ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ଦେଖିବା ପାଇଁ କ୍ରମାଗତ ୨ବର୍ଷ ଧରି ମୁଖ୍ୟମନ୍ତ୍ରୀ ମଥୁରାନଗରୀକୁ ପହଞ୍ଚିବା ଧନୁଯାତ୍ରା ଇତିହାସରେ ପ୍ରଥମ। କେବଳ ସେତିକି ନୁହେଁ, ନୂଆଁ ସରକାର ଆସିବା ପରେ ପ୍ରଥମଥର ପାଇଁ ଧନୁଯାତ୍ରା କଳାକାରମାନଙ୍କୁ ରାଜ୍ୟ ସରକାର ୧୦ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଯୋଗାଇ ଆସୁଛନ୍ତି। ସେହିପରି ଧନୁଯାତ୍ରା ମହୋତ୍ସବରୁ ସାଜସଜ୍ଜା ବହୁଗୁଣିତ ହୋଇଥିବାବେଳେ ମଥୁରା ନଗରୀର ସବୁ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ହୋଇଛି। ଉଭୟ ରାଜଦରବାର ଓ ରଙ୍ଗମହଲ ଦରବାର ମଧ୍ୟ ଗତବର୍ଷଠାରୁ ଉଚ୍ଚକୋଟୀର ହୋଇଥିଲା। ଗୋପପୁର ବି ପଛରେ ପଡ଼ି ନ ଥିଲା। ଗୋପପୁର ଦୃଶ୍ୟାଭିନୟ ମଧ୍ୟ ବେଶ ଉଚ୍ଚମାନର ହୋଇପାରିଥିଲା। ଧନୁଯାତ୍ରା ମହୋତ୍ସବ ପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମଧ୍ୟ ତାଙ୍କ ଅନୁଦାନ ରାଶିକୁ ଏକ କୋଟିରୁ ଦେଢ଼ କୋଟିକୁ ବୃଦ୍ଧି କରିଲେ। ଧନୁଯାତ୍ରା ମହୋତ୍ସବର ମୁଖ୍ୟ ଚରିତ୍ର କଂସ ଦୃଶ୍ୟାଭିନୟ ମଧ୍ୟ ଏଥର କିଭଳି ଇତିହାସ ରଚିଲା, ତାହା କେବଳ ଦର୍ଶକ ନୁହେଁ, ଚା ଖଟିଠାରୁ ଆରମ୍ଭ କରି ସୋସିସାଲ ମିଡ଼ିଆରେ ତାକୁ ନେଇ ବେଶ ଚର୍ଚ୍ଚା।

ଦର୍ଶକ ହଁି ମାପକାଠି
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆତ୍ମାକୁ ଅପରିବର୍ତ୍ତିତ ରଖାଯାଉ। ଦର୍ଶକମାନଙ୍କ ଭାବାବେଗ ସହିତ ପ୍ରଶାସନ ଖେଳୁଆଡ ନ କରି ସେମାନଙ୍କୁ ସୁରକ୍ଷା ସହିତ ଆଡମ୍ବରପୂର୍ଣ୍ଣ ଧନୁଯାତ୍ରାର ଆୟୋଜନ କରାଯାଉ। ଦର୍ଶକଙ୍କୁ ଯାତ୍ରାରେ ଗ୍ରାହକ ଭାବି ନେବା କଦାପି ଉଚିତ ନୁହେଁ। ସାଜସଜ୍ଜା ଅନ୍ୟବର୍ଷ ତୁଳନାରେ ବୃଦ୍ଧି ହୋଇଥିବା ବେଳେ ନାଟ୍ୟ ଅଭିନୟ ଓ ଧନୁଯାତ୍ରାରୁ ଆତ୍ମା ମୁଖ୍ୟ କଳାକାର କଂସଙ୍କ ଅଭିନୟ ଶୈଳୀ ଭଟ୍ଟା ପଡ଼ିଯାଇଥିଲା। ତାହା ଦର୍ଶକଙ୍କୁ ଏଥର ନିରାଶ କରିଥିଲା। ତେଣୁ ନାଟକ ଓ ଅଭିନୟକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ କମିଟିର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି। ସର୍ବୋପରି ଦର୍ଶକ ହିଁ ହେଉଛି ଧନୁଯାତ୍ରାର ସଫଳତା ଓ ବିଫଳତାର ମାପକାଠି।
– ବୀରେନ୍ଦ୍ର ପ୍ରଧାନ, ଉପସଭାପତି, ବରଗଡ଼ ସାମ୍ବାଦିକ ସଂଘ ବରଗଡ଼
କଳାକାର ଚୟନ ପ୍ରତି ସତର୍କ ରହିବା ବିଧେୟ
ଧନୁଯାତ୍ରା ମହୋତ୍ସବର ସାଜସଜ୍ଜା ଗତ ଦୁଇ ବର୍ଷ ହେଲା ଉଚ୍ଚକୋଟୀର ଥିଲା । ଲୋକଙ୍କ ଭିଡ଼ ପ୍ରଥମ ଦିନରୁ ହୋଇ ନ ଥିଲେ ବି ଅନ୍ତିମ ଦିବସରେ ଜନସମାଗମ ଧନୁଯାତ୍ରା ପ୍ରତି ଲୋକଙ୍କ ଆକୃଷ୍ଟକୁ ପ୍ରତିପାଦିତ କରିଥିଲା । ବରଗଡ଼ ଏସ୍‌ପି ଅଫିସ ଛକରୁ ଲୋକମଣ୍ଡପ ପଡ଼ିଆ ରାସ୍ତା ଏଥର ପ୍ରଶସ୍ତୀକରଣ କରାଯାଇଥିଲା। କିନ୍ତୁ ରାସ୍ତା ପ୍ରଶସ୍ତୀକରଣ ସତ୍ତ୍ୱେ ଏହି ରାସ୍ତାରେ ଏଭଳି ଭିଡ଼ ଜମିଥିଲା ଯେ, ତାହା ଆଗରୁ କେବେ ଦେଖାଦେଇ ନ ଥିଲା। ହେଲେ କଳାକାର ଚୟନକୁ ନେଇ ଆରମ୍ଭରୁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କଳାକାର ଚୟନକୁ ନେଇ ଲୋକେ ଯଦି ପ୍ରଥମରୁ ସନ୍ତୁଷ୍ଟ ହୋଇଥାନ୍ତେ, ଧନୁଯାତ୍ରା ମହୋତ୍ସବର ପ୍ରଥମ ଦିନରୁ ହିଁ ଲୋକଙ୍କ ଭିଡ଼ ଜମିଥାନ୍ତା। ମାତ୍ର ଏଥର ତାହା ପରିଲକ୍ଷିତ ହୋଇ ନ ଥିଲା ଏବଂ ଧନୁଯାତ୍ରା ସରିଥିଲେ ସୁଦ୍ଧା କଳାକାର ଚୟନକୁ ନେଇ ଏବେ ବି ସବୁଠି ଚର୍ଚ୍ଚା ଲାଗି ରହିଛି। ଧନୁଯାତ୍ରା ମହୋତ୍ସବର କଳାକାର ଚୟନ ପ୍ରତି ଅଧିକ ସତର୍କ ରହିବା ଦରକାର।
– ପ୍ରଫେସର ପତିତପାବନ ସାହୁ, ଶିକ୍ଷାବିତ, ବରଗଡ଼
ଆତ୍ମପ୍ରଚାର ପାଇଁ ବ୍ୟାକୁଳ
ପ୍ରସାର ପ୍ରଚାର କମିଟୀରେ ସାମିଲ ଥିବା ସଦସ୍ୟମାନେ ଦୂରଦୃଷ୍ଟି ସଂପନ୍ନ ହେବା ଆବଶ୍ୟକ। କୌଣସି ଇଭେଣ୍ଟରେ ସେମାନେ ସାମିଲ ନ ହୋଇ କେବଳ ପ୍ରସାର ପ୍ରଚାରରେ ସୀମିତ ରହିବା ଆବଶ୍ୟକ। ବ୍ୟାନର ପୋଷ୍ଟରର ଡିଜାଇନ ଉନ୍ନତମାନର ହେବା ସହିତ ବିଭିନ୍ନ ଡିଜାଇନର ପୋଷ୍ଟର କେବଳ ବରଗଡ଼ ମଧ୍ୟରେ ସୀମିତ ନ ରହି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲଗାଯିବା ଦରକାର। ଏଥିପାଇଁ କୁଶଳୀ ବ୍ୟକ୍ତିମାନଙ୍କର ଆବଶ୍ୟକତା ରହିଛି। ହେଲେ ତାହା ଦେଖାଯାଉ ନାହିଁ, ଧନୁଯାତ୍ରା ପ୍ରଚାର ପ୍ରସାର ବଦଳରେ ଆତ୍ମ ପ୍ରଚାରରେ ବ୍ୟାକୂଳତା ଚର୍ଚ୍ଚାର ବିଷୟ ପାଲଟିଛି।
– ରାଜେନ୍ଦ୍ର ସିକନ୍ଦର, ଚିତ୍ରଶିଳ୍ପୀ

ଜିଲାପାଳ ସମୀକ୍ଷା ବୈଠକ ଡାକନ୍ତୁ
ଆମେ ବରଗଡ଼ ଉନ୍ନତିକୁ ସମ୍ମାନ ଜଣାଉଛୁ । କିନ୍ତୁ ପରିତାପର ବିଷୟ ଯେ ଯାହାକୁ ନେଇ ଧନୁଯାତ୍ରା ପ୍ରସିଦ୍ଧ ଲାଭ କରିଛି, ତାକୁ ବଳି ପକାଯାଉଛି। ବରଗଡ଼ ଐତିହ୍ୟ, ପରମ୍ପରା ତଥା ସଂସ୍କୃତିକୁ ବଜାୟ ରଖିବାର ଏକ ପ୍ରୟାସ କରାଯାଇଥିଲା । ଲୋକଙ୍କ ଯାତ୍ରା କୁହାଯାଉଥିବା ଧନୁଯାତ୍ରା ଏବେ ସରକାରୀ ଅଫିସର ଓ କର୍ମଚାରୀମାନଙ୍କ ଯାତ୍ରାରେ ସୀମିତ ରହିଯାଇଛି। ଯେଉଁମାନେ ଦିନରାତି ପରିଶ୍ରମ କରି ନିଜ ସହରର ତଥା ଜିଲାର ନାମକୁ ଆଗେଇ ନେବା ପାଇଁ ଚାହିଁଥିଲେ, ସେମାନଙ୍କୁ ଉପେକ୍ଷା କରାଯାଇଛି। କଳାକାର ଚୟନ ସମୟରେ ମଧ୍ୟ ବରଗଡ଼ ଇଜ୍ଜତ, ସମ୍ମାନକୁ ସାମନାରେ ରଖିବା ଉଚିତ। ଶୀଘ୍ର ଏହା ଉପରେ ଜିଲାପାଳ ଏକ ସମୀକ୍ଷା ବୈଠକ ଡାକନ୍ତୁ ନ ହେଲେ ପରିସ୍ଥିତି ଭୟାବହ ହେବ।
– ଭୀଷ୍ମଦେବ ସରାଫ : ସଭାପତି, ଜିଲା ଓକିଲ ସଂଘ, ବରଗଡ଼

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ନେଲା ସାରଳା ବସ୍, ସଡ଼କ ଦୁର୍ଘଟଣାରେ ସାମ୍ବାଦିକାଙ୍କ ମୃତ୍ୟୁ

ପୁରୀ,୬ା୧: ପିପିଲିରେ ଆଜି ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ମହିଳା ସାମ୍ବାଦିକାଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।...

ଜିଲା ପାଇଁ ଗୌରବ: ନ୍ୟାଶନାଲ ସାଇକେଲିଂ ଚାମ୍ପିୟନସିପରେ ଭାଗ ନେବେ ଓଡ଼ିଆ ପୁଅ ୟସରାଜ

ଗଞ୍ଜାମ,୬।୧(ବିଦ୍ୟାଧର ସାହୁ ): ଆସନ୍ତା ଜାନୁଆରୀ ୧୩ରୁ ୧୭ ପର୍ଯ୍ୟନ୍ତ ଝାଡଖଣ୍ଡର ରାଞ୍ଚିଠାରେ ଅନୁଷ୍ଠିତ ହେବ ନ୍ୟାଶନାଲ ସାଇକେଲିଂ ଚାମ୍ପିୟନସିପ । ଏହି ଜାତୀୟ ସାଇକେଲିଂ...

 ନାବାଳିକାଙ୍କୁ ମାଛ ଧରିଯିବା କହି ବଳାତ୍କାର ପରେ ହତ୍ୟା: ଆସିଲା ବଡ଼ ରାୟ , ଭୟରେ ଥରିବ ଅଭିଯୁକ୍ତଙ୍କ…

ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଗତ ୨୦୨୪ ନଭେମ୍ବରର ସଂଘଟିତ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ରାୟ ମଙ୍ଗଳବାର ପ୍ରକାଶ...

ଆଜି ଶେଷ ସନ୍ଧ୍ୟାରେ ବଲିଉଡ ଗାୟକଙ୍କ ଗୀତରେ ଝୁମିବେ ଦର୍ଶକ: ପହଞ୍ଚିବେ ମନ୍ତ୍ରୀ, ବିଧାୟକ

ଧର୍ମଶାଳା, ୬।୧( ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆଠାରେ ଡିସେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ୨୧ତମ ଧର୍ମଶାଳା ମହୋତ୍ସବ...

ଜନ୍ମଦିନରେ ପ୍ରେସମିଟ କରି ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, VB G RAM G ବିଲ୍‌…

ଭୁବନେଶ୍ୱର,୬।୧: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନ । ତେବେ ବିଜେପି ପାର୍ଟି ଅଫିସ୍‌ରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ କରିଛନ୍ତି । ନିକଟରେ ଏହି ବିଲ୍...

ମିଲର୍ସ ଆନ୍ଦୋଳନ: ମଣ୍ଡିରେ ପଡି ରହିଛି ୩ ଲକ୍ଷରୁ ଊର୍ଦ୍ଧ୍ୱ ବସ୍ତା ଧାନ

ନୂଆପଡ଼ା,୬ା୧ (ମକାରୁ ବେମାଲ): ନୂଆପଡ଼ା ଜିଲାର ସମସ୍ତ ମିଲର୍ସ ବିଭିନ୍ନ ଦାବି ନେଇ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ମଣ୍ଡିରେ ଅଚଳାବସ୍ଥା...

ଟ୍ରାକ୍ଟର ଚକ ତଳେ ଗଲା ଜୀବନ, ୨ ଗୁରୁତର

ନୂଆପଡ଼ା,୬ା୧ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ବୃଦ୍ଧିକୋମନା ପଞ୍ଚାୟତ ପଣ୍ଡରାପଥର ଗାଁରେ ସୋମବାର ଟ୍ରାକ୍ଟର ଚାପିଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨...

ବାଲେଶ୍ବର ପରେ ଟ୍ବିନ ସିଟିରେ ଲାଗିଲା କଟକଣା, ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ…

ଭୁବନେଶ୍ୱର,୬।୧: ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି । କାଲି ବାଲେଶ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri