ପାଖେଇ ଆସୁଛି ଧନୁଯାତ୍ରା: କଂସ କଳାକାର ଚୟନ ନିଷ୍ପତ୍ତି ଉପରେ ସଭିଙ୍କ ନଜର

ବରଗଡ଼,୧୨।୧୦(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଖେଇ ଆସୁଛି। ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବ ଯେତିକି ପାଖେଇ ଆସୁଛି, ଦର୍ଶକ ତଥା ସ୍ଥାନୀୟ ଲୋକଙ୍କ ମନରେ ସେତିକି ଉତ୍କଣ୍ଠା ବଢିବାରେ ଲାଗିଛି । ତେବେ ସୋମବାର ସନ୍ଧ୍ୟାରେ ବରଗଡ଼ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ଏବଂ ଉପଦେଷ୍ଟା କମିଟିର ବୈଠକ ଥିବା ଯୋଗୁ ଏହି ବୈଠକ ଉପରେ ସଭିଙ୍କ ନଜର ରହିଛି। ଉକ୍ତ ବୈଠକରେ ଏଥର କଂସ ସମେତ ଅନ୍ୟ ପ୍ରମୁଖ କଳାକାରଙ୍କ ଚୟନ ପ୍ରକିୟା ନେଇ ଆଲୋଚନା ହେବା ସହିତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଫଳରେ ଉକ୍ତ ବୈଠକ ଅନେକ ଗୁରୁତ୍ବ ବହନ କରୁଥିବାବେଳେ କଳାକାର ଚୟନ ପ୍ରତି ଏଥର କଳାକାରଙ୍କ କେଉଁ ଦିଗକୁ ଅଧିକ ଦୃଷ୍ଟି ଦିଆଯିବ, ତାକୁ ନେଇ ଚା ଖଟିଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ସୂଚନା ଅନୁଯାୟୀ, ପ୍ରତି ୩ବର୍ଷରେ ବରଗଡ଼ ଧନୁଯାତ୍ରା ମହୋତ୍ସବର କଳାକାର ଚୟନ ବିଧି ରହିଛି । ତେବେ ସ୍ବାସ୍ଥ୍ୟ ବିଭାଗରେ ସରକାରୀ ଡ୍ରାଇଭରଭାବେ କାର୍ଯ୍ଯରତ ଥିବାବେଳେ ପୂର୍ବତନ କଂସ କଳାକାର ହୃଷୀକେଶ ଭୋଇଙ୍କ ବିରୋଧରେ ଶବ ବାହକ ଗାଡି (ମହାପ୍ରୟାଣ)ରେ ଶବ ପରିବହନ ବାବଦକୁ ଜଣେ ମୃତକଙ୍କଠାରୁ ଅର୍ଥ ଦାବି ଅଭିଯୋଗ ହେବା ସହିତ କଥାଟି ପୋଲିସକୁ ଯାଇଥିଲା ଏବଂ ତାଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହା ସହିତ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଭଳି ବିବାଦୀୟ ହୋଇ ପଡିଥିବା ଯୋଗୁଁ ଗତବର୍ଷ ଧନୁଯାତ୍ରାରେ ତାଙ୍କୁ କଂସ ଅଭିନୟର ସୁଯୋଗ ମିଳି ନ ଥିଲା। ବିଭିନ୍ନ ମହଲରେ ଦାବି ହେବା ପରେ ତାଙ୍କୁ କଂସ ଅଭିନୟରୁ ବାଦ୍ ଦେଇ ସେତେବେଳେ ସେଥର ପାଇଁ କେବଳ କଂସ କଳାକାର ଚୟନ ପ୍ରକିୟା ହୋଇଥିଲା। ଅନ୍ୟପଟେ ଇତିମଧ୍ୟରେ ଆଗକୁ ଆଉ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ କରିବେ ନାହିଁ ବୋଲି ଗତ ଧନୁଯାତ୍ରା ମହୋତ୍ସବର କଂସ କଳାକାର ଭୁବନେଶ୍ୱର ପ୍ରଧାନ ଘୋଷଣା କରି ସାରିଛନ୍ତି। ସେହିପରି ବରଗଡ଼ ଧନୁଯାତ୍ରା ମହୋତ୍ସବର କଳାକାର ଚୟନକୁ ମଧ୍ୟ ୩ବର୍ଷ ପୂରି ଯାଇଛି। ଫଳରେ ସୋମବାର ହେବାକୁ ଥିବା ଧନୁଯାତ୍ରା ମହୋତ୍ସବ ସମିତିର ବୈଠକରେ କଳାକାର ଚୟନ ପ୍ରକିୟାକୁ ହିଁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ସାଧାରଣରେ ଆଲୋଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri