Categories: ବାଣିଜ୍ୟ

୨ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦକଲା ଡିଜିସିଏ

ନୂଆଦିଲ୍ଲୀ,୨୬।୬: ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ସିଭିଲ ଆଭିଏଶନ (ଡିଜିସିଏ) ପକ୍ଷରୁ ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଥିବା ଦୁଇଟି ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ କରିଦିଆଯାଇଛି। ଶନିବାର ଏନେଇ ସୂଚନା ଦିଆଯାଇଛି। ଡିଜିସିଏ ବୟାନ ଅନୁସାରେ, ଗୋଟିଏ ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ରରେ ଉଡ଼ାଣ ପାଇଁ ରନ୍‌ଓ୍ବେର ସ୍ଥିତି ଭଲ ନ ଥିବା କାରଣରୁ ତାକୁ ବନ୍ଦ କରିଦିଆଯାଇଛି। ଯାଞ୍ଚରୁ ଜଣାଯାଇଛି ଯେ, ରନ୍‌ଓ୍ବେର ଗେଟି ଉଠିଯାଇଥିଲା। ଫଳରେ ଏହା ଅସମତଳ ଥିବାକୁ ଉଡ଼ାଣ ପାଇଁ ଡିଜିସିଏ ପକ୍ଷରୁ ସୁରକ୍ଷିତ ମନେ କରାଯାଇ ନ ଥିଲା। ୨ୟ ମାମଲାରେ ଉଡ଼ାଣ କେନ୍ଦ୍ରର ୩ ବିମାନରେ କିଛି ତ୍ରୁଟି ରହିଥିଲା। ଏହାସତ୍ତ୍ୱେ ପ୍ରଶିକ୍ଷଣ କେନ୍ଦ୍ର ପରିଚାଳିତ ହେଉଥିଲା। ଫଳରେ ଡିଜିସିଏ ପକ୍ଷରୁ ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ୩ସପ୍ତାହ ପାଇଁ ବନ୍ଦ କରାଯାଇଛି।

Share