୍ବା ସମୟ। ପୃଥିବୀର ଯେକୌଣସି ସ୍ଥାନରେ ଏବଂ ଏପରିକି ଇତିହାସରେ ଯେକୌଣସି ସମୟରେ ଜଣେ ବ୍ୟକ୍ତି ତାଙ୍କ ଶାସନର ପ୍ରଥମ ଦଶନ୍ଧି ପରେ ନିଆରା କାର୍ଯ୍ୟ କରିଥିବା ଦେଖିବା କଷ୍ଟକର। ସେମାନେ ଯାହା କରୁଥିଲେ ତାହାକୁ ଜାରି ରଖିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଅନେକ ସମୟରେ ସେମାନେ ଭୟଙ୍କର ପରିଣାମ ସାମ୍ନାକୁ ଆଣୁଥିଲେ। ଡେଙ୍ଗ୍‌ଙ୍କ ପୂର୍ବାଧିକାରୀ ମାଓ ଏଭଳି ଘଟଣାର ଏକ ଦୃଷ୍ଟାନ୍ତ। ତାଙ୍କ ଶାସନର ୧ ଦଶନ୍ଧି ପରେ ନୀତି ଓ ହିଂସା ଯୋଗୁ ଅନାହାର ଦେଖାଯାଇଥିଲା। ଭଲ ହେଉ କିମ୍ବା ମନ୍ଦ, ଭାରତରେ ଇନ୍ଦିରା ଗାନ୍ଧୀଙ୍କ ଶାସନର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ବ୍ୟାଙ୍କର ଜାତୀୟକରଣ, ଦେଶରେ ଜରୁରିକାଳୀନ ସ୍ଥିତି ଜାରି ହୋଇଥିଲା। ଏହା ସହ ତାଙ୍କ ଶାସନର ଶେଷ ବର୍ଷଗୁଡ଼ିକରେ ପଞ୍ଜାବରେ ହିଂସା ସୃଷ୍ଟି ହୋଇଥିଲା। ରୁଷିଆର ଭ୍ଲଡିମିର ପୁଟିନ ମଧ୍ୟ ପାଖାପାଖି ୨୫ ବର୍ଷ ହେଲା ରୁଷିଆର ଶାସନରେ ରହିଛନ୍ତି। ପୁଟିନ କ୍ଷମତାକୁ ଆସିବାବେଳେ ରୁଷିଆର ମୁଣ୍ଡ ପିଛା ଜିଡିପି ଥିଲା ୧୭୦୦ ଆମେରିକୀୟ ଡଲାର। ୧୧ ବର୍ଷ ପରେ ଅର୍ଥାତ୍‌ ୨୦୧୧ରେ ଏହା ୧୪,୩୦୦ ଡଲାରକୁ ବୃଦ୍ଧି ପାଇଥିଲା। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ, ଏହା ୧୪ ବର୍ଷ ପରେ ଏବେ ହ୍ରାସ ପାଇ ୧୩,୮୦୦ ଡଲାରରେ ରହିଛି। ଦେଢ଼ ଦଶନ୍ଧି ହେଲା ରୁଷିଆର କୌଣସି ଆର୍ଥିକ ଅଭିବୃଦ୍ଧି ହୋଇନାହିଁ ଏବଂ ଗୋଟିଏ ଯୁଦ୍ଧ ଦେଶର ଯୁବପିଢ଼ିଙ୍କ ଭବିଷ୍ୟତକୁ ଧୂଳିସାତ୍‌ କରିଦେଇଥିବା ବେଳେ ପୁଟିନ ଶାସନ ଜାରି ରଖିଛନ୍ତି। ୨୦୦୩ରେ ତୁର୍କୀରେ ଏର୍ଡୋଗାନ କ୍ଷମତାକୁ ଆସିବା ସମୟରେ ଦେଶର ମୁଣ୍ଡ ପିଛା ଜିଡିପି ଥିଲା ୪୬୦୦ ଆମେରିକୀୟ ଡଲାର ଏବଂ ୨୦୧୩ ସୁଦ୍ଧା ଏହାକୁ ସେ ୧୨,୫୦୦ ଡଲାରରେ ପହଞ୍ଚାଇଥିଲେ। ଏବେ ତାହା ସେହି ସ୍ତରରେ ରହିଛି। ଯେକୌଣସି ଆହ୍ବାନର ସାମ୍ନାକରି ସେ ଏବେ ବି କ୍ଷମତାରେ ରହିଛନ୍ତି।

ଜବାହରଲାଲ ନେହେରୁ ତାଙ୍କ ଶାସନର ପ୍ରଥମ ଦଶନ୍ଧିରେ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକ ଗଠନ କରିଥିଲେ। ୧୯୫୦ରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଖଡଗପୁରରେ ଆରମ୍ଭ କରାଯାଇଥିଲା। ୧୯୫୪ରେ ଭାବା ଆଣବିକ ଗବେଷଣା କେନ୍ଦ୍ର, ୧୯୫୬ରେ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ , ୧୯୬୧ରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ପ୍ରତିଷ୍ଠା ହୋଇଥିଲା। ଏହାବ୍ୟତୀତ ତାଙ୍କ ସମୟରେ ସେଲ୍‌ (୧୯୫୪), ଓଏନ୍‌ଜିସି (୧୯୫୬), ଏନ୍‌ଏମ୍‌ଡିସି (୧୯୫୮), ଇଣ୍ଡିଆନ୍‌ ଅଏଲ (୧୯୫୯) ପ୍ରତିଷ୍ଠା ହୋଇଥିଲା। ବୈଦେଶିକ ବ୍ୟାପାରରେ ତାଙ୍କର ଅବଦାନ ପଞ୍ଚଶୀଳ ନୀତି (୧୯୫୪) ଏବଂ ବାନ୍ଦୁଙ୍ଗ୍‌ ସମ୍ମିଳନୀ (୧୯୫୫)ରୁ ସ୍ପଷ୍ଟ ହୁଏ। ନେହେରୁଙ୍କୁ ତୁମେ ପ୍ରଶଂସା କିମ୍ବା ଘୃଣା କରିପାର (ଯାହା ବର୍ତ୍ତମାନ ବେଶି ଦେଖାଯାଉଛି), କିନ୍ତୁ ତାଙ୍କ ସଫଳତାର ସନ୍ତକ ଏବେ ମଧ୍ୟ ଉଜ୍ଜୀବିତ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକରେ ସେସବୁ ପ୍ରତିଧ୍ୱନିତ ହେଉଛି ଏବଂ ଏସବୁ ପାଖାପାଖି ୧୧ ବର୍ଷରେ ଶେଷ ହୋଇଥିଲା। ପାକିସ୍ତାନର ସେନାଧ୍ୟକ୍ଷ ଆୟୁବ ଖାନ୍‌ ୧୯୫୮ରେ ପାକିସ୍ତାନରେ କ୍ଷମତା ଦଖଲକଲେ ଓ ୧୧ ବର୍ଷ ପରେ ୧୯୬୯ରେ ତାହା ହରାଇଲେ। ଶାସନର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଆର୍ଥିକ ଅଭିବୃଦ୍ଧି ଦୃଷ୍ଟିରୁ ସେ ସଫଳ ହୋଇଥିଲେ,ଯେଉଁଥିପାଇଁ ତାଙ୍କୁ ଆମେରିକାର ରାଜନୈତିକ ବିଶେଷଜ୍ଞ ସାମୁଏଲ ହୁଣ୍ଟିଂଟନ ପ୍ରଶଂସା କରିଥିଲେ। କିନ୍ତୁ ୧୯୬୫ରେ ଭାରତ ସହ ଯୁଦ୍ଧ ଏବଂ ପୂର୍ବ ପାକିସ୍ତାନରେ ସୃଷ୍ଟିହୋଇଥିବା ଉତ୍ତେଜନା କାରଣରୁ ତାଙ୍କ ଶାସନର ଅନ୍ତ ଘଟିଲା। ଦେଖିବାକୁ ଗଲେ ଇତିହାସର ଦୁର୍ବଳ ନେତାଗଣ ମଧ୍ୟ ଏହି ଅବଧିର ଶାସନ ସମ୍ପୂର୍ଣ୍ଣ କରିଥିଲେ। ହିଟ୍‌ଲର ୧୯୩୩ରେ କ୍ଷମତାକୁ ଆସିଲେ ଓ ୧୯୪୩ରେ ଷ୍ଟାଲିଂଗାଡ୍‌ରେ ଜର୍ମାନୀକୁ ପରାସ୍ତ କରିଥିବା ସେଭିଏଟ୍‌ର ଜେନେରାଲ ଝୁକୋଭଙ୍କ ସେନା ଭୟରେ ୧୯୪୪ରେ ବଙ୍କରରେ ରହିଥିଲେ। ଅର୍ଥ ବ୍ୟବସ୍ଥାଠାରୁ ଆରମ୍ଭକରି ଅଟୋବାନ୍‌ କିମ୍ବା ସଂଖ୍ୟାଲଘୁଙ୍କ ଗଣହତ୍ୟା, ବ୍ଲିଜ୍‌କ୍ରିକ୍‌ ( ତୀବ୍ର ଯୁଦ୍ଧ)ରେ ଫ୍ରାନ୍ସ ଓ ବ୍ରିଟିଶ୍‌ ସେନାକୁ କ୍ରୂରପୂର୍ଣ୍ଣ ଦମନ କିମ୍ବା ପ୍ରଥମ ଅତ୍ୟାଧୁନିକ ରକେଟ୍‌ ଭି-୨ ନିର୍ମାଣ ପର୍ଯ୍ୟନ୍ତ ଘଟଣା ଏହି ଏକଚ୍ଛତ୍ରବାଦୀ ଶାସକଙ୍କ ଶାସନର ୧୧ ବର୍ଷ ମଧ୍ୟରେ ଘଟିଥିଲା।

ଜଣେ ନେତା କେଉଁ ପ୍ରକୃତିର ତାହା ଏହି ୧୧ ବର୍ଷରେ ଘଟିଥିବା ଘଟଣାଗୁଡ଼ିକୁ ଅନୁଧ୍ୟାନକଲେ ଜଣାପଡ଼େ । ବିଶ୍ୱରେ ଯେଉଁ କେତେଜଣଙ୍କର କ୍ଷମତା ଅଛି ସେମାନେ ଆମକୁ ଜଣାଇବା ଦରକାର ଯେ, କେଉଁ ସବୁ କାର୍ଯ୍ୟ ସମ୍ଭବ ଓ କେତେଦିନ ମଧ୍ୟରେ ହୋଇପାରିବ। ‘ଟେନ୍‌ ରୁଲ୍ସ ଅଫ୍‌ ସକ୍‌ସେସ୍‌ଫୁଲ୍‌ ନେସନ୍ସ’ ପୁସ୍ତକରେ ‘ନିରସ ନେତା’ ଉପଶୀର୍ଷକରେ ରୁଚିର ଶର୍ମା ଉଲ୍ଲେଖ କରିଛନ୍ତି୍‌, ଏବକାର ଶାସନ ସମ୍ପର୍କରେ ଚିନ୍ତା କରିବାର ଏକ ସରଳ ଉପାୟ ହେଉଛି ଅତ୍ୟନ୍ତ ପ୍ରଭାବଶାଳୀ ପୁନର୍ଗଠନ ଜଣେ ନେତାଙ୍କ ପ୍ରଥମ ପାଳିରେ ଘଟିବାର ସମ୍ଭାବନା ଅଧିକ ଥାଏ ଏବଂ ତାହା ଦ୍ୱିତୀୟ ପାଳି କିମ୍ବା ତା’ପରେ ହେବାର କମ୍‌ ସମ୍ଭାବନା ରହିଥାଏ। କିନ୍ତୁ ଏବେ ଜଣେ ନେତା ଭାବେ ପୁନର୍ଗଠନର ବିଚାର କିମ୍ବା ଏହାର ସମର୍ଥନରୁ ଦୂରେଇ ରହି ଏକ ଆକର୍ଷକ ଶାସନକୁ ହାସଲ କରିବାକୁ ଅଗ୍ରସର ହେଉଛନ୍ତି। ଏଭଳି ପ୍ରକୃତିକୁ ଲକ୍ଷ୍ୟକଲେ ଆମେରିକୀୟ ଫିଲୋସଫର ରାଲ୍‌ଫା ଓ୍ବାଲ୍‌ଡୋ ଏମରଶନ ଉକ୍ତି, ‘ଶେଷରେ ସମସ୍ତ ହିରୋ ନିଷ୍ପ୍ରଭ ବ୍ୟକ୍ତି ପାଲଟିଯାଆନ୍ତି’ ପ୍ରଣିଧାନଯୋଗ୍ୟ।

ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ସାଜିଲେ ସଇତାନ, ସାଙ୍ଗରେ ମିଶି ପାର୍ଟି କରିବାବେଳେ ମଦ ପାଉଚ ଭାଗ ବଣ୍ଟାକୁ ନେଇ…

ବଲାଙ୍ଗୀର, ୧୪।୩ (ସୁନିଲ କୁମାର ମହାନ୍ତି): ଏକା ସାଙ୍ଗରେ ମିଶି ପାର୍ଟି କରିବା ସାଙ୍ଗକୁ କାଳ ହେଲା। ବଲାଙ୍ଗୀର ସଦର ବ୍ଲକ ରିନ୍ବବଚନ ଗାଁରେ ଜଣେ ଯୁବକଙ୍କୁ…

ରାଜ୍ୟ ସଭା ନିର୍ବାଚନ ନେଇ ଆଜି ନବୀନ ନିବାସରେ ଏକାଠି ହେବେ…

ଭୁବନେଶ୍ୱର,୧୪ା୩: ରାଜ୍ୟ ସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ ଚାଲିଛି।  ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କର ଏକ ବଡ଼ଧରଣର ବୈଠକ ରହିଛି।…

‘ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବରେ ହାରିବା ପରେ ଏବେ ସାଲିସ କରିବାକୁ ଚାହୁଁଛି ଇରାନ’: ଟ୍ରମ୍ପ

ଓ୍ବାଶିଂଟନ,୧୪।୩: ଶନିବାର ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର ୧୪ତମ ଦିନ। ଆମେରିକା ତେହେରାନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଏହି ମଧ୍ୟରେ,…

‘୧୪ ଦିନରେ ଆମେରିକାକୁ ଭିକ ମଗାଇ ଦେଲୁ’, ଖାର୍ଗ ଦ୍ୱୀପ ଧ୍ୱଂସ ହେବାକୁ ନେଇ କାହିଁକି ଏତେ କନଫିଡେଣ୍ଟରେ ରହିଛି ଇରାନ, ଜାଣନ୍ତୁ…

ତେହରାନ୍‌,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ମଧ୍ୟରେ, ଏହା ସହିତ ବୟାନବାଜି ମଧ୍ୟ ଯଥେଷ୍ଟ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନର ଖାର୍ଗ…

ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି କ୍ଷେତ୍ର ପରିଦର୍ଶନ ଅଧିକାରୀ, ନିମ୍ନମାନର କାର୍ଯ୍ୟ ନେଇ…

ମହାକାଳପଡ଼ା,୧୪ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ବଡ଼ ଦାଣ୍ଡୁଆ ପଞ୍ଚାୟତ ବଗଗହଣ- ମିଲନମୋଡ଼-ତରପଦା ଗୋବରୀ ନଦୀପାର୍ଶ୍ୱ ଘେରିବନ୍ଧ ନିର୍ମାଣ କାମ ନିମ୍ନମାନର…

ଦ୍ରୁତଗତିରେ ଆସି ବ୍ୟକ୍ତିଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଘଟଣାସ୍ଥଳରେ…

ଦିଗପହଣ୍ଡି,୧୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସନ୍ଥ ଅରକ୍ଷିତ ଦାସ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଡ଼ି୦୨ଏଡି-୮୯୫୭)ଧକ୍କାରେ ଜଣେ…

ରୁଷିଆ ତେଲକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତର ବଡ଼ ଗେମ୍‌!

ମସ୍କୋ,୧୪।୩: ଇରାନରେ ଚାଲିଥିବା ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ଯୋଗୁଁ, ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହେଉଛି। ସମ୍ପ୍ରତି, ବିଶ୍ୱ ବଜାରରେ ତୈଳ…

ବିରାଟ କୋହଲି ନୁହେଁ, ଏହି ଖେଳାଳି RCBର ଅଧିନାୟକ! ଦିନେଶ କାର୍ତ୍ତିକ ବାଝିଲେ ପ୍ଲେ-୧୧

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପୂର୍ବରୁ, RCB ବ୍ୟାଟିଂ ପ୍ରଶିକ୍ଷକ ଦିନେଶ କାର୍ତ୍ତିକ ତାଙ୍କର ପସନ୍ଦର “RCB ଅଲ-ଟାଇମ ଏକାଦଶ” ଚୟନ କରିଛନ୍ତି। ଐତିହାସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri