ବିଶ୍ୱ ଐତିହ୍ୟସ୍ଥଳ ପାଲଟିବ ଧବଳେଶ୍ୱର ପୀଠ

ଖୁଣ୍ଟୁଣୀ,୨୧ା୪(ଡି.ଏନ୍‌.ଏ.): ଏକାଦଶ ଶତାବ୍ଦୀରେ ନିର୍ମିତ କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠ ବିଶ୍ୱ ଐତିହ୍ୟ ମାନଚିତ୍ରରେ ସ୍ଥାନ ପାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଏକ ମ୍ୟାପ୍‌ ଜାରି କରାଯାଇଛି। ବିଶେଷକରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଉକ୍ତ ପୀଠର ଉନ୍ନତୀକରଣ କାର୍ଯ୍ୟ କରାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପୀଠର ପାରିପାର୍ଶ୍ୱିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରି କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏଥିପାଇଁ ବୁଧବାର ସକାଳେ ଜିଲାପାଳ ଚୟନୀ ପୀଠରେ ପହଞ୍ଚି ଧବଳେଶ୍ୱରଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ପୀଠରେ ଅନୁଷ୍ଠିତ ବୈଠକରେ ଅସନ୍ତୁଷ୍ଟ ପୂଜକ ସମାଜ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା କରିଥିଲେ। ଧବଳେଶ୍ୱର ମନ୍ଦିରକୁ ଲାଗି ରହିଥିବା ଗୃହକୁ ଭାଙ୍ଗି ତା’ ବଦଳରେ ପାନ୍ଥନିବାସ ପାର୍ଶ୍ୱକୁ ପୂଜକମାନଙ୍କ ପାଇଁ ଉନ୍ନତମାନର ଘର ନିର୍ମାଣ କରିବାକୁ ଜିଲାପାଳ ପ୍ରସ୍ଥାବ ଦେଇଥିଲେ। ଏଥିରେ ପୂଜକ ସମାଜ ପୂର୍ଣ୍ଣ ସହଯୋଗ କରିବାକୁ ରାଜି ହୋଇଥିଲା। ଏହି ଘର ଭଙ୍ଗା ହେଲେ ମନ୍ଦିରର ସୌନ୍ଦର୍ଯ୍ୟକରଣରେ ପ୍ରତିବନ୍ଧକ ହେବନାହିଁ। ଏହାଛଡା ଗତ ୬ ତାରିଖରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ଥରୀୟ ବୈଠକରେ ଧବଳେଶ୍ବର ମନ୍ଦିର ଉନ୍ନତୀକରଣ ପାଇଁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା। ତଦନୁଯାୟୀ ୫୦ ଏକର ପରିମିତ ଜମିରେ ଥିବା ଧବଳେଶ୍ୱରଙ୍କ ପୀଠର ଚତୁଃର୍ପାଶ୍ୱ ନଦୀବନ୍ଧକୁ ପଥର ପ୍ୟାକିଂ ଓ ରିଂ ରୋଡ ନିର୍ମାଣ, ଔଷଧୀୟ ଏବଂ ଫୁଲଗଛ ଲାଗିବା, ସମ୍ପର୍ଣ୍ଣ ପୀଠକୁ ଆଲୋକୀକରଣ, ଦେବୋତ୍ତର ଗୃହ, ସଭାଗୃହ ନିର୍ମାଣ ପାଇଁ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ଆଠଗଡ଼ ଦେବୋତ୍ତର ମୁଖ୍ୟ ତଥା ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ କହିଛନ୍ତି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ୧୬ କୋଟି ଓ ଜଳ ସମ୍ପଦ ବିଭାଗ ୨୪ କୋଟି ଟଙ୍କା ପ୍ରଦାନ କରିବ। ଏହି କାର୍ଯ୍ୟ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ କରିବ ବୋଲି ସେ କହିଥିଲେ। ଖୁବ୍‌ଶୀଘ୍ର ପୀଠ ସଂଲଗ୍ନ କଂକ୍ରିଟ ପୋଲ କାମ ଶେଷ ହେବ।
ପୂର୍ବରୁ କଟକରୁ ଧବଳେଶ୍ୱର ପୀଠକୁ ଆସିବା ପାଇଁ ରାସ୍ତାର ଦୂରତ୍ୱ ୩୦ କି.ମି. ଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ମଧୁସୂଦନ ସେତୁ ନିର୍ମାଣ ହେବା ପରେ କଟକରୁ ଉକ୍ତ ପୀଠର ଦୂରତା ମାତ୍ର ୫ କିମି ରହିଛି। ଏଥିଯୋଗୁ ପ୍ରତିଦିନ ବହୁସଂଖ୍ୟକ ଶ୍ରଦ୍ଧାଳୁ ଧବଳେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଏକସଙ୍ଗେ ପୀଠର ସୌନ୍ଦର୍ଯ୍ୟକରଣ ଓ ଉନ୍ନତୀକରଣ କରିବାକୁ ନିଷ୍ପତି ନେଇଥିବାରୁ ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରି, ସମ୍ପାଦକ ନରେନ୍ଦ୍ର ପଣ୍ଡାଙ୍କ ସମେତ ସମସ୍ତ ପୂଜକ ଓ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ବୈଠକରେ ଜିଲାପାଳଙ୍କ ସମେତ କଟକ ସଦର ଉପଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ, ତହସିଲଦାର ପ୍ରିୟବ୍ରତ ଦାସ, ଆର୍କିଟେକ୍ଚର ସ୍ବାଗତ ଜେନା, ମଞ୍ଚେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ, ଦେବୋତ୍ତର ଇନ୍ସପେକ୍ଟର ଭବାନୀ ଶଙ୍କର ପଣ୍ଡା, ପୂଜକ ସମାଜ, ପର୍ଯ୍ୟଟନ ଓ ଜଳ ସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri