ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦିଆଯାଉ

ବରଗଡ଼ ଅଫିସ,୧୦ା୮: ବରଗଡ଼ ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ପ୍ରଦାନ ପାଇଁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଦାବି କରିଛି। ଏହି ଦାବି ନେଇ ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋମବାର ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ନବୀନ କୁମାର ପଟେଲ ସ୍ମାରକପତ୍ର ଗ୍ରହଣ କରିଥିଲେ।
ବରଗଡ଼ ଧନୁଯାତ୍ରା ଭାରତୀୟ କଳା, ସଂସ୍କୃତି, ପରମ୍ବରା ଓ ପୌରାଣିକ କଥାବସ୍ତୁ ଉପରେ ଆଧାରିତ। ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଏବେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏଭଳି ସମୟରେ ବରଗଡ଼ ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦିଆଗଲେ ତାହା ସ୍ମରଣୀୟ ହୋଇ ରହିବ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଏହାସହିତ ବରଗଡ଼ ଧନୁଯାତ୍ରାର ପ୍ଲାଟିନମ ଜୁବୁଲି ମଧ୍ୟ ପାଳନ କରିବାକୁ ସେଥିରେ ଦାବି କରାଯାଇଛି। ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକ, ଉପସଭାପତି ତଥାା କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ, ପଶ୍ଚିମାଞ୍ଚଳ ମିଳିତ କଳାକାର ମଞ୍ଚର ଅଧ୍ୟକ୍ଷ ଶଙ୍କର ପଟ୍ଟନାୟକ, ଜିଲା ସଂକୀର୍ତ୍ତନ୍ୟ ପରିଷଦ କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ, ବିଶିଷ୍ଟ କଳାକାର କାହ୍ନା ବାଗ, ନୃତ୍ୟ ନିର୍ଦ୍ଦେଶକ ରାଜେଶ ବାରିକ ପ୍ରମୁଖ ସ୍ମାରକପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ ।