ନୂଆଦିଲ୍ଲୀ,୧୪ା୭:ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କିତ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆସିବା ପରେ ବୋଇଂ ୭୮୭ ଏବଂ ବୋଇଂ ୭୩୭ ବିମାନଗୁଡ଼ିକର ଇନ୍ଧନ ନିୟନ୍ତ୍ରଣ ସୁଇଚ୍ ଆସନ୍ତା ୨୧ ତାରିଖ ସୁଦ୍ଧା ଯାଞ୍ଚ କରିବାକୁ ସୋମବାର ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରଲାଇନ୍ସଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏୟାର ଇଣ୍ଡିଆର ଦୁର୍ଘଟଣାଗ୍ରସ୍ତ ବୋଇଂ ୭୮୭ ବିମାନର ଫୁଏଲ୍ କଣ୍ଟ୍ରୋଲ ସୁଇଚ୍ କଟ୍ ଅଫ୍ ହୋଇଯାଇଥିଲା ବୋଲି ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି। ୨୦୧୮ରେ ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ (ଏଫ୍ଏଏ) ମଧ୍ୟ ବୋଇଂର କେତେକ ନିର୍ଦ୍ଦିଷ୍ଟ ମଡେଲରେ ଫୁଏଲ୍ କଣ୍ଟ୍ରୋଲ ସୁଇଚ୍ର ଲକିଂ ବ୍ୟବସ୍ଥାରେ ସମ୍ଭାବ୍ୟ ବିଘଟନ ନେଇ ପ୍ରଶ୍ନ ଉଠାଇଥିଲା। କଠୋର ହେଲା DGCA: ୨୧ ତାରିଖ ସୁଦ୍ଧା ବୋଇଂ ବିମାନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ


