Categories: Home Leftଖେଳ

‘ଦାରୁ ବଦ୍‌ନାମ’ ଗୀତରେ ନାଚିଲେ ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ

ନୂଆଦିଲ୍ଲୀ, ୧୭।୮: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଲେଗ୍‌-ସ୍ପିନର ଯୁଜବେନ୍ଦ୍ର ଚହଲ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ଲାଗି ବର୍ତ୍ତମାନ ସୋସିଆଲ ମିଡିଆରେ ଆଉ ବେଶି ସମୟ ଜଡ଼ିତ ହେଉନାହାନ୍ତି। ଅପରପକ୍ଷରେ ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ ବର୍ମା କିନ୍ତୁ ଏକ ଗୀତ ଜରିଆରେ ସୋସିଆଲ ମିଡିଆରେ ଏବେ ବେଶ୍‌ ସକ୍ରିୟ ରହିଛନ୍ତି। ବୃତ୍ତିରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ଧନଶ୍ରୀ କୋରିଓଗ୍ରାଫର ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ସେ ‘ଦାରୁ ବଦ୍‌ନାମ’ ଗୀତରେ ନୃତ୍ୟ କରି ଏହାର ଭିଡିଓକୁ ସୋସିଆଲରେ ଶେୟାର କରିଥିଲେ। ଯାହାକି ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓ ଶେୟାର କରି ଧନଶ୍ରୀ ଲେଖିଛନ୍ତି, ଏହା ମୋର ପ୍ରିୟ ଗୀତ। ଏହି ଭିଡିକୁ ଶେୟାର କରିବା ଲାଗି ବହୁତ ଅପେକ୍ଷା କରିବାକୁ ପଡ଼ିଥିଲା।


ପ୍ରକାଶଯୋଗ୍ୟ, ଅଗଷ୍ଟ ୮ରେ ଚହଲ ଓ ଧନଶ୍ରୀଙ୍କ ମଧ୍ୟରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ନିର୍ବନ୍ଧବେଳର କିଛି ଫଟୋ ଶେୟାର କରି ଚହଲ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଥିଲେ। ଧନଶ୍ରୀ ୟୁଟ୍ୟୁବରେ ଜଣେ ଚର୍ଚ୍ଚିତ ଚେହେରା। ତାଙ୍କର ଏକ ସ୍ବତନ୍ତ୍ର ଚ୍ୟାନେଲ ରହିଛି। ସେ ଜଣେ କୋରିଓଗ୍ରାଫର ସାଙ୍ଗକୁ ବୃତ୍ତିରେ ଦନ୍ତ ଚିକିତ୍ସକ।

Share