ସମ୍ବଲପୁରରେ DGP, କର୍ମଚାରୀଙ୍କୁ ବଣ୍ଟନ କଲେ ଡିଜି ପଦକ

ସମ୍ବଲପୁର,୩ା(ପ୍ରମୋଦ ବହିଦାର): ସମ୍ବଲପୁର ଗସ୍ତରେ ଆସି ଗୁରୁବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ। ସମ୍ବଲପୁରରେ ଗତ ରାତିରେ ରହଣି ପରେ ଗୁରୁବାର ସକାଳେ ସର୍ବ ପ୍ରଥମେ ମା’ ସମଲେଶ୍ୱରୀ ପୀଠରେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହା ପରେ ସେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ନିଜନିଜ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରି ଦକ୍ଷତାର ସହ ଲୋକଙ୍କୁ ସେବା ଯୋଗାଇଥିବା ଉତ୍ତରାଞ୍ଚଳ ରେଞ୍ଜ ଅନ୍ତର୍ଗତ ୬ଜଣ ଦକ୍ଷ ପୋଲିସ କର୍ମଚାରୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ପଦକ ପ୍ରଦାନ କରିଥିଲେ। ଏହି ଅବସରରେ ସେ ସମସ୍ତ ପଦକ ବିଜେତା ପୋଲିସ କର୍ମଚାରୀ ଓ ତାଙ୍କ ପରିବାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାସହ ଦକ୍ଷତା ସହକାରେ ଉତ୍କୃଷ୍ଟ କାର୍ଯ୍ୟ କରିବାକୁ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଦକ୍ଷତାର ସହ କାର୍ଯ୍ୟ କରି ଶହୀଦ ହୋଇଥିବା ଦିବଙ୍ଗତ ପୋଲିସ ଅଧିକାରୀଙ୍କ ପରିବାରଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଜାରି ରହିଥିବା ବୈଠକରେ ଯୋଗଦେଇ ଏପ୍ରିଲ ୬ ଓ ୧୪ ତିରିଖରେ ସମ୍ବଲପୁରରେ ଆୟୋଜିତ ହେବାକୁ ଥିବା ରାମନବମୀ ଓ ହନୁମାନ ଜୟନ୍ତୀ ଉତ୍ସବ ପାଇଁ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri