ସରିଲା ଧନୁଯାତ୍ରା ମହୋତ୍ସବ, ବଢ଼ିଲା ପ୍ରଦୂଷଣ ଚିନ୍ତା

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଗତ ୩ତାରିଖ ଶେଷ ହୋଇଛି। ଇତିମଧ୍ୟରେ ଉଦ୍‌ଯାପନୀକୁ ୪ଦିନ ବିତି ଯାଇଛି। ମହୋତ୍ସବ ସରିଛି ସତ, ହେଲେ ଗତ ଧନୁଯାତ୍ରାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଥମି ନାହିଁ। ଚା ଖଟିଠାରୁ ଆରମ୍ଭ କରି ବରଗଡ଼ ସହରର ବିଭିନ୍ନ ସ୍ଥାନରେ କଂସ ଏବଂ ଅନ୍ୟ କଳାକାରଙ୍କ ଅଭିନୟଠାରୁ ଆରମ୍ଭ କରି ସାଜସଜ୍ଜା, ବିଭିନ୍ନ କମିଟିର ଦକ୍ଷତାକୁ ନେଇ ନାନାଦି ଆଲୋଚନା, ପର୍ଯ୍ୟାଲୋଚନା ଚାଲିଛି। ମହୋତ୍ସବ ଚାଲିଥିବା ବେଳେ ଯେଉଁ ସହର ସାଜସଜ୍ଜାରେ ଝଲସି ଉଠିଥିଲା, ଧନୁଯାତ୍ରା ସରିବା ପରେ ସେଠାକାର ସହରବାସୀଙ୍କୁ ଏବେ ପ୍ରଦୂଷଣ ଚିନ୍ତା ଘାରିଛି। ସହରର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ମଇଳା ଆବର୍ଜନା ଏବେ ସୁଦ୍ଧା ପଡ଼ି ରହିଛି। ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ସିଂହଭାଗ ଆୟ ଯୋଗାଉଥିବା ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆର ସାମ୍ପ୍ରତିକ ଅବସ୍ଥା ସ୍ଥାନୀୟ ସଚେତନ ନାଗରିକଙ୍କୁ ବ୍ୟଥିତ କରିଛି। ପ୍ଲାଷ୍ଟିକ ଆବର୍ଜନା ସହିତ ଅନ୍ୟ ଆବର୍ଜନା ବସ୍ତୁ ସେଠାରେ ପଡ଼ି ରହିଥିବାବେଳେ ସେଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ବଦଳରେ ସେଠାରେ ପୋଡ଼ି ଦିଆଯାଉଛି। ଶୁକ୍ରବାର ଏଭଳି କରାଯିବା ପରେ ଅଞ୍ଚଳ ଧୂଆଁମୟ ହୋଇଥିଲା। ଏହାକୁ ଦେଖି ସହରକୁ ପ୍ରଦୂଷଣମୁକ୍ତ କରିବା ପରିବର୍ତ୍ତେ ସହରବାସୀଙ୍କୁ ପ୍ରଦୂଷଣ ମୁହଁକୁ ଠେଲି ଦିଆଯାଉଛି ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।
ଧନୁଯାତ୍ରା ମହୋତ୍ସବ ଚାଲିଥିବା ସମୟରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆ ମିନାବଜାର ପାଲଟିଥାଏ। ଏହି ପଡ଼ିଆକୁ ଟେଣ୍ଡର ମାଧ୍ୟମରେ ବିଭିନ୍ନ ଷ୍ଟଲ ଆଦି ଖୋଲିବା ପାଇଁ ବ୍ୟବସାୟୀଙ୍କୁ ଦିଆଯାଇଥାଏ। ମହୋତ୍ସବରେ ହେଉଥିବା ଖର୍ଚ୍ଚ ବାବଦକୁ ଏଠାରୁ ହି ସର୍ବାଧିକ ଆୟ ହୋଇଥାଏ ଏବଂ ସେହି ଆୟ ଟଙ୍କା ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ବେଶ ସହାୟକ ହୋଇଥାଏ। ତେବେ ପ୍ଲାଷ୍ଟିକ ବର୍ଜନ ପାଇଁ ପୌର ପ୍ରଶାସନ ବାରମ୍ବାର ଡାକବାଜି ଯନ୍ତ୍ରରେ ପ୍ରଚାର କରୁଛି। କିନ୍ତୁ ଏବେ ମିନାବଜାର ପଡ଼ିଆରେ ଯେଭଳିଭାବେ ଛିନ୍ନଛତ୍ର ହୋଇ ପ୍ଲାଷ୍ଟିକ ଆବର୍ଜନା ପଡ଼ିଥିବା ପରିଲକ୍ଷିତ ହୋଇଛି, ସେଥିରୁ ପୌର ପ୍ରଶାସନର ଦକ୍ଷତା ପଦାରେ ପଡ଼ି ଯାଇଛି। ସେହିପରି ସେଭଳି ଆବର୍ଜନାକୁ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବା ବଦଳରେ ସେଠାରେ ହିଁ ତାକୁ ଜାଳିପୋଡ଼ି ଦେବା ଆହୁରି ଚର୍ଚ୍ଚାର ବିଷୟ ହୋଇଛି। ତେବେ କେବଳ ଧନୁଯାତ୍ରା ମହୋତ୍ସବ ନୁହେଁ, ଜିଲାସ୍ତରୀୟ ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସଠାରୁ ଆରମ୍ଭ କରି ଅନ୍ୟ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ବଡ଼ ଆୟୋଜନ ଜର୍ଜ ହାଇସ୍କୁଲ ପଡ଼ିଆରେ ହୋଇଥାଏ। ମାତ୍ର ଉକ୍ତ ପଡ଼ିଆର ବିକାଶ ଦିଗହରା ହୋଇ ପଡ଼ିଛି। ବର୍ଷବର୍ଷ ଧରି ପଡ଼ିଆ ଯେଭଳିକୁ ସେଭଳି ପଡ଼ି ରହିଛି। ପଡ଼ିଆର ବିକାଶ ପ୍ରତି ସମସ୍ତେ ଆଖି ବୁଜି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଧନୁଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମ ସରିବା ପରେ ପଡ଼ିଆଟି ସେଭଳି ପ୍ରଦୂଷିତ ହୋଇ ରହିବା ସହରବାସୀଙ୍କୁ ଚକିତ କରି ପକାଇଛି। ଏଥିପ୍ରତି ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri