ଡିଜିପି ଚୟନ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର, ୧୬।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ଭି.ମୋହନଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହା ଉପରେ ଶୁଣାଣି କରିବେ। ରାଜ୍ୟ ସରକାର ଡିଜିପି ଚୟନ କ୍ଷେତ୍ରରେ ୨୦୦୬ ପ୍ରକାଶ ସିଂ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ଅନୁପାଳନକରି ନ ଥିବା ଅଭିଯୋଗକରି ବାଲେଶ୍ୱରର ଜୟନ୍ତ ଦାସ ଏକ ପିଆଇଏଲ୍‌ ଫାଇଲ କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସହଯୋଗୀ ଆମିକସ୍‌କ୍ୟୁରି ରାଜୁ ରାମଚନ୍ଦ୍ର ମଧ୍ୟ ସରକାର ଡିଜିପି ଚୟନରେ ସ୍ବଚ୍ଛତା ରକ୍ଷାକରି ନ ଥିବା ଅଭିଯୋଗ କରିଥିଲେ। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍‌କ୍ୟୁରି ୨ଟି ରିପୋର୍ଟ ମଧ୍ୟ ଦାଖଲ କରିସାରିଛନ୍ତି। ସରକାର ୨ ଜଣ ଏଡିଜି ପାହ୍ୟାର ଅଧିକାରୀଙ୍କୁ ଡିଜି ପାହ୍ୟାକୁ ଯେଉଁଭଳି ପଦୋନ୍ନତି ଦେଇଛନ୍ତି ତାକୁ ନେଇ ମଧ୍ୟ ଅମିକସ୍‌କ୍ୟୁରି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଏହି ଘଟଣାରେ କେନ୍ଦ୍ରର ପୂର୍ବତନ ଗୋଇନ୍ଦା ସ୍ବତନ୍ତ୍ର ନିର୍ଦ୍ଦେଶକ ଯଶବର୍ଦ୍ଧନ ଝା ଆଜାଦ ମଧ୍ୟ ଓଡ଼ିଶା ସରକାର ଡିଜିପି ଚୟନ ବିଷୟରେ ସ୍ବଚ୍ଛତା ରଖିନାହାନ୍ତି ବୋଲି ସୁପ୍ରିମକୋର୍ଟଙ୍କୁ ଏକ ଚିଠି ଲେଖି ଜଣାଇଥିଲେ। ସେଥିରେ ସେ ଆହୁରି କହିଥିଲେ, ଯଦି ଓଡ଼ିଶା ସରକାର ଏଭଳି ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଡିଜିପି ଚୟନ କରିବେ ନାହିଁ, ତେବେ ଆଗକୁ ଅନ୍ୟ ରାଜ୍ୟରେ ମଧ୍ୟ ବ୍ୟତିକ୍ରମ ଦେଖାଯିବ। ଅନ୍ୟପଟେ ମେ ୧୪ରେ ରାଜ୍ୟ ସରକାର ଡିଜିପି ପଦ ଲାଗି ପ୍ରସ୍ତୁତ କରିଥିବା ୧୧ ଜଣିଆ ଆଇପିଏସ୍‌ ଅଫିସରଙ୍କ ତାଲିକାରୁ ଶେଷ ମୁହୂର୍ତ୍ତରେ ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ତଥା ବର୍ତ୍ତମାନ ଓଡ଼ିଶାର ଜେଲ ଡିଜି ଥିବା ସୁଶାନ୍ତ କୁମାର ନାଥଙ୍କ ସ୍ବଚ୍ଛତା ପ୍ରମାଣପତ୍ର ପ୍ରତ୍ୟାହାର କରିଥିଲେ। ଫଳରେ ଡିଜିପି ପଦବୀ ଦୌଡ଼ରୁ ନାଥ ବାଦ୍‌ ପଡ଼ିଯାଇଛନ୍ତି। ୨୦୨୫ରେ ରାଜ୍ୟରେ ହେବାକୁ ଥିବା ଏସ୍‌ଆଇ ପରୀକ୍ଷାରେ ନାଥଙ୍କୁ ଜେରା କରାଯାଇପାରେ। ଏଭଳି ଉଲ୍ଲେଖ ଥିବା ଏକ ଚିଠି ଦେଖାଇ ସରକାର ତାଙ୍କ ସ୍ବଚ୍ଛତା ପ୍ରମାଣପତ୍ର ପ୍ରତ୍ୟାହାର କରିଛନ୍ତି। ମାତ୍ର ଜଣେ ଡିଜିପି ପଦର ଆଶାୟୀଙ୍କୁ ତାଲିକାରୁ ବାଦ୍‌ଦେବା ଲାଗି ଯେଉଁ ନିୟମ ରହିଛି ତାକୁ ସରକାର ଠିକ୍‌ ଢଙ୍ଗରେ ସୁଶାନ୍ତ ନାଥଙ୍କ କ୍ଷେତ୍ରରେ ପାଳନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ତାଙ୍କ ପ୍ରତି ଅନ୍ୟାୟ କରିଥିବା ଦର୍ଶାଇ ସୁଶାନ୍ତ ଏହି ମାମଲାରେ ଗତ ୭ ତାରିଖରେ ନିଜକୁ ସୁପ୍ରିମକୋର୍ଟରେ ଏକ ପକ୍ଷ କରିଛନ୍ତି। ସୁଶାନ୍ତଙ୍କ ଓକିଲ କରୁଣା ନନ୍ଦୀ କୋର୍ଟରେ କହିଛନ୍ତି, ରାଜ୍ୟ ସରକାର ଅଯଥାରେ ସୁଶାନ୍ତଙ୍କୁ ଅପଦସ୍ଥ କରିବାକୁ ଚେଷ୍ଟା କରିଛନ୍ତି। ୩୨ ବର୍ଷ ଚାକିରି କାଳରେ ସୁଶାନ୍ତଙ୍କ ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ନାହିଁ। ଯେଉଁଭଳି ଢଙ୍ଗରେ ସୁଶାନ୍ତଙ୍କ ସ୍ବଚ୍ଛତା ପ୍ରମାଣପତ୍ର କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ନିକଟରୁ ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ସେ ଦର୍ଶାଇଛନ୍ତି। ଅନ୍ୟପଟେ ସରକାର ଏହି ପ୍ରସଙ୍ଗରେ ଯେଉଁମାନେ ପ୍ରଶ୍ନ ଉଠାଇଛନ୍ତି ସେସବୁ ବିଷୟରେ ସୁପ୍ରିମକୋର୍ଟଙ୍କ ନିକଟରେ ଉତ୍ତର ରଖିବେ। ତେବେ ଆମିକସ୍‌କ୍ୟୁରି, ଜୟନ୍ତ ଦାସ ଏବଂ ବର୍ତ୍ତମାନ ସୁଶାନ୍ତ ନାଥ ଉଠାଇଥିବା ପ୍ରଶ୍ନର ଉତ୍ତର ସରକାର କ’ଣ ରଖୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

୬ଥର ପାଇଁ ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ

ଭୁବନେଶ୍ୱର,୧୬ା୯(ସୁନିତ୍‌ ମିଶ୍ର): ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କ ୨ପୁଅ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜେଲରୁ ମୁକ୍ତି ଦେବାକୁ କରାଯାଇଥିବା କ୍ଷମା ପ୍ରାର୍ଥନା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?