ଆସୁଛନ୍ତି ଧନଦାତ୍ରୀ: ପ୍ରତିଦିନ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ

ବଇଣ୍ଡା, ୭ା୧୦ (ଡି.ଏନ.ଏ.): ପାଖେଇ ଆସୁଛି ମା’ ଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଗ୍ରାମ। ଚଳିତବର୍ଷ ଏଠାରେ ପୂଜା ୫୫ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ଧୁମ୍‌ଧାମରେ ପାଳନ କରାଯିବାକୁ ଚାଲିଛି ପ୍ରସ୍ତୁତି। ମୂର୍ତ୍ତି, ମଣ୍ଡପ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କରୋନା ଯୋଗୁ ଗତ ୨ ବର୍ଷ ଧରି ପୂଜା ଦେଖିବାରୁ ଅଞ୍ଚଳବାସୀ ବଞ୍ଚିତ ଥିବାରୁ ଏଥର ସମସ୍ତଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଠାକୁରଗଡ଼ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷକରି ପ୍ରତ୍ୟେକ ଦିନ ଏଠାରେ ବାଟୋଇଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯିବା ପାଇଁ କମିଟି ନିଷ୍ପତ୍ତି ନେଇଛି। ସେହିପରି ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ଯାତ୍ରା, ଭଜନ ସନ୍ଧ୍ୟା, ମେଲୋଡି ପରିବେଷଣ କରାଯିବ ବୋଲି ଜଣାପଡିଛି।
କମିଟି ପକ୍ଷରୁ କୁହାଯାଇଛି, ୧୯୬୭ ମସିହାରେ ଠାକୁରଗଡ଼ରେ ପ୍ରଥମ କରି ମା’ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା। ଗ୍ରାମର ବାଉରୀବନ୍ଧୁ ସାହୁ ଏକାକୀ ଏହି ପୂଜାର ଆୟୋଜନ କରିଥିଲେ। ଦୀର୍ଘ ୧୨ ବର୍ଷ ଧରି ସେ ପୂଜା କରିବା ପରେ ୧୯୭୯ ମସିହାରେ ଠାକୁରଗଡ଼ ଅଞ୍ଚଳବାସୀଙ୍କୁ ପୂଜା କରିବା ପାଇଁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସେହିବର୍ଷ ଠାକୁରଗଡ଼ ଗ୍ରାମରେ ଲକ୍ଷ୍ମୀପୂଜା କମିଟି ଗଠନ କରାଯିବା ସହ ରାମଚନ୍ଦ୍ର ସେନାପତି, ସୁଦର୍ଶନ ବେହେରା, ଗତିକୃଷ୍ଣ ସାହୁ, ବୈରାଗୀ ଦେହୁରୀ ୪ ଜଣ ପୂଜା ଆରମ୍ଭ କରିଥିଲେ। ସେତେବେଳେ ମାତ୍ର ୫ ଶହ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚଳିତବର୍ଷ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯିବ ବୋଲି କମିଟି ସ୍ଥିର କରିଛି। ଆସନ୍ତା ୯ରୁ ୧୯ ତାରିଖ ଯାଏ ଏହି ପୂଜା ପାଳନ କରାଯିବାକୁ ଥିବାରୁ ହାତରେ ଆଉ ଅଧିକ ଦିନ ନାହିଁ। ତେଣୁ ତାଳଚେର ଅଞ୍ଚଳର ମୂର୍ତ୍ତି କାରିଗର ପ୍ରବୀର କୁମାର ସିଂ ୭ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରୁଥିବା ବେଳେ ମେଢ଼ର ଉଚ୍ଚତା ୧୫ ଫୁଟ ରହିବ। ସିନେରୀ ସହ ଏହି ମେଢ ମା’ଙ୍କ ମଣ୍ଡପର ଶୋଭାକୁ ବହୁଗୁଣ ବଢ଼ାଇଦେବ। ସେହିପରି ଲୋକଙ୍କ ମନୋରଞ୍ଜନ ପାଇଁ ଯାତ୍ରା ପରିବେଷଣ ସହ ଗୋଟିଏ ଦିନ ଦିବ୍ୟାଙ୍ଗ କଳାକାରଙ୍କୁ ନେଇ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯିବ। ଗୋଟିଏ ଦିନ ମେଲୋଡି ହେବ। ପ୍ରତ୍ୟେକ ଦିନ ୫୦୦ ଲୋକଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯିବ। ଗୋଟିଏ ଦିନ ୩ ହଜାର ଲୋକଙ୍କ ପାଇଁ ହରିହାଟ କରାଯିବ। ୧୯ ତାରିଖ ଭସାଣିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଠାକୁରଗଡ଼ ଗ୍ରାମବାସୀ, ଲକ୍ଷ୍ମୀପୂଜା କମିଟି, ଯୁବକ ସଂଘ ଓ ବ୍ୟବସାୟୀ ସଂଘ କର୍ମକର୍ତ୍ତା ଏକଜୁଟ ହୋଇ ଆୟୋଜନରେ ଲାଗିପଡିଛନ୍ତି।

 

ଧୁମ୍‌ଧାମରେ ପାଳନ କରାଯିବ
୫୫ ବର୍ଷ ପୂର୍ବେ ଠାକୁରଗଡ଼ରେ ଆରମ୍ଭ ହୋଇଥିଲା ମା’ ଲକ୍ଷ୍ମୀଙ୍କ ପୂଜା। ଚଳିତବର୍ଷ ଏହାକୁ ଧୁମ୍‌ଧାମରେ ପାଳନ କରାଯିବ। ଏଥିପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। କରୋନା ପାଇଁ ଗତ ୨ ବର୍ଷ ଧରି ପୂଜା ନିରାଡ଼ମ୍ବର ଥିବାବେଳେ ଏବର୍ଷ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଛି।
-ସଞ୍ଜୀବ କୁମାର ପ୍ରଧାନ, କମିଟି ସଭାପତି
ଆକର୍ଷଣୀୟ ହେବ ଲକ୍ଷ୍ମୀ ପୂଜା
ଠାକୁରଗଡ଼ ଅଞ୍ଚଳରେ ଲକ୍ଷ୍ମୀ ପୂଜା ବେଶ୍‌ ଆକର୍ଷଣୀୟ ହୋଇଥାଏ। ଚଳିତବର୍ଷ ଏହାକୁ ଆହୁରି ଆଡମ୍ବର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ପୂଜା କମିଟି ପକ୍ଷରୁ ୫ ଲକ୍ଷ ଟଙ୍କାର ବଜେଟ ସ୍ଥିର କରାଯାଇଛି l ସମସ୍ତଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ପୂଜା ପାଳନ କରାଯିବ।
-ସନ୍ତୋଷ କୁମାର ସାହୁ, କମିଟି ସମ୍ପାଦକ
ଦୈନିକ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ
ଦୀର୍ଘବର୍ଷ ହେଲା ଠାକୁରଗଡ଼ରେ ମା’ ଲକ୍ଷ୍ମୀଙ୍କ ପୂଜା ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଉଛି। କେବଳ କରୋନା ପାଇଁ ୨ ବର୍ଷ ଏହା ନିରାଡ଼ମ୍ବର ରହିଥିଲା। ତେବେ ଚଳିତବର୍ଷ କମିଟି ପକ୍ଷରୁ ବହୁ ବ୍ୟବସ୍ଥା କରାଯାଇଛି। ଦୈନିକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ନିଷ୍ପତ୍ତି ହୋଇଛି।
-ପବନ କୁମାର ସାହୁ, ପୂର୍ବତନ ସଭାପତି
ସହସ୍ରାଧିକ ଶ୍ରଦ୍ଧାଳୁଙ୍କୁ ମିଳିବ ପ୍ରସାଦ
ଗ୍ରାମବାସୀ, ସାମାଜିକ କର୍ମୀ, କମିଟି ସଭ୍ୟ ଓ ବ୍ୟବସାୟୀଙ୍କଠାରୁ ମିଳୁଥିବା ଅର୍ଥରେ ପ୍ରତିବର୍ଷ ଠାକୁରଗଡ଼ରେ ଲକ୍ଷ୍ମୀ ପୂଜା କରାଯାଉଛି। ଚଳିତବର୍ଷ ୫୫ ବର୍ଷରେ ଏହି ପୂଜା ପଦାର୍ପଣ କରିଛି। ପୂଜା ୯ ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ସହସ୍ରାଧିକ ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯିବ।
-ହେମନ୍ତ କୁମାର ଖୁଣ୍ଟିଆ, କମିଟି ସଭ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri