ଗଞ୍ଜାମ-କନ୍ଧମାଳ ସୀମାରେ ମାଓବାଦୀ ଦମନ ଯୋଜନା, ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ଡିଜି

ଭଞ୍ଜନଗର,୨୨।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ସୀମାଠାରୁ ୫ କି.ମି. ଭିତରେ ଥିବା କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ଦାଉସର ଜଙ୍ଗଲରେ ଗତ ସେପ୍ଟେମ୍ବର ୧୮ ତାରିଖରେ ଏସ୍‌ଓଜି ପକ୍ଷରୁ କମ୍ବିଂ ଅପରେଶନ ଚାଲିଥିଲା। ଏହି ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ କନେଷ୍ଟବଳ  ପ୍ରେମ ସିଂ ମାଝୀ ଗୁରୁତର ଭାବେ ଆହତ ହୋଇଥିଲେ। ସେବେଠାରୁ ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା ଜଙ୍ଗଲରେ ମଝିରେ ମଝିରେ ବଂଶଧାରା ଡିଭିଜନର ମାଓବାଦୀମାନଙ୍କ ଚଳପ୍ରଚଳ ହେଉଅଛି। ଯାହାକୁ ନେଇ ସମ୍ପୃକ୍ତ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଅନ୍ୟପଟେ ଆଇଆର୍‌ବି, ଏସ୍‌ଓଜି, ଜଲା ପୋଲିସ ପକ୍ଷରୁ ମଧ୍ୟ ବାରମ୍ବାର ସୀମା ଅଞ୍ଚଳ ଜଙ୍ଗଲରେ କମ୍ବିଂ ଅପରେସନ ହେଉଛି।

ଏହିଭଳି ପରିସ୍ଥିତିରେ ଶନିବାର ଅପରାହ୍ନରେ ଡିଜି ପୋଲିସ ୱାଇ ବି ଖୁରାନିଆ ହଠାତ ଭଞ୍ଜନଗରରେ ପହଞ୍ଚି  ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି, ମାଓବାଦୀ ଦମନ ଉପରେ ସମୀକ୍ଷା କରିଥିଲେ। ଏହାପରେ ସାଂରେ ତନରଡ଼ାରେ ଥିବା ଆଇଆରବି ୮ ମ ସ୍ବତନ୍ତ୍ର ବାଟାଲିୟନରେ ପହଞ୍ଚି ସେଠାରେ ଯବାନମାନଙ୍କ ପାଇଁ ହୋଇଥିବା ନୂତନ ଜିମ୍‌କୁ ଉଦଘାଟନ କରିଥିଲେ। ଏହାପରେ ବିଭିନ୍ନ ଅଧିକାରୀଙ୍କ ସହ ସେଠାରେ ବିଭିନ୍ନ ବିଷୟରେ ବହୁ ସମୟ ଧରି ଆଲୋଚନା କରିଥିଲେ।  ଡିଜିଙ୍କ ଗସ୍ତ ସମୟରେ ଅତିରିକ୍ତ ଡି ଜି ସଞ୍ଜୀବ ପଣ୍ଡା, ଦକ୍ଷିଣାଞ୍ଚଳ ଆଇ ଜି ନୀତି ଶେଖର, ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର,  ଆଇଆରବି ୮ ମ ସ୍ବତନ୍ତ୍ର ବାଟାଲିୟନ କମାଣ୍ଡିଙ୍ଗ ଅଫିସର୍‌  ସୁଧାକର ମିଶ୍ର, ଏ ଏସ ପି ରଞ୍ଜନ କୁମାର ଦେ, ଏସଡିପିଓ ଡ ଦୀପକ କୁମାର ମିଶ୍ର, ଡେପୁଟି କମାଣ୍ଡେଣ୍ଟ ଲଳିତ କୁମାର ବାଗ, ଆସିଷ୍ଟାଣ୍ଟ  କମାଣ୍ଡେଣ୍ଟ ମନୋଜ କୁମାର ତରେଇ,  ତାରସିଂ ଥାନା ଅଧିକାରୀଣୀ ଶୁଭଲକ୍ଷ୍ମି ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଡିଜି ବଉଦ, କନ୍ଧମାଳ ଜିଲ୍ଲାରେ ମାଓବାଦୀ ଗତିବିଧି ଉପରେ ସମୀକ୍ଷା କରିବା ପରେ ଭୁବନେଶ୍ବର ଯିବା ବାଟରେ ଭଞ୍ଜନଗର ରେ ଅଟକି ସମୀକ୍ଷା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲେସ୍‌ ଟେଣ୍ଡର ପକାଇବେ ନାହିଁ ଠିକାଦାର, ନୂଆ ନିୟମ ଅନୁସାରେ ହେବ ଏମିତି…

ଗୁଣପୁର,୨୯ା୧(ସଙ୍କେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ଉପଖଣ୍ଡସ୍ତରୀୟ ଠିକାଦାରମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଶେଫାଳି ପାହାଡ଼ ନିକଟ ଗଣେଶ-ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ମା’ଙ୍କୁ ହତ୍ୟା କଲେ ଜନ୍ମ କଲା ପୁଅ, ଟଙ୍କା ଦେବାକୁ ମନା କରିବାରୁ…

ମୋରଡା,୨୯।୧(ସ୍ମାରକ ମାଜୀ): ମା’ର ହତ୍ୟାକାରୀ ସାଜିଲା ପୁଅ। ଯେଉଁ ପୁଅକୁ ନିଜ ହାତରେ ଖୁଆଇ ପିଆଇ ବଡ଼ କରିଥିଲେ ସେହି ପୁଅ ମା’ର କାଳ ସାଜିଲା। ଏଭଳି…

ସରକାରୀ ବିଭାଗରେ ୩କୋଟିରୁ ଉର୍ଦ୍ଧ୍ବ ବିଦ୍ୟୁତ ବିଲ୍ ବକେୟା, ପଦକ୍ଷେପ…

ରାୟଗଡ଼ା,୨୯।୧:(ଆଶିଷ ରଞ୍ଜନ ପଣ୍ଡା): ସାଧାରଣ ମଧ୍ୟବିତ ଲୋକ ଘରେ ସ୍ମାର୍ଟ ମିଟର ଲଗାଇ ଦୁଇରୁ ତିନି ମାସ ଅଧିକା ସମୟ ବିଲ୍ ବକେୟା ରହିଲେ ବିଦ୍ୟୁତ ବିଭାଗ…

ହସ୍ପିଟାଲ୍‌ରେ ଭୟାବହ ଅଗିକାଣ୍ଡ, ସବୁକିଛି ଜଳିପୋଡ଼ି ଛାରଖାର

ଝାରସୁଗୁଡ଼ା,୨୯।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବେହେରମାଲସ୍ଥିତ ତ୍ରିଲୋଚନ ନେତ୍ରାଳୟରେ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରୋଗୀଙ୍କ କୌଣସି କ୍ଷୟକ୍ଷତି ହୋଇ ନ ଥିବାବେଳେ ଲ୍ୟାବର…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri