ବିଜେଡି ମିଶ୍ରଣ ନାଁରେ ବିଭ୍ରାନ୍ତ କରୁଛି: ଭାଜପା

ଧାମନଗର,୨୬।୧୦ (ସ୍ବ.ପ୍ର./ଡି.ଏନ.ଏ.):  ଧାମନଗର ନିର୍ବାଚନମଣ୍ଡଳୀ ଭାଜପା କର୍ମୀଙ୍କ ଦଳ ଛାଡ଼ିବା ପ୍ରସଙ୍ଗ ତଥା ବିଜେଡିରେ ଭାଜପାର କର୍ମୀ, ସମର୍ଥକଙ୍କ ଯୋଗଦାନ ଘଟଣାକୁ ଖଣ୍ଡନ କରିଛି ଭାଜପା। ଭାଜପା ଧାମନଗର ବ୍ଲକ ଶହୀଦନଗରଠାରେ ସୋମବାର ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏଭଳି ପ୍ରତିକ୍ରିୟା ରଖିବା ସହ ଏହା ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେଡିର ହୀନ ଚକ୍ରାନ୍ତ ବୋଲି ଅଭିଯୋଗ କରିଛି। ଗତ ଦୁଇଦିନ ଧରି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ କରାଯାଇ ବିଭିନ୍ନ ଗଣମାଧ୍ୟମରେ କୁହାଯାଇଛି ଯେ, ଧାମନଗର ବ୍ଲକର କଟସାହି ଏବଂ ଖପରପଦା ପଞ୍ଚାୟତର ବହୁସଂଖ୍ୟକ ଭାଜପା କର୍ମୀ ସେମାନଙ୍କ ଦଳକୁ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଏହି ଘଟଣା ଉପରେ କଟସାହି, ଖପରପଦା ଭାଜପା ପକ୍ଷରୁ ଏହି ଖବରଦାତା ସମ୍ମିଳନୀରେ ଜିଲା ମିଡିଆ ସେଲ୍‌ର ଅଧ୍ୟକ୍ଷ ବୈକୁଣ୍ଠ ନାଥ ସାହୁଙ୍କ ପୌରୋହିତ୍ୟରେ ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି କହିଛନ୍ତି, ବିଜେଡି ମିଶ୍ରଣ ପର୍ବ ନାମରେ ଯେଉଁ କାର୍ଯ୍ୟକ୍ରମ କରୁଛି ସେଥିରେ କେହି ଜଣେ ବି ଭାଜପା କର୍ମୀ ଯୋଗ ଦେଇନାହାନ୍ତି। ଅପରପକ୍ଷେ ଉପରିସ୍ଥ ନେତାମାନଙ୍କ ନିକଟରେ ବ୍ୟକ୍ତିଗତ ପ୍ରତିଷ୍ଠା ଓ ପତିଆରାକୁ ସୁଦୃଢ଼ କରିବା ଲାଗି କେତେଜଣ ବିଜେଡି ନେତା ସେମାନଙ୍କ ସମର୍ଥକଙ୍କୁ ନେଇ ରାଜ୍ୟସ୍ତରୀୟ ନେତାଙ୍କ ଆଗରେ ଏମାନେ ଭାଜପାର ବୋଲି ପରିଚୟ ଦେଇ ମିଶ୍ରଣର ମିଛ ନାଟକ କରୁଛନ୍ତି। ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଲୋକଙ୍କୁ ବିଭ୍ରାନ୍ତି କରିବା ଭଳି ମନ୍ଦ ରାଜନୈତିକ ଉଦ୍ଦେଶ୍ୟ ରଖି ଶାସକ ଦଳ ଯେଉଁ ଚାଲ ଖେଳୁଛି ତାହା ସଫଳ ହେବ ନାହିଁ। ଅସୁରାଳି ଜୋନ୍‌ ପ୍ରଭାରୀ ଉଦୟ ନାରାୟଣ ମଲ୍ଲିକ, ଯୁବ ଆଇନଜୀବୀ ରମାକାନ୍ତ ସାହୁ, ଭାଜପା ନେତା ସରୋଜ କୁଅଁର, ପୂର୍ବତନ ସରପଞ୍ଚ ଗୟାଧର ନାୟକ, ମଣ୍ଡଳ ସାଧାରଣ ସମ୍ପାଦକ ଗଣେଶ ଦାଶ, ପ୍ରତାପ ପାଣିଗ୍ରାହୀ, ଜନାର୍ଦ୍ଦନ ହାଜରା, ଦେବାଶିଷ ନାୟକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri